Protein-rich biscuits: ପ୍ଲାଷ୍ଟିକ୍ ଆବର୍ଜନାରୁ ପ୍ରୋଟିନ୍ଯୁକ୍ତ ବିସ୍କୁଟ୍
"ପ୍ଲାଷ୍ଟିକ୍ ଆବର୍ଜନାରୁ ସ୍ବାସ୍ଥ୍ୟପ୍ରଦ ବିସ୍କୁଟ୍ ପ୍ରସ୍ତୁତି!
ଶୁଣିବାକୁ ଅବାସ୍ତବ ଲାଗୁଥିଲେ ମଧ୍ୟ ବୈଜ୍ଞାନିକମାନେ ଏହାକୁ ସମ୍ଭବ କରି ଦେଖାଇଛନ୍ତି।
ପୁରୁଣା ପ୍ଲାଷ୍ଟିକ୍କୁ ପ୍ରକ୍ରିୟାକରଣ କରି ପ୍ରୋଟିନ୍ଯୁକ୍ତ ଜୈବ ପଦାର୍ଥରେ ପରିଣତ କରିବା ପରେ ସେଥିରୁ ୩-ଡି ପ୍ରିଣ୍ଟିଂ ମାଧ୍ୟମରେ ବିସ୍କୁଟ୍ ତିଆରି କରାଯାଇଛି।
ଏହି ପ୍ରକ୍ରିୟାରେ ପାଣି ବୋତଲ ଆଦିରେ ବ୍ୟବହୃତ ପିଇଟି ପ୍ଲାଷ୍ଟିକ୍କୁ ପ୍ରଥମେ ଉଚ୍ଚ ତାପମାତ୍ରା ଓ ଚାପରେ ବିଘଟିତ କରିଦିଆଯାଏ।Advertisment Allegations: ସରକାରୀ ବାସଭବନକୁ ନେଇ ପ୍ରଧାନଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ପରେ ସ୍ୱତନ୍ତ୍ର ବ୍ୟାକ୍ଟେରିଆ କିମ୍ବା ଇଷ୍ଟ ଏହି ପ୍ଲାଷ୍ଟିକ୍ର ପ୍ରକ୍ରିୟାକରଣ କରି ପ୍ରୋଟିନ୍ ବା ପୁଷ୍ଟିସାର, ଚର୍ବି ଓ ଅନ୍ୟ ପୋଷକତତ୍ତ୍ୱଯୁକ୍ତ ଜୈବ ପଦାର୍ଥ ଉତ୍ପନ୍ନ କରିଥାଏ।
ଶେଷରେ ଏହାକୁ ୩-ଡି ପ୍ରିଣ୍ଟର୍ ଦ୍ବାରା ବିସ୍କୁଟ୍ର ଆକାର ଦିଆଯାଏ।
ତେବେ ଏହାକୁ ମଣିଷ ଖାଇବା ପାଇଁ ଏପର୍ଯ୍ୟନ୍ତ ଅନୁମୋଦନ ମିଳିନାହିଁ।
ଭବିଷ୍ୟତର ଦୀର୍ଘ ମହାକାଶ ଅଭିଯାନରେ ମହାକାଶଯାତ୍ରୀଙ୍କ ଖାଦ୍ୟ ସମସ୍ୟାର ସମାଧାନ ପାଇଁ ଏହି ପ୍ରଯୁକ୍ତି ସହାୟକ ହେବ ବୋଲି କୁହାଯାଉଛି।
Health: ତାଳଚେରରେ ଆମ୍ବୁଲାନ୍ସ ସେବା; ଜୀବନ ବଞ୍ଚାଇବାକୁ ଦୌଡୁଥିବା ଗାଡ଼ି ନିଜେ ଅସୁରକ୍ଷିତ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
