08 NOVEMBER 2026

Welcome!

Unlock your personalized experience.
Sign Up

Air Pollution: ଅତ୍ୟନ୍ତ ବିଷାକ୍ତ ହୋଇପଡ଼ିଛି ଦିଲ୍ଲୀର ବାୟୁମଣ୍ଡଳ

Nov 08, 2026 - 13:51
Air Pollution: ଅତ୍ୟନ୍ତ ବିଷାକ୍ତ ହୋଇପଡ଼ିଛି ଦିଲ୍ଲୀର ବାୟୁମଣ୍ଡଳ

ନୂଆଦିଲ୍ଲୀ: ଆଲୋକର ପର୍ବ ଦୀପାବଳି ଅବସରରେ ଦିଲ୍ଲୀର ବାୟୁମଣ୍ଡଳ ଅତ୍ୟନ୍ତ ବିଷାକ୍ତ ହୋଇପଡ଼ିଛି। ପର୍ବର ଗୋଟିଏ ଦିନ ପୂର୍ବରୁ ବାଣ ଫୁଟାଯିବା ଏବଂ ପାଣିପାଗର ପ୍ରତିକୂଳ ପ୍ରଭାବ ଯୋଗୁଁ ରାଜଧାନୀରେ ଏକ ମୋଟା ବିଷାକ୍ତ କୁହୁଡ଼ିର ଆବରଣ ଦୃଶ୍ୟମାନ ହୋଇଛି। ରବିବାର ସକାଳେ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୮୩ ରେ ପହଞ୍ଚିଛି, ଯାହାକି ''ଅତି ଖରାପ'' ବର୍ଗରେ ରହିଛି। ସହରର ୫୪ଟି ମନିଟରିଂ ଷ୍ଟେସନ୍ ମଧ୍ୟରୁ ୨୪ଟିରେ ବାୟୁ ଗୁଣବତ୍ତା ''ଗମ୍ଭୀର'' ସ୍ଥିତିରେ ଥିବା ରେକର୍ଡ କରାଯାଇଛି।

ଜାହାଙ୍ଗୀରପୁରୀରେ ଏକ୍ୟୁଆଇ ସର୍ବାଧିକ ୪୫୦ ଏବଂ ଆର.କେ. ପୁରମରେ ୪୪୮ ରେକର୍ଡ କରାଯାଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ର ମାପକାଠି ଅନୁଯାୟୀ, ୦ ରୁ ୫୦ ମଧ୍ୟରେ ଏକ୍ୟୁଆଇ ''ଭଲ'', ୫୧ ରୁ ୧୦୦ ''ସନ୍ତୋଷଜନକ'', ୧୦୧ ରୁ ୨୦୦ ''ମଧ୍ୟମ'', ୨୦୧ ରୁ ୩୦୦ ''ଖରାପ'', ୩୦୧ ରୁ ୪୦୦ ''ଅତି ଖରାପ'' ଏବଂ ୪୦୧ ରୁ ୫୦୦ ''ଗମ୍ଭୀର'' ଭାବେ ବିବେଚନା କରାଯାଏ। ବାୟୁ ଗୁଣବତ୍ତା ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥା ପକ୍ଷରୁ କୁହାଯାଇଛି ଯେ ନଭେମ୍ବର ୮ ଏବଂ ୯ ତାରିଖରେ ମଧ୍ୟ ବାୟୁମଣ୍ଡଳ ଏହି ଗମ୍ଭୀର ସ୍ଥିତିରେ ରହିବାର ସମ୍ଭାବନା ରହିଛି।

ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି 
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଦିଲ୍ଲୀ-ଏନସିଆରରେ ପ୍ରମାଣିତ ଗ୍ରୀନ୍ ଫାୟାରକ୍ରାକର୍ସ ବିକ୍ରି ଏବଂ ନିର୍ଦ୍ଦିଷ୍ଟ ସମୟ (ସକାଳ ୬-୭ ଏବଂ ରାତି ୮-୧୦) ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି, ଯାହା ନଭେମ୍ବର ୯ ଠାରୁ ସମ୍ପୂର୍ଣ୍ଣ ପ୍ରତିବନ୍ଧିତ ହେବ। ଶନିବାର ସନ୍ଧ୍ୟା ସୁଦ୍ଧା ପଞ୍ଜାବ ଏବଂ ହରିୟାଣାରେ ନଡ଼ା ପୋଡ଼ିବା ଘଟଣା ମଧ୍ୟ ବୃଦ୍ଧି ପାଇଛି, ଯାହା ପ୍ରଦୂଷଣ ସ୍ଥିତିକୁ ଆହୁରି ଜଟିଳ କରିଛି। ଭାରତୀୟ କ୍ରାନ୍ତୀୟ ପାଣିପାଗ ବିଜ୍ଞାନ ପ୍ରତିଷ୍ଠାନର ଆକଳନ ଅନୁଯାୟୀ, ରବିବାର ରାତି ସୁଦ୍ଧା ଏକ୍ୟୁଆଇ ବୃଦ୍ଧି ପାଇ ସୋମବାର ଭୋର ୪ଟା ସୁଦ୍ଧା ୪୦୬ ଅର୍ଥାତ୍ ''ଗମ୍ଭୀର'' ବର୍ଗରେ ପହଞ୍ଚିପାରେ।

Political Crisis: ନେତାନ୍ୟାହୁଙ୍କୁ ବଡ଼ ଝଟକା: ସରକାର ଗଠନ ପାଇଁ ଆଇଜେନକୋଟଙ୍କୁ ସୁଯୋଗ ଦେଲେ ରାଷ୍ଟ୍ରପତି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)