Alcohol Seized: ରଣପୁରରେ ଅବକାରୀର କଡ଼ା କାର୍ଯ୍ୟାନୁଷ୍ଠାନ, ୪୨୦ ଲିଟର ହାତରନ୍ଧା ଦେଶୀ ମଦ ଜବତ
"ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ଅବକାରୀ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ଚାଲିଆସୁଥିବା ଚୋରା ହାତରନ୍ଧା ଦେଶୀ ମଦ କାରବାର ବିରୋଧରେ ଅବକାରୀ ବିଭାଗ ବଡ଼ ଧରଣର ସଫଳତା ପାଇଛି।
ଏକ ସ୍ୱତନ୍ତ୍ର ଚଢ଼ାଉରେ ବିଭାଗ ୪୨୦ ଲିଟର ହାତରନ୍ଧା ଦେଶୀ ମଦ ଜବତ କରିଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୮୪ ହଜାର ଟଙ୍କା ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ରଣପୁର ଅବକାରୀ ଥାନା ଅଞ୍ଚଳରେ ବ୍ୟାପକ ଭାବେ ଚୋରା ଦେଶୀ ମଦ କାରବାର ଚାଲୁଥିବାରୁ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉଥିଲେ।
ଏହାକୁ ନେଇ ଅବକାରୀ ବିଭାଗ ପକ୍ଷରୁ ଚିନ୍ତା ପ୍ରକାଶ ପାଉଥିଲା।
ଏହି ପରିପ୍ରେକ୍ଷୀରେ ରଣପୁର ଅବକାରୀ ଥାନାରେ ନୂତନ ଉପ-ନିରୀକ୍ଷକ ଭାବେ ଶଶିକାନ୍ତ ରାଉତ ଯୋଗଦେବା ପରେ ଅଞ୍ଚଳରେ ପେଟ୍ରୋଲିଂ ଓ ଚଢ଼ାଉକୁ ଜୋରଦାର କରାଯାଇଛି।Advertisment Ganja: ଖାକିରେ "ଗଞ୍ଜେଇ" ଦାଗ: ୫ ବର୍ଷରେ ଜେଲ୍ ଗଲେଣି ୧୪ ଅଗଷ୍ଟ ୨୫ ତାରିଖ ବିଳମ୍ବିତ ସନ୍ଧ୍ୟାରେ ବନ୍ଧମୁଣ୍ଡା ଗ୍ରାମ ପଞ୍ଚାୟତର ବାଙ୍କନାଳିଆ ଅଞ୍ଚଳରୁ ବହୁ ପରିମାଣରେ ହାତରନ୍ଧା ଦେଶୀ ମଦ ଚାଲାଣ ହେଉଥିବା ଖବର ଅବକାରୀ ବିଭାଗ ପାଖରେ ପହଞ୍ଚିଥିଲା।
ତେବେ ଅବକାରୀ ଟିମ୍ର ଗତିବିଧି ସମ୍ପର୍କରେ ସୂଚନା ପାଇ ଚୋରା ବେପାରୀମାନେ ମଦ ଭର୍ତ୍ତି ପ୍ୟାକେଟଗୁଡ଼ିକୁ ଫିଙ୍ଗି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଖବର ପାଇ ଉପ-ନିରୀକ୍ଷକ ଶଶିକାନ୍ତ ରାଉତ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଲାସି ଅଭିଯାନ ଚଳାଇଥିଲେ।
ପରେ ନୟାଗଡ଼ ରେଞ୍ଜ ଅବକାରୀ ନିରୀକ୍ଷକ ରମେଶ ସାହୁ ମଧ୍ୟ ଟିମ୍ ସହ ସେଠାରେ ପହଞ୍ଚି ଚଢ଼ାଉରେ ସାମିଲ ହୋଇଥିଲେ।
ଅଭିଯାନ ସମୟରେ ୪୨୦ ଲିଟର ହାତରନ୍ଧା ଦେଶୀ ମଦ ଜବତ କରାଯାଇଥିଲା।
ଅବକାରୀ ବିଭାଗର ଏହି କାର୍ଯ୍ୟାନୁଷ୍ଠାନ ପରେ ଚୋରା ମଦ କାରବାରୀଙ୍କ ମଧ୍ୟରେ ଛନକା ପଶିଥିବା ବେଳେ ଆଗାମୀ ଦିନରେ ଏଭଳି ଚଢ଼ାଉ ଆହୁରି ଜୋରଦାର ହେବ ବୋଲି ବିଭାଗ ସୂଚନା ଦେଇଛି ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
