Odisha: ନିଟ୍ ୟୁଜିରେ ଆଲେନ୍ ଓଡ଼ିଶାର ସଫଳତା
"ଭୁବନେଶ୍ବର: ନିଟ୍ ୟୁଜି ୨୦୨୬ ପରୀକ୍ଷାରେ ଆଲେନ୍ ଓଡ଼ିଶାର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି।
ଅନ୍ବେଷା ସୁନ୍ଦରାୟ ୬୮୬ ମାର୍କ ରଖି ସର୍ବଭାରତୀୟ ୧୭୦ ରୢାଙ୍କ ହାସଲ କରିଛନ୍ତି।
ସର୍ବଭାରତୀୟ ୨୦୦୦ ରୢାଙ୍କ ମଧ୍ୟରେ ଆଲେନ୍ ଓଡ଼ିଶାର ୮ ଜଣ ଛାତ୍ରଛାତ୍ରୀ ରହିଛନ୍ତି ବୋଲି ଆଲେନ୍ର ଉପସଭାପତି ଓ ଜୋନାଲ ମୁଖ୍ୟ (ଓଡ଼ିଶା ଓ ପଶ୍ଚିମବଙ୍ଗ) ରଜନୀଶ କୁମାର ଶ୍ରୀବାସ୍ତବ କହିଛନ୍ତି।Advertisment ଆହୁରି ପଢନ୍ତୁ:Asia Cup: ୧୭ ବର୍ଷରୁ କମ୍ ଏସିଆ କପ୍ କ୍ବାଲିଫାୟର୍ସ ଶ୍ରୀ ଶ୍ରୀବାସ୍ତବ କହିଛନ୍ତି ଯେ ଫଳାଫଳ ସଙ୍କଳନ ଜାରି ରହିଛି।
ଚୂଡ଼ାନ୍ତ ତଥ୍ୟ ଆସିବା ବେଳକୁ ସଫଳତା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶା କରାଯାଉଛି।
ଆଲେନ ଓଡ଼ିଶା ଗୁଣାତ୍ମକ ଶିକ୍ଷା, ବିଶେଷଜ୍ଞ ପରାମର୍ଶ ଓ ପ୍ରତିଯୋଗିତାମୂଳକ ଶିକ୍ଷଣ ପରିବେଶ ପ୍ରଦାନ କରି ଛାତ୍ରଛାତୀମାନଙ୍କୁ ନିଟ୍ ଭଳି ଜାତୀୟସ୍ତରୀୟ ପରୀକ୍ଷାରେ ଉତ୍କର୍ଷ ହାସଲ କରିବାରେ ସମର୍ଥନ କରିବାକୁ ପ୍ରତିବଦ୍ଧ ଥିବା ସେ କହିଛନ୍ତି।
ଜାତୀୟ ସ୍ତରରେ ଶୀର୍ଷ ୧୦ ମଧ୍ୟରେ ଆଲେନର ୫ ଜଣ ଓ ଶୀର୍ଷ ୧୦୦ରେ ୪୬ ଜଣ ଛାତ୍ରଛାତ୍ରୀ ରହିଛନ୍ତି।
ଆହୁରି ପଢନ୍ତୁ:Bhadrak Road Accident ଜନ୍ମ ପ୍ରମାଣ ପାଇଁ ଆସିଥିଲେ, ଫେରନ୍ତା ବାଟରେ ଦୁର୍ଘଟଣାରେ ଜୀବନ ହାରିଲେ ଆଲେନ୍ର ଦୁଇ ଛାତ୍ର ଆର୍ଯ୍ୟନ ଗୁପ୍ତା ଓ ପାନସୁଲ ବଂଶଲ ଯୁଗ୍ମ ଭାବେ ୭୨୦ରୁ ୭୧୫ ନମ୍ବର ରଖି ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଛନ୍ତି।
ଆୟୁଷ ଭାଲୋଟିଆ ରୢାଙ୍କ ୪, ଆର୍ଯ୍ୟନ ଦୁବେ ରୢାଙ୍କ ୭ ଓ ଗୌରବ ସିଂହ ରୢାଙ୍କ ୯ ହାସଲ କରିଛନ୍ତି।
ସଫଳତା ହାସଲ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଆଲେନର ସିିଇଓ ନିତିନ କୁକରେଜା ଅଭିନନ୍ଦନ ଜଣାଇଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।