Aluminum: ସମ୍ବଲପୁରରେ ନୂଆ ଆଲୁମିନିୟମ ଫଏଲ୍‌ କାରଖାନା

Jul 17, 2026 - 17:57
Aluminum: ସମ୍ବଲପୁରରେ ନୂଆ ଆଲୁମିନିୟମ ଫଏଲ୍‌ କାରଖାନା

"ଭୁବନେଶ୍ବର: ସମ୍ବଲପୁରରେ ଶ୍ୟାମ ମେଟାଲିକ୍ସର ସହାୟକ କମ୍ପାନି ଏସ୍‌ଇଏମ୍‌ଏଲ୍‌ ଷ୍ଟିଲ୍‌ ଷ୍ଟ୍ରକ୍‌ଚରାଲ୍‌ର ନୂଆ ଆଲୁମିନିୟମ ଫଏଲ୍‌ କାରଖାନା କାର୍ଯ୍ୟକ୍ଷମ ହୋଇଛି।

ଏହାର ସ୍ଥାପିତ ଉତ୍ପାଦନ କ୍ଷମତା ହେଉଛି ବାର୍ଷିକ ୧୮ ହଜାର ଟନ୍‌।

କାରଖାନାରେ ପ୍ରିମିୟମ ମାନର ଆଲୁମିନିୟମ ଫଏଲ୍‌ ଉତ୍ପାଦନ କରାଯିବ।Advertisment ଆହୁରି ପଢନ୍ତୁ:Russia: କିବ୍‌ ଉପରେ ରୁଷ୍‌ର ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼  କମ୍ପାନି ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ନିର୍ମାଣ କରାଯାଉଥିବା ଆଲୁମିନିୟମ ଫ୍ଲାଟ୍‌ ରୋଲ୍‌ଡ ପ୍ରଡକ୍ଟ କାରଖାନା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ଯୋଜନା ମୁତାବକ ଆସନ୍ତା ସେପ୍ଟେମ୍ବର ସୁଦ୍ଧା କାରଖାନା କାର୍ଯ୍ୟକ୍ଷମ ହେବ।

ସେହି କାରଖାନାର ସ୍ଥାପିତ ଉତ୍ପାଦନ କ୍ଷମତା ହେଉଛି ବାର୍ଷିକ ୬୦,୦୦୦ ଟନ୍‌।

ଉଭୟ କାରଖାନାରେ କମ୍ପାନି ୮୦୦ କୋଟି ଟଙ୍କା ନିବେଶ କରୁଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।