Ama Bus Services: ବାତ୍ୟା ସମୟରେ ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଥିଲା କ୍ରୁଟ୍; ସେବା ଯୋଗାଇବା ଆମ ବସ୍

Nov 20, 2026 - 21:10
Ama Bus Services: ବାତ୍ୟା ସମୟରେ ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଥିଲା କ୍ରୁଟ୍; ସେବା ଯୋଗାଇବା ଆମ ବସ୍

ବାତ୍ୟା 'ଅକ୍‌ୱାନ୍'ର ପ୍ରଭାବକୁ ଦୃଷ୍ଟିରେ ରଖି କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ ବା କ୍ରୁଟ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା।

ଜନସାଧାରଣଙ୍କୁ ନିର୍ଭରଯୋଗ୍ୟ ପରିବହନ ସେବା ଯୋଗାଇଦେବା ସହ ଯାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଥିଲା।

Advertisment ପ୍ରବଳ ବର୍ଷା, ଜଳବନ୍ଦୀ ସମସ୍ୟା ଏବଂ ପ୍ରତିକୂଳ ପାଣିପାଗ ଆଶଙ୍କାରେ ବ୍ରହ୍ମପୁର ଓ ପୁରୀରେ ଆମ ବସ୍ ସେବାକୁ ସାମୟିକ ଭାବେ ବନ୍ଦ ରଖାଯାଇଥିଲା।

ତେବେ ଏହି ଦୁଇ ସହରକୁ ବାଦ୍ ଦେଲେ ଅନ୍ୟ ସମସ୍ତ ସହରରେ ନିୟମିତ ସମୟସୂଚୀ ଅନୁଯାୟୀ ବସ୍ ସେବା ଜାରି ରହିଥିଲା।

ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିଥିଲା ବସ୍ ବାତ୍ୟା ପରବର୍ତ୍ତୀ ପରିସ୍ଥିତିରେ ଜନସାଧାରଣଙ୍କ ଯାତାୟାତ ସହ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ସହଯୋଗ କରିବା ପାଇଁ ବ୍ରହ୍ମପୁର ଓ ପୁରୀରେ ଥିବା ଆମ ବସ୍‌ଗୁଡ଼ିକୁ ପ୍ରସ୍ତୁତ ରଖାଯାଇଥିଲା।

Advertisment ପାଣିପାଗରେ ସୁଧାର ଆସିବା ପରେ ଏବଂ ଜିଲ୍ଲା ପ୍ରଶାସନର ଆବଶ୍ୟକତା ଅନୁଯାୟୀ ଏହି ବସ୍‌ଗୁଡ଼ିକୁ ତୁରନ୍ତ ନିୟୋଜିତ କରିବାକୁ ଯୋଜନା କରାଯାଇଥିଲା।

ଏହାଦ୍ୱାରା ଜରୁରୀକାଳୀନ ପରିବହନ ସେବା ଯୋଗାଇଦେବା ସହ ବାତ୍ୟା ପରେ ବସ୍ ଚଳାଚଳ ସ୍ୱାଭାବିକ କରିବାକୁ ଲକ୍ଷ୍ୟ ରଖାଯାଇଥିଲା।

NH-16 ଦେଇ ବସ୍ ଚଳାଚଳ ପାଇଁ ହୋଇଥିଲା ଯୋଜନା କ୍ୟାପିଟାଲ୍ ରିଜିଅନ୍‌ରେ ଆବଶ୍ୟକ ପରିଚାଳନାଗତ ପରିବର୍ତ୍ତନ ସହ ଆମ ବସ୍ ସେବା ଜାରି ରଖାଯାଇଥିଲା।

କେତେକ ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଦେବାର ଆଶଙ୍କା ଥିବାରୁ କିଛି ରୁଟ୍‌ର ବସ୍‌କୁ ସାମୟିକ ଭାବେ ଜାତୀୟ ରାଜପଥ-୧୬ ଦେଇ ଚଳାଚଳ କରାଇବାର ବିକଳ୍ପ ରଖାଯାଇଥିଲା।

ଏହି ବ୍ୟବସ୍ଥା ଦ୍ୱାରା ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ସହ ସହରଗୁଡ଼ିକ ମଧ୍ୟରେ ଯାତାୟାତ ସଂଯୋଗ ଜାରି ରଖିବାକୁ ଉଦ୍ୟମ କରାଯାଇଥିଲା।

ରୁଟ୍ ପରିବର୍ତ୍ତନ, ବସ୍ ଚଳାଚଳ ସମୟ ଏବଂ ବସ୍‌ରେ ଚଢ଼ିବା ସ୍ଥାନ ସମ୍ପର୍କିତ ସୂଚନା ପାଇଁ ଯାତ୍ରୀମାନଙ୍କୁ ଆମ ବସ୍ ମୋବାଇଲ୍ ଆପ୍ ଓ କ୍ରୁଟ୍‌ର ଅଧିକୃତ ସୋସିଆଲ୍ ମିଡିଆ ପୃଷ୍ଠା ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଥିଲା।

୨୪ ଘଣ୍ଟା ନଜର ରଖିଥିଲା କ୍ରୁଟ୍ ବାତ୍ୟା ସମୟରେ ପାଣିପାଗର ପରିବର୍ତ୍ତନ ଓ ରାସ୍ତାଘାଟର ସ୍ଥିତି ଉପରେ କ୍ରୁଟ୍‌ର କେନ୍ଦ୍ରୀୟ ପରିଚାଳନା ଟିମ୍ ପକ୍ଷରୁ ୨୪ ଘଣ୍ଟିଆ ନଜର ରଖାଯାଇଥିଲା।

ଏଥିପାଇଁ ଡିପୋ ଟିମ୍, କ୍ଷେତ୍ରୀୟ ସୁପରଭାଇଜର, କ୍ୟାପ୍ଟେନ୍ ଓ ଗାଇଡ୍‌ମାନଙ୍କୁ ସତର୍କ ରଖାଯାଇଥିଲା।

ପ୍ରତିକୂଳ ପାଣିପାଗରେ ସୁରକ୍ଷିତ ଗାଡ଼ି ଚାଳନା, ଜଳବନ୍ଦୀ ଆଶଙ୍କା ଥିବା ସ୍ଥାନ ଚିହ୍ନଟ ଏବଂ ରାସ୍ତାଘାଟର ସ୍ଥିତି ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଥିଲା।

ଏହାସହ ଯାତ୍ରୀମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବା, ଯାତ୍ରା ସମ୍ପର୍କିତ ସୂଚନା ପ୍ରଦାନ ଏବଂ ଜିଲ୍ଲା ପ୍ରଶାସନ ଓ ଜରୁରୀକାଳୀନ ସେବା ସଂସ୍ଥାଗୁଡ଼ିକ ସହ ସମନ୍ୱୟ ରକ୍ଷା ପାଇଁ ବ୍ୟବସ୍ଥା କରାଯାଇଥିଲା।

ଯାତ୍ରୀଙ୍କ ସୁରକ୍ଷାକୁ ଦିଆଯାଇଥିଲା ପ୍ରାଥମିକତା କ୍ରୁଟ୍ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ, ସୁରକ୍ଷିତ ଭାବେ ବସ୍ ଚଳାଚଳ ସମ୍ଭବ ଥିବା ସ୍ଥାନଗୁଡ଼ିକରେ ଜନସାଧାରଣଙ୍କ ପାଇଁ ପରିବହନ ସେବା ଜାରି ରଖିବାକୁ ପଦକ୍ଷେପ ନିଆଯାଇଥିଲା।

ସେହିପରି ପାଣିପାଗ ଅନୁକୂଳ ହେବା ମାତ୍ରେ ସାମୟିକ ଭାବେ ବନ୍ଦ ଥିବା ବସ୍ ସେବାକୁ ପୁନଃଚାଲୁ କରିବା ପାଇଁ ପ୍ରସ୍ତୁତି ରଖାଯାଇଥିଲା।

ଯାତ୍ରୀମାନଙ୍କୁ ଯାତ୍ରା ପୂର୍ବରୁ ଆବଶ୍ୟକ ସୂଚନା ସଂଗ୍ରହ କରିବା ସହ କ୍ଷେତ୍ରରେ ନିୟୋଜିତ କର୍ମଚାରୀଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା।

ବାତ୍ୟା ପୂର୍ବରୁ, ବାତ୍ୟା ସମୟରେ ଏବଂ ବାତ୍ୟା ପରବର୍ତ୍ତୀ ପରିସ୍ଥିତିରେ ଜନସାଧାରଣଙ୍କୁ ସୁରକ୍ଷିତ ପରିବହନ ସେବା ଯୋଗାଇଦେବା ପାଇଁ କ୍ରୁଟ୍ ନିଜର ବସ୍ ଓ କର୍ମଚାରୀମାନଙ୍କୁ ପ୍ରସ୍ତୁତ ରଖିଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)