Fertiliser Supply Crisis ଭଦ୍ରକରେ ସାର ଯୋଗାଣରେ ଆବ୍ୟବସ୍ଥା, ଚାଷୀ ହତାଶ

Jul 19, 2026 - 20:47
Fertiliser Supply Crisis  ଭଦ୍ରକରେ ସାର ଯୋଗାଣରେ ଆବ୍ୟବସ୍ଥା, ଚାଷୀ ହତାଶ

"ଭଦ୍ରକ(ହରିହର ନାୟକ): ଭଦ୍ରକ ଜିଲ୍ଲାରେ  ଖରିଫ ଋତୁରେ ଚାଷୀଙ୍କୁ ସାର ଯୋଗାଣ  ପାଇଁ ମାର୍କଫେଡ୍‌କୁ ଦାୟିତ୍ବ ନେଇଛି।

କିନ୍ତୁ ଚଳିତ ଆର୍ଥିକ ବର୍ଷରେ ସାରଯୋଗାଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି।

ବଣ୍ଟନ ନିମନ୍ତେ ଯେଉଁ ନୀତି ଅବଲମ୍ବନ କରାଯାଇଛି ସେଥିରେ ଚାଷୀମାନେ ଅଯଥା ହଇରାଣ ହେବା ଆଶଙ୍କା ଉପୁଜିଛି।

Advertisment ଚାଷୀଙ୍କୁ ବିହନ, ତଳି, ମଞ୍ଜି ଓ ସାର ଯୋଗାଣ ସୁନିଶ୍ଚିତ କରାଯାଉ ଚଳିତ ବର୍ଷ ନିୟମାନୁସାରେ, ସାର ଯୋଗାଣ ନୀତିରେ ୪୦ ପ୍ରତିଶତ ବେସରକାରୀ ସାର ରିଟେଲରଙ୍କୁ ଦିଆଯିବ ଓ ୬୦ ପ୍ରତିଶତ ସମବାୟ  ସଂସ୍ଥାକୁ ଦିଆଯିବ।

ଭଦ୍ରକ ଜିଲ୍ଲାରେ ୧୦୮ଟି  ସେବା ସମବାୟ ସଂସ୍ଥାରୁ ମାତ୍ର ୬୮ଟି ସୋସାଇଟି ସାର ଉଠାଇଛନ୍ତି।

ନୂଆ ନିୟମ ଅନୁସାରେ ସାର ନେବା ପାଇଁ ସୋସାଇଟି ସମ୍ପାଦକ ଲାଇସେନ୍ସ ପ୍ରଦାନ କରିବା ଜରୁରି ରହିଛି।

ଭଦ୍ରକ ଜିଲ୍ଲାରେ ୧୦୮ରୁ ମାତ୍ର ୮୧ଟି ସୋସାଇଟିର ଲାଇସେନ୍ସ ରହିଛି।

ନିୟମ ଅନୁଯାୟୀ  ରାଣୀତାଲ କୃଷି ବିଜ୍ଞାନ କେନ୍ଦ୍ରରେ ୧୫ ଦିନିଆ  ତାଲିମ ନେବା ପରେ ଯାଇ ସୋସାଇଟି ସମ୍ପାଦକମାନଙ୍କୁ ସାର ବିକ୍ରି ଲାଇସେନ୍ସ ଦିଆଯିବ।

ମାର୍କଫେଡ୍‌ର ସାର ଯୋଗାଣ ଓ ଆର୍ଥିକ ବ୍ୟବସ୍ଥା କମ୍ପ୍ୟୁଟରୀକରଣ କାର୍ଯ୍ୟକ୍ରମ "ସମନ୍ବିତ" ଆରମ୍ଭ ଚଳିତ ବର୍ଷ ଜିଲ୍ଲାକୁ ଯୋଗାଣ ହେଉଥିବା ୧୭ ହଜାର ୩ ଶହ ୭୫ ମେଟ୍ରିକ ଟନ୍ ୟୁରିଆ ସାର ମଧ୍ୟରୁ ୧୦ ହଜାର ମେଟ୍ରିକ ଟନ୍‌ ୟୁରିଆ କେବଳ ସମବାୟ  ସଂସ୍ଥାକୁ ଦିଆଯିବ।

କିନ୍ତୁ ଜୁଲାଇ  ୧୮ତାରିଖ ସୁଦ୍ଧା ଏହି ୬୮ଟି ସୋସାଇଟିକୁ ମାତ୍ର ୧୪,୪୭୭ କ୍ଲିଣ୍ଟାଲ ୟୁରିଆ ସାର ଯୋଗାଇ ଦିଆଯାଇଛି।

ସେହିଭଳି ଡିଏପି ସାର  ଜିଲ୍ଲାକୁ ଆସୁନି।

ଭଦ୍ରକ ଜିଲ୍ଲାକୁ ଡିଏପି ସାର ୧୩,୧୭୦ ମେଟ୍ରିକ୍ ଟନ ଆସିବାକୁ ଟାର୍ଗେଟ ହୋଇଥିବାବେଳେ ମାତ୍ର ୧୯୩୦ କ୍ରିଣ୍ଟାଲ ଡିଏପି ସୋସାଇଟିକୁ ଦିଆଯାଇଛି।

ସେହିଭଳି ଜିଲ୍ଲାକୁ ୩୯୮୫ ମେଟ୍ରିକ ଟନ ଏମଓପି ସାର ଟାର୍ଗେଟ ହୋଇଥିବାବେଳେ ୬୮ଟି ସୋସାଇଟିକୁ ମାତ୍ର ୪, ୭୭୫ କ୍ଲିଣ୍ଟାଲ ଏମଓପି ସାର ପ୍ରଦାନ କରାଯାଇଛି।

କୃଷି ଓ ସମବାୟ ବିଭାଗର ଉଚ୍ଚସ୍ତରୀୟ ସମନ୍ବୟ ବୈଠକ : ଉନ୍ନତ ମାନର ବିହନ ଓ ସାର ‌ଯୋଗାଣକୁ ଗୁରୁତ୍ବ ୨୦-୨୦-୦ ସାର ଜିଲ୍ଲାକୁ ୩୩୫୫ ମେଟ୍ରିକଟନ ଟାର୍ଗେଟ ହୋଇଥିବାବେଳେ ଏହି ସବୁ ସୋସାଇଟିକୁ ମାତ୍ର ୨୯୬୯ କ୍ଲିଣ୍ଡାଲ ପ୍ରଦାନ କରାଯାଇଛି।

ଜିଲ୍ଲାକୁ ନାନୋ ବୋତଲ ୟୁରିଆ ସାର ୩୬୪୦ ବୋତଲ ଟାର୍ଗେଟ ହୋଇଥିବାବେଳେ ସେଥିରୁ ଆଗୁଆ ୨୪୦୦ ବୋତଲ ସମବାୟ ସଂସ୍ଥାକୁ ମାର୍କଫେଡ ଜବରଦସ୍ତ ଦେଇସାରିଲେଣି।

ଚାଷୀମାନେ ଦାନା ସାର ଖୋଜୁଥିବାବେଳେ ସୋସାଇଟି ସମ୍ପାଦକମାନେ ଜବରଦସ୍ତ ନେଇଥିବା ଏହି ୨୪୦୦ ୟୁରିଆ ନାନୋ ବୋତଲକୁ ନେଇ ନିଜ ଗୋଦାମରେ ପକାଇ ରଖୁଛନ୍ତି।

ଗୁରୁତ୍ଵପୂର୍ଣ୍ଣ କଥା ହେଲା ଛକବଜାରରେ ଥିବା ସାର ଦୋକାନକୁ ମାର୍କଫେଡ ସାର ଦେଉନଥିବାବେଳେ ସମବାୟ ସଂସ୍ଥାକୁ ବି ସମ୍ପୂର୍ଣ ଗର୍ଗେଟ ପୂରଣ କରି ପାରୁନାହିଁ।

କେବେ ଡିଏପି ସାରର  ଆସିବ ତାହାକୁ ଚାଷୀ ଅନାଇ ବାଡିଛନ୍ତି।

ଅନ୍ୟପକ୍ଷରେ ୧୦୮ରୁ ୬୮ଟି ସୋସାଇଟି ସାର ଅଳ୍ପକିଛି ନେଇଥିବାବେଳେ ବାକି ୪୦ଟି ସୋସାଇଟି  ସାର ପାଉ ନାହାନ୍ତି।

ଜିଲ୍ଲାର ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣରେ ସାର ଯୋଗାଣ କରିବାକୁ ଥିବା ବେକେ ସାରା ଜୀବନର ମନ୍ତ୍ରର ଗତିକୁ  ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।