Mahanandi river: ମହାନଦୀ ତଳେ ଭିନ୍ନ ଏକ ଦୁନିଆ: ଗଭୀର ପାଣିରେ ପାହାଡ଼, ସୁଡ଼ଙ୍ଗ
"କଟକ: ମହାନଦୀର ଗଭୀର ଜଳରାଶି ତଳେ ରହିଛି ଭିନ୍ନ ଏକ ଦୁନିଆ।
ଚୌଦ୍ବାର ପଟକୁ ରହିଥିବା ନନ୍ଦିକେଶ୍ବରୀ ପଠା ନିକଟ ଗଭୀର ଜଳରାଶି ତଳେ ଚକିତ କଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି।
ଏଠାରେ ସର୍ବାଧିକ ୧୦୦ ଫୁଟ ପର୍ଯ୍ୟନ୍ତ ସ୍କୁବା ଡାଇଭ୍ କରାଯାଇଥିବା ବେଳେ ତଳକୁ ଆହୁରି ବହୁତ ଗଭୀର ଅଛି।
୯୦ ଫୁଟ ତଳେ ଦୁଇରୁ ତିନୋଟି ପାହାଡ଼ର ଚୂଳ ଦେଖିବାକୁ ମିଳିଛି।
୫ରୁ ୭କେଜି ଓଜନର ବଡ଼ ଚିତଳ ମାଛ, ଚିଙ୍ଗୁଡ଼ି ମଧ୍ୟ ଦେଖିବାକୁ ମିଳିଛି।
ମଧୁର ପାଣିରେ କ୍ବଚିତ୍ ଦେଖାଯାଉଥିବା ଧଳା ଶୈବାଳ ଏଠାରେ ରହିଛି।
ମହାନଦୀ ତଳର ଦୁନିଆ ସଂପର୍କରେ ଅଧିକ ଅନୁସନ୍ଧାନ ପାଇଁ ଜ୍ଞାନକୌଶଳର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଆନ୍ତର୍ଜାତିକ ସ୍କୁବା ଡାଇଭର ସବିର ବକ୍ସ।Advertisment Alligation: ବନ ବିଭାଗର ସଚେତନତା ଅଭାବ ଅଭିଯୋଗ, ଲୋକେ ଭୟଭୀତ ଅଧିକ ଗବେଷଣାରୁ ମିଳିବ କଟକ ଇତିହାସକୁ ଚକିତ କଲା ଭଳି ତଥ୍ୟ: ସ୍କୁବା ଡାଇଭର୍ ସବିର ବକ୍ସ ସବିରଙ୍କ ନେତୃତ୍ବରେ ମାର୍କୋସ୍ କମାଣ୍ଡୋ ପୀତବାସ ସାସ୍ମଲ, ବୋଟ୍ ଅପରେଟର୍ ଶଙ୍କର ବେହେରା, ଉତ୍ତମ କୁମାର ପଣ୍ଡା, ଇଞ୍ଜିନିୟର ସଂଜୟ କୁମାର କର ଓ ବାସୁଦେବ ସାମଲ ପ୍ରମୁଖ ପାଣି ଭିତରେ ୩ କିଲୋମିଟର ପରିଧି ଭିତରେ ପାଖାପାଖି ୫୦ ମିଟର ମଧ୍ୟରେ ପର୍ଯ୍ୟବେକ୍ଷଣ କରିଥିଲେ।
ପାଣି ଭିତରେ ୪୦ରୁ ୫୦ ଫୁଟ୍ ପର୍ଯ୍ୟନ୍ତ ସୂର୍ଯ୍ୟକିରଣ ପହଞ୍ଚିପାରୁଥିଲା।
ଏହା ତଳକୁ ଝାପ୍ସା ଆଲୋକ ଏବଂ ଟର୍ଚ୍ଚ ସହାୟତାରେ ଡାଇଭିଂ କରାଯାଇଥିଲା।
୯୦ ଫୁଟ ତଳେ ପହଞ୍ଚିବା ବେଳକୁ ତିନୋଟି ପାହାଡ଼ର ଚୂଳ ବୁଡ଼ାଳିଙ୍କ ନଜରକୁ ଆସିଥିଲା।
ସବିରଙ୍କ କହିବାନୁସାରେ ପାଣି ଅଧିକ ତଳକୁ ଅନ୍ଧାରୁଆ ରହିଛି।
ବଡ଼ବଡ଼ ଛିଣ୍ଡା ଜାଲ ପଡ଼ି ଥିବାରୁ ଛନ୍ଦି ହୋଇଯିବା ଭଳି ଭୟ ରହୁଛି।
କିନ୍ତୁ ପ୍ରତି ୧୦ରୁ ୧୫ ମିଟର ଦୂରତାରେ ସୁଡ଼ଙ୍ଗ ଭଳି ରାସ୍ତା ଦେଖାଯାଇଛି।
ଭିତରକୁ ବଡ଼ ଗୁମ୍ଫା ଆକୃତିର ପଥର ରହିଛି।
ପୂର୍ବରୁ ଏଠାରୁ କଟକ ସହର ଭିତରକୁ ସୁଡ଼ଙ୍ଗ ରହିଥିବା ଶୁଣିବାକୁ ମିଳିଥାଏ।
ପାଣି ଭିତରେ ପଥର ମଝିର ସ୍ଥାନଗୁଡ଼ିକୁ ଦେଖିବା ପରେ ସେଥିରେ ସତ୍ୟତା ମନେ ହେଉଛି।
ତେଣୁ ଏହାର ଇତିହାସକୁ ଜାଣିବାକୁ ହେଲେ ଅଧିକ ଗବେଷଣା କରିବାକୁ ପଡ଼ିବ ବୋଲି ସବିର କହିଛନ୍ତି।
Arrest: ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ପାଟନାରୁ ମୁଖ୍ୟ ଅଭିଯୁକ୍ତଙ୍କ ପତ୍ନୀ ଗିରଫ"