Alia: କ୍ୟାଟ୍‌ଙ୍କୁ ଆଲିୟାଙ୍କ ପ୍ରଶଂସା

Oct 14, 2026 - 06:18
Alia: କ୍ୟାଟ୍‌ଙ୍କୁ ଆଲିୟାଙ୍କ ପ୍ରଶଂସା

"ମାତୃତ୍ବ ଲାଭ ପରେ ନିଜର ପରିବର୍ତ୍ତିତ ଚେହେରାକୁ ନେଇ ସୋସିଆଲ୍‌ ମିଡିଆ ‌ଟ୍ରୋଲିଂର ଶିକାର ହୋଇଥିଲେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍।

ତାହାକୁ ନେଇ କ୍ୟାଟ୍ର‌ିନା ଏବେ ନିରବତା ଭଙ୍ଗ କରିଛନ୍ତି।

ନିକଟରେ ସେ ତାଙ୍କ ବ୍ୟୁଟି ବ୍ରାଣ୍ଡ୍‌ର ଏକ କାର୍ଯ୍ୟକ୍ରମ ପାଇଁ ସ୍ବାମୀ ଭିକି କୌଶଲ ଓ ପୁଅ ବିହାନ୍‌ଙ୍କ ସହ ଲଣ୍ଡନ ଯାଇଥିଲେ।Advertisment ଏହି ବିଶେଷ ଅବସରରେ କ୍ୟାଟ୍ରିନା ସୋସିଆଲ୍‌ ମିଡିଆ ଟ୍ରୋଲିଂ ସଂପର୍କରେ ନିଜର ମତ ପ୍ରକାଶ କରିଥିଲେ।

ସେ କହିଛନ୍ତି, ""ସୋସିଆଲ୍ ମିଡିଆରେ ଲୋକମାନେ ଦେଉଥିବା ମତାମତ ଯେପରି ଜଣେ ବ୍ୟକ୍ତିଙ୍କ ଆତ୍ମସମ୍ମାନ ଓ ମୂଲ୍ୟବୋଧକୁ ପ୍ରଭାବିତ ନକରେ, ସେଥିପ୍ରତି ସଚେତନ ରହିବା ଆବଶ୍ୟକ।

ଯଦି ଆମେ ସମସ୍ତଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିବା, ତେବେ ନିଜ ପାଇଁ ନିଷ୍ପତ୍ତି ନେବାର କ୍ଷମତା ଉପରେ ନକାରାତ୍ମକ ପ୍ରଭାବ ପଡ଼ିବ।

ତେଣୁ ଅନ୍ୟମାନଙ୍କ ମତାମତକୁ ଅତ୍ୟଧିକ ଗୁରୁତ୍ୱ ନଦେଇ ଆମେ ନିଜର ଆତ୍ମବିଶ୍ୱାସ ଓ ବିଚାର ଉପରେ ଭରସା ରଖିବା ଉଚିତ।"" କାର୍ଯ୍ୟକ୍ରମରେ କ୍ୟାଟ୍ରିନା ଏକ କଳା ରଙ୍ଗର ଆକର୍ଷଣୀୟ ପୋଷାକ ପରିଧାନ କରିିଥିଲେ।

ସେହି ସବୁ ଫଟୋ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଅନେକ ତାହାକୁ ପସନ୍ଦ କରିଛନ୍ତି।

ତେବେ କ୍ୟାଟ୍ରିନା କରିଥିବା ପୋଷ୍ଟ୍‌ର ବିଶେଷ ଆକର୍ଷଣ ପାଲଟିଛି ଅଭିନେତ୍ରୀ ଆଲିୟା ଭଟ୍ଟ କମେଣ୍ଟ କରିଥିବା "ନିଆଁ" ଇମୋଜି।

ଏହା ପଛର ରୋଚକ କାରଣ ହେଲା କ୍ୟାଟ୍ରିନା ହେଉଛନ୍ତି ଆଲିୟାଙ୍କ ସ୍ବାମୀ ରଣବୀର କପୁରଙ୍କ ପୂର୍ବତନ ପ୍ରେମିକା।

ତେଣୁ ତାଙ୍କ ଫଟୋରେ ‌ଆଲିୟାଙ୍କ ପ୍ରଶଂସାସୂଚକ କମେଣ୍ଟକୁ ନେଇ ସୋସିଆଲ୍‌ ମିଡିଆରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, କ୍ୟାଟ୍ରିନା କୈଫ ଓ ରଣବୀର କପୁର ଦୀର୍ଘ ସମୟ ଧରି ପ୍ରେମ ସମ୍ପର୍କରେ ଥିଲେ।

ପରେ ସେମାନେ ଅଲଗା ହେବାର ନିଷ୍ପତ୍ତି ନେଇଥିଲେ।

ରଣବୀର ଅଭିନେତ୍ରୀ ଆଲିୟା ଭଟ୍ଟଙ୍କୁ ଜୀବନସାଥୀ ର‌ୂପେ ବାଛିଥିବା ବେଳେ ଭିକି କୌଶଲଙ୍କୁ ବିବାହ କରିଥିଲେ କ୍ୟାଟ୍ରିନା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)