Bahuda Yatra 2026: ଦିଲ୍ଲୀର ହାଉଜଖାସ ଜଗନ୍ନାଥ ମନ୍ଦିରରେ ବାହୁଡା଼ଯାତ୍ରା ସମ୍ପନ୍ନ

Jul 24, 2026 - 20:21
Bahuda Yatra 2026: ଦିଲ୍ଲୀର ହାଉଜଖାସ ଜଗନ୍ନାଥ ମନ୍ଦିରରେ ବାହୁଡା଼ଯାତ୍ରା ସମ୍ପନ୍ନ

"ନୂଆଦିଲ୍ଲୀ: ନୂଆଦିଲ୍ଲୀର ହାଉଜଖାସସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ପ୍ରମୁଖ ଜଗନ୍ନାଥ ମନ୍ଦିରଠାରେ ୪୮ତମ ପବିତ୍ର ବାହୁଡା଼ଯାତ୍ରା ପର୍ବ ଆଧ୍ୟାତ୍ମିକ ଉତ୍ସ୍ୱାସ ଓ ଭକ୍ତିପୂତ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।

ଏହି ମହୋତ୍ସବ ଉପଲକ୍ଷେ ବଢ଼ି ଭୋରରୁ ଶ୍ରୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ କରୁଥିବା ଚାରି ଦୀଅଁ ମାନଙ୍କ ସାମ୍ନାରେ ପୂଜାର୍ଚ୍ଚନା ଓ ନୀତିକାନ୍ତି ଧାର୍ମିକ ବିଧି ମୁତାବକ ସମ୍ପନ୍ନ କରାଯାଇଥିଲା।

ଏହା ପରେ ଦିନ ୪ଟା ବେଳେ ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଏବଂ ଶଙ୍ଖ ଧ୍ଵନି ତଥା ବାଦ୍ୟ, କୀର୍ତ୍ତନର ତାଳେ ତାଳେ ଚାରି ଠାକୁରଙ୍କୁ ପୂଜକ ଓ ଭକ୍ତମାନେ ଧାଡ଼ି ପହଣ୍ଡି କରି ମନ୍ଦିର ସାମ୍ନା ସ୍ଥିତ ବଡ଼ଦାଣ୍ଡରେ ଦଣ୍ଡାୟମାନ ଥିବା ସୁନ୍ଦର, ସୁଶୋଭିତ ରଥ ଉପରକୁ ଆଣି ଥିଲେ।ପ୍ରସିଦ୍ଧ ଚିକିତ୍ସାବିତ ଡ଼ଃ ଅଶୋକ ଚୌଧୁରୀଙ୍କ ତତ୍ୱାବଧାନରେ ଏଠାରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଖୋଲାଯାଇ ଭାରି ଭିଡ଼ ଯୋଗୁଁ ବହୁ ବେହୋସ ରୋଗୀଙ୍କର ସଫଳ ଚିକିତ୍ସା କରାଯାଇଥିଲାAdvertisment ଅପରାହ୍ନ ସାଢେ ୪ଟା ସମୟରେ ମନ୍ଦିର ପରିଚାଳନା କମିଟି ଶ୍ରୀ ନୀଳାଚଳ ସେବା ସଂଘର ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ରବୀନ୍ଦ୍ର ନାଥ ପ୍ରଧାନ ପାରମ୍ପାରିକ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ।

ସୁପ୍ରିମକୋର୍ଟର ପୂର୍ବତନ ଜଜ ଜଷ୍ଟିସ ଅରିଜିତ ପଶାୟତ ଏହି କାର୍ଯ୍ୟରେ ତାଙ୍କୁ ସହଯୋଗ କରିଥିଲେ।

ଏଠାରେ ସନ୍ଧ୍ୟା ୫ଟା ବେଳେ ରଥଟଣାର ଶୁଭାରମ୍ଭ ହୋଇଥିଲା।

ହାଉଜଖାସ ଭିଲେଜ ସ୍ଥିତ ଶ୍ରୀ ଜଗନ୍ନାଥ ମାର୍ଗରେ ଅରବିନ୍ଦ ପ୍ଲେସ ମାର୍କେଟ ପର୍ଯ୍ୟନ୍ତ ରଥଟିକୁ ଟଣାଯାଇ ପୁଣି ମନ୍ଦିର ବେଢ଼ା ନିକଟକୁ ଫେରାଇ ଅଣାଯାଇଥିଲା।

ଦିଲ୍ଲୀର ରାଜ ରାସ୍ତାରେ ରାଜକୀୟ ରଥ ଉପରେ ମହାପ୍ରଭୁଙ୍କର ବାହୁଡ଼ାଯାତ୍ରା ଏବଂ ଜନଗହଳି ମଧ୍ୟରେ ଭକ୍ତ ଓ ଭଗବାନଙ୍କର ଅପୂର୍ବ ଚକ୍ଷୁ ମିଳନର ଦୃଶ୍ୟ ବେଶ୍ ହୃଦୟସ୍ପର୍ଶୀ ଥିଲା।

ମନ୍ଦିର ଅଗଣାକୁ ଫେରିବା ପରେ ରଥ ଉପରେ ବିଦ୍ୟମାନ ଜଗତର ନାଥ ଶ୍ରୀ ଜଗନ୍ନାଥ, ବଡ଼ଭାଇ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ପ୍ରଭୁ ସୁଦର୍ଶନ, ଭକ୍ତମାନଙ୍କୁ ଦିବ୍ୟ ଦର୍ଶନ ପ୍ରଦାନ କରିଥିଲେ।

ବିଳମ୍ବିତ ରାତିରେ ପୁଣି ସାହିରୋଷଣୀ କରାଯାଇ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରଥ ଉପରୁ ନିଆଯାଇ ନାଟ୍ୟ ମଣ୍ଡପରେ ଆସୀନ କରାଯାଇଥିଲା।

ମହାପ୍ରଭୁ ନାଟ୍ୟମଣ୍ଡପ ଠାରେ ଆସନ୍ତା ୨୭ ତାରିଖ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଅବସ୍ଥାନ କରିବେ ବୋଲି ମନ୍ଦିର ପରିଚାଳନା କମିଟି ସୂତ୍ରରୁ ପ୍ରକାଶ।

ବାହୁଡ଼ା ଯାତ୍ରାର ସ୍ୱତନ୍ତ୍ର ଆକର୍ଷଣ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଥିଲା।

ଏମଧ୍ୟରେ ପ୍ରଖ୍ୟାତ ନୃତ୍ୟ ସଂରଚକ ଶାଶ୍ୱତ ଯୋଶୀ ଏବଂ ସାଥି ଙ୍କର ମନଲୋଭା ନୃତ୍ୟ,ସମ୍ବଲପୁରର ଟ୍ରାଇବାଲ ଏଣ୍ଡ ଫୋକ ଆର୍ଟ ସେଣ୍ଟରର କଳାକାର ମାନଙ୍କ ଦ୍ୱାରା ଦମଦାର ସମ୍ବଲପୁରୀ ଲୋକ ନୃତ୍ୟ ଓ ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏବଂ ସୁନାମଧନ୍ୟ କଣ୍ଠଶିଳ୍ପୀ  ସତ୍ୟଜିତ ପ୍ରଧାନ, ଅନୁରାଧା ପାଣିଗ୍ରାହୀ , ଜ୍ୟୋତିର୍ମୟୀ  ନାୟକ ଓ ସିଦ୍ଧାର୍ଥ ମିଶ୍ରଙ୍କ ଦ୍ୱାରା ସୁମଧୁର ଭଜନ ପରିବେଷଣ ଆଦି ଅନ୍ତର୍ଭୁକ୍ତ ଥିଲା ।

ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସୁଦକ୍ଷ ଉପସ୍ଥାପିକା ସ୍ଵର୍ଣପ୍ରଭା ପତି ସୂଚାରୁ  ବାହୁଡ଼ା ଯାତ୍ରାକୁ ଦକ୍ଷତାର ସହିତ ଆୟୋଜନ ଏବଂ ସଫଳତା ସହିତ ସମାପନ କରାଯିବାରେ ମନ୍ଦିର ପରିଚାଳନା କମିଟି ଶ୍ରୀ ନୀଳାଚଳ ସେବାସଙ୍ଘର ସୁଦକ୍ଷ ସଙ୍ଗଠକ ବୃନ୍ଦ ଯଥା ସଭାପତି ବିଘ୍ନେଶ୍ୱର ରାଉତ, ସମ୍ପାଦକ ରବୀନ୍ଦ୍ରନାଥ ପ୍ରଧାନ, ଉପଦେଷ୍ଟା ବରିଷ୍ଠ ଆଇନ ଜିବୀ ଅବନୀ ସାହୁ, କାର୍ଯ୍ୟକର୍ତ୍ତା ବୃନ୍ଦ ଯଥା :- ରବି ପାଣି, ଗଜେନ୍ଦ୍ର ପ୍ରସାଦ ସାମନ୍ନ୍ତ ,ପଙ୍କଜ ମହାନ୍ତି, ଅଭୟ ପ୍ରଧାନ, ଅଶୋକ ପ୍ରଧାନ(କ), କ୍ଷୀରୋଦ ପାତ୍ର,ଅଭିରାମ ସୁତାର, ଅଶୋକ ପ୍ରଧାନ (ଖ), ଜିତେନ୍ଦ୍ର ମହାପାତ୍ର, ଅଜୟ ପ୍ରଧାନ, ନିଶୀଦ୍ଧ କୁମାର ଦାସ, ରଙ୍କନିଧି ସାହୁ, ଦିଲ୍ଲୀପ କୁମାର ସ୍ୱାଇଁ,ବିଜୟ କୁମାର ସାହୁ, ଅମୁଲ୍ୟ ଓଝା, ସୁକାନ୍ତ ସାହୁ , ବିଧାନ ଜେନା, ଅଫିସର ରାଉତ, ସୁରଜ ନାୟକ, ପ୍ରଦୀପ ସ୍ୱାଇଁ, ଉପେନ୍ଦ୍ର ବେହେରା, ଦିଲ୍ଲୀପ ରାଉତ, ଗିରିଧାରୀ ମହାନ୍ତି ଏବଂ ମନ୍ଦିର ମୁଖ୍ୟ ପରିଚାଳକ ରଶ୍ମି ରଞ୍ଜନ ବେହେରା ତଥା ସହପରିଚାଳକ ଶଶୀକାନ୍ତ ସାହୁ, ସଂଜୀବ ଜେନା ଓ ମନ୍ଦିରର ପୂଜକବୃନ୍ଦ ଯଥା ସନାତନ ପାଢ଼ୀ, ଦେବବ୍ରତ ମିଶ୍ର, ଜଗବନ୍ଧୁ ଦାଶ, ପ୍ରେମାନନ୍ଦ ଶତପଥି, ସନ୍ତୋଷ ପଣ୍ଡା, କାଳନ୍ଦୀ ଚରଣ ବଡ଼ୁ ଓ ପ୍ରଶାନ୍ତ ଦାଶ ପ୍ରମୁଖଙ୍କର ଭୂମିକା ଉଲ୍ଲେଖଯୋଗ୍ୟ ଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।