Air India pilots: ଡ୍ରଗ୍ ଟେଷ୍ଟରେ ପଜିଟିଭ୍ ଆଉ ଦୁଇ ଏୟାର ଇଣ୍ଡିଆ ପାଇଲଟ୍

Aug 17, 2026 - 15:04
Air India pilots: ଡ୍ରଗ୍ ଟେଷ୍ଟରେ ପଜିଟିଭ୍ ଆଉ ଦୁଇ ଏୟାର ଇଣ୍ଡିଆ ପାଇଲଟ୍

"ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ସଙ୍କଟ ଶେଷ ହେବାର ନା ଧରୁନି।

ଏୟାର ଇଣ୍ଡିଆର ଏକ ବିମାନ ଟର୍ବୁଲାନ୍ସ ଘଟଣା ପରେ, ପାଇଲଟ୍‌ଙ୍କ ବ୍ୟବସ୍ଥାକୁ ଯାଞ୍ଚ କଡ଼ାକଡ଼ି କରାଯାଇଛି।

ଏବେ ଆଉ ଦୁଇ ଜଣ ପାଇଲଟ୍‌ଙ୍କର ଡ୍ରଗ୍ ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଛି।

ଏହି ଦୁଇ ପାଇଲଟ୍‌ଙ୍କ ଚୂଡ଼ାନ୍ତ ପରୀକ୍ଷା ଫଳାଫଳ ଅପେକ୍ଷାରେ ଥିବା ବେଳେ, ଚୂଡ଼ାନ୍ତ ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେମାନଙ୍କୁ ଡ୍ୟୁଟି ତଥା ଫ୍ଲାଇଟ୍ ରୋଷ୍ଟରରୁ ହଟାଇ ଦିଆଯାଇଛି।Advertisment ଓଭରଟେକ୍‌ ବେଳେ ବସ୍‌ ଦୁର୍ଘଟଣା: ୨ ଅଧିକାରୀ ମୃତ, ୧୨ ଆହତ  ପ୍ରାରମ୍ଭିକ ଡ୍ରଗ୍ ପରୀକ୍ଷାରେ ଦୁଇ ପାଇଲଟ୍‌ଙ୍କର ନମୁନା ପରୀକ୍ଷା ପଜିଟିଭ୍ ଆସିଛି।

ଚୂଡ଼ାନ୍ତ ପରୀକ୍ଷଣ ରିପୋର୍ଟ ଆସିବାକୁ ୨୪ ରୁ ୪୮ ଘଣ୍ଟା କିମ୍ବା ତା"ଠାରୁ ଅଧିକ ସମୟ ଲାଗିପାରେ।

ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ହିଁ ଦୁଇ ପାଇଲଟ୍‌ଙ୍କ ବିରୋଧରେ ପରବର୍ତ୍ତୀ କ"ଣ କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ସ୍ପଷ୍ଟ ହେବ।

ଇତିମଧ୍ୟରେ ଏୟାର ଇଣ୍ଡିଆରେ କାର୍ଯ୍ୟରତ ୫ ହଜାରରୁ ଅଧିକ ପାଇଲଟ୍‌ଙ୍କ ମଧ୍ୟରୁ ୩୦୦ରୁ ଅଧିକ ପାଇଲଟ୍‌ଙ୍କର ଡ୍ରଗ୍ ପରୀକ୍ଷା କରାଯାଇଛି।

ପୂର୍ବରୁ, ଫୁକେଟ୍‌ରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ ଟର୍ବୁଲାନ୍ସର ସମ୍ମୁଖୀନ ହେବା ପରେ, ଏୟାର ଇଣ୍ଡିଆ କହିଥିଲା ​​ଯେ, ସମସ୍ତ ପାଇଲଟ୍‌ଙ୍କ ପାଇଁ ଡ୍ରଗ୍ ପରୀକ୍ଷା କରାଯିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media