Alarnath: ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ ଅସମ୍ଭାଳ ଭିଡ଼
"ବ୍ରହ୍ମଗିରି: ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ ଆଜିଠାରୁ ଆରମ୍ଭ ହୋଇଛି।
ପ୍ରଥମ ଦିନରୁ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ ହୋଇଛି।
ରାତି ସାଢ଼େ ତିନିଟାରେ ଶ୍ରୀଜିଉଙ୍କ ମନ୍ଦିର ଦ୍ବାରଫିଟା ନୀତି ବଢ଼ିଥିଲା।
ସେତେବେଳକୁ ଶ୍ରଦ୍ଧାଳୁଙ୍କ ଭିଡ଼ ବ୍ୟାରିକେଡ୍ ଭିତରେ ଲାଗି ଯାଇଥିଲା।
ଶ୍ରୀଜିଉଙ୍କ ସକାଳ ନୀତି ମଙ୍ଗଳ ଆଳତି, ଅବକାଶ, ବେଶ, ଗୋପାଳବଲ୍ଲଭ ଉଠି ସକାଳ ୭ଟାରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା।
Advertisment puri rath yatra-2026 ଅଧିକ ଜଗନ୍ନାଥପ୍ରେମୀଙ୍କ ନିକଟରେ ପହଞ୍ଚିବ ଚଳିତ ଘୋଷଯାତ୍ରା ଦିନ ଯେତିକି ବଢ଼ୁଥିଲା ଶ୍ରଦ୍ଧାଳୁଙ୍କ ସଂଖ୍ୟା ସେତିକି ବଢ଼ିଥିଲା।
ଅପରାହ୍ଣ ୩ଟାରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା।
ମେଘୁଆ ପାଗ ଓ ମଝିରେ ମଝିରେ ଝିପିଝିପି ବର୍ଷାକୁ ଖାତିର କରିନଥିଲେ ଶ୍ରଦ୍ଧାଳୁ।
ଆଜି ୫୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ କରିଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
Puri Jagannath: ସ୍ନାନବେଦୀରୁ ଭକ୍ତଙ୍କୁ ହାତୀବେଶରେ ଦର୍ଶନ ଦେଲେ ମହାପ୍ରଭୁ"