Airstrikes: ଆଫଗାନ୍ ସୀମାରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୧୦ଟି ଆଡ୍ଡା ଧ୍ୱଂସ

Sep 24, 2026 - 12:26
Airstrikes: ଆଫଗାନ୍ ସୀମାରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୧୦ଟି ଆଡ୍ଡା ଧ୍ୱଂସ

"ଇସଲାମାବାଦ/କାବୁଲ: ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ସୀମା ସଂଘର୍ଷ ଏବେ ଭୟଙ୍କର ରୂପ ନେଇଛି।

ବୁଧବାର ଆଫଗାନିସ୍ତାନ ପକ୍ଷରୁ ୮ଟି ଡ୍ରୋନ୍ ଆକ୍ରମଣ ଓ ଗୋଳାବାରୁଦ ବର୍ଷା କରାଯିବା ପରେ, ଗୁରୁବାର ସକାଳୁ ପାକିସ୍ତାନୀ ବାୟୁସେନା ଆଫଗାନିସ୍ତାନ ଭିତରେ ପଶି ୧୦ଟି ସ୍ଥାନରେ ଏୟାରଷ୍ଟ୍ରାଇକ୍ କରିଛି।

ପାକିସ୍ତାନ ସୂଚନା ମନ୍ତ୍ରୀ ଅତାଉଲ୍ଲା ତରାର ସୋସିଆଲ ମିଡିଆ ''ଏକ୍ସ''ରେ ଏହି ସୂଚନା ଦେଇଛନ୍ତି।Advertisment ଶାନ୍ତି ଆଲୋଚନା ଗୁରୁତର ବାଧାପ୍ରାପ୍ତ ପାକିସ୍ତାନର ଅଭିଯୋଗ ଅନୁଯାୟୀ, ଆଫଗାନିସ୍ତାନର ତାଲିବାନ ସରକାର ନିଜ ମାଟିରୁ ଆତଙ୍କବାଦୀ କାର୍ଯ୍ୟକଳାପ ନିୟନ୍ତ୍ରଣ କରିବାରେ ବିଫଳ ହେବା ସହ ନିଜେ ସୀମାନ୍ତରେ ଡ୍ରୋନ୍ ଏବଂ ମୋର୍ଟାର୍ ମାଡ଼ କରି ସ୍ଥିତିକୁ ବିଗାଡ଼ିଛନ୍ତି।

ଏହାର ଜବାବରେ ପାକିସ୍ତାନୀ ସେନା ସୀମାପାର୍ ସାମରିକ ଆଡ୍ଡାଗୁଡ଼ିକୁ ଲକ୍ଷ୍ୟ କରି ଏହି ଆକ୍ରମଣ କରିଛି।

ତେବେ ତାଲିବାନ ପ୍ରବକ୍ତା ଜବିହୁଲ୍ଲା ମୁଜାହିଦ୍ ପାକିସ୍ତାନ ଉପରେ କୌଣସି ଡ୍ରୋନ୍ ଆକ୍ରମଣ କରାଯାଇଥିବା କଥାକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି।

ଗତ ସୋମବାର ମଧ୍ୟ ପାକିସ୍ତାନ ଜେଟ୍ ବିମାନ ପୂର୍ବ ଆଫଗାନିସ୍ତାନରେ ଆକ୍ରମଣ କରିଥିଲା, ଯେଉଁଥିରେ ୨୮ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ପାକିସ୍ତାନ ଦାବି କରିଥିଲା।

ଏହି ଘଟଣା ପରେ ଚୀନ୍, ତୁର୍କୀ, କାତାର ଓ ସାଉଦି ଆରବ ପକ୍ଷରୁ ଚାଲିଥିବା ଶାନ୍ତି ଆଲୋଚନା ପ୍ରକ୍ରିୟା ଏବେ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି।

Harassment: ବିହାର ସମସ୍ତୀପୁରରେ ପୁଣି ବର୍ବରତା: ଜମୁଇ ପରେ ଆଉ ଏକ ନାବାଳିକା ନିର୍ଯାତନା ଭିଡିଓ ଭାଇରାଲ୍ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)