ambulance workers strike ଭଦ୍ରକରେ ଅଟକିଲା ୧୦୮ ଆମ୍ବୁଲାନ୍ସ ସେବା, ଆନ୍ଦୋଳନକୁ ଓହ୍ଲାଇଲେ କର୍ମଚାରୀ
"ଭଦ୍ରକ(ହରିହର ନାୟକ): ବିଭିନ୍ନ ଦାବି ନେଇ ଆଜି (ଶୁକ୍ରବାର) ଭଦ୍ରକ ଆମ୍ବୁଲାନ୍ସ ସେବା ଅଟକି ଯାଇଛି।
ସମସ୍ୟାର ତୁରନ୍ତ ସମାଧାନ ଦାବିରେ ଆମ୍ବୁଲାନ୍ସ କର୍ମଚାରୀମାନେ ଆମ୍ବୁଲାନ୍ସ ଚଳାଇବା ବନ୍ଦ କରି ଚିକିତ୍ସାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।
Advertisment 108 ambulance: ୧୦୮ ଆମ୍ବୁଲାନ୍ସ ଗସ୍ତ କଟକଣା: ୩୦ କିମି ବାହାରୁ ରୋଗୀଙ୍କୁ ଆଣିପାରିବନି କିଛି ଘଣ୍ଟା ପରେ ସିଡିଏମଓ ଧାରଣାସ୍ଥଳକୁ ଆସି କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ।
ଯେଉଁ କମ୍ପାନୀ ଅଧୀନରେ ଆମ୍ବୁଲାନ୍ସ କର୍ମଚାରୀ ମାନେ ନିଯୁକ୍ତି ପାଇଛନ୍ତି ସେହି କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ।
108 ambulance services: ଜାଡ଼, କୁହୁଡ଼ି ପାଇଁ ପ୍ରଭାବିତ ହେଉଛି ୧୦୮ ଆମ୍ବୁଲାନ୍ସ ସେବା: କୁହୁଡ଼ି ପାଇଁ ୨ରୁ ଅଧିକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ କର୍ମଚାରୀଙ୍କ ଅଭିଯୋଗ କରିଛନ୍ତି, କର୍ମଚାରୀଙ୍କ ଉପରେ ଅଧିକ କାମ କରିବାର ଚାପ ଦିଆଯାଉଛି, କିନ୍ତୁ ତାତୁଳନାରେ ଦରମା କମ ଦିଆଯାଉଛି।
କର୍ମଚାରୀଙ୍କର ସ୍ୱାସ୍ଥ୍ୟ ସମସ୍ୟା ଓ ଦୁର୍ଘଟଣା ହେଲେ କମ୍ପାନୀ କର୍ତ୍ତୃପକ୍ଷ ବିଶେଷ ଭାବରେ କିଛି ସହଯୋଗ ଓ ସାହାଯ୍ୟ କରୁ ନାହାନ୍ତି।
ଆମ୍ବୁଲାନ୍ସ କର୍ମଚାରୀ ସଂଘର ସମସ୍ୟା ସମ୍ପର୍କରେ ଦୃଷ୍ଟି ଦିଆନଗଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।