AIMIM Chief: ପ୍ରେମ ନୁହେଁ, ପ୍ରଥମେ ବିବାହ କର: ଯୁବକଙ୍କୁ ଅସଦୁଦ୍ଦିନ୍ ଓୱେସିଙ୍କ ଅଜବ ପରାମର୍ଶ

Oct 14, 2026 - 12:54
AIMIM Chief: ପ୍ରେମ ନୁହେଁ, ପ୍ରଥମେ ବିବାହ କର: ଯୁବକଙ୍କୁ ଅସଦୁଦ୍ଦିନ୍ ଓୱେସିଙ୍କ ଅଜବ ପରାମର୍ଶ

"ହାଇଦ୍ରାବାଦ: ଆଲ୍ ଇଣ୍ଡିଆ ମଜଲିସ୍-ଇ-ଇତ୍ତେହାଦୁଲ୍ ମୁସଲିମିନ୍ (ଏଆଇଏମଆଇଏମ୍) ସୁପ୍ରିମୋ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ୍ ଓୱେସିଙ୍କ ବୈବାହିକ ପରାମର୍ଶ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ଯୁବକମାନଙ୍କୁ କୌଣସି ମହିଳାଙ୍କୁ "ଆଇ ଲଭ୍ ୟୁ" କହିବା ପୂର୍ବରୁ ପ୍ରଥମେ ସେମାନଙ୍କୁ ବିବାହ କରିବା ପାଇଁ ଓୱେସି ପରାମର୍ଶ ଦେଇଛନ୍ତି।

Advertisment ନିଜର ସ୍ପଷ୍ଟବାଦୀ ଏବଂ ଚର୍ଚ୍ଚିତ ମନ୍ତବ୍ୟ ପାଇଁ ଜଣାଶୁଣା ଓୱେସି ଏକ ସଭାକୁ ସମ୍ବୋଧିତ କରି ପ୍ରେମ ନିବେଦନ ପୂର୍ବରୁ ବିବାହକୁ ପ୍ରାଥମିକତା ଦେବାକୁ ଯୁକ୍ତି ଦର୍ଶାଇଛନ୍ତି, ଯାହାର ଏକ ଭିଡିଓ ଦଳ ପକ୍ଷରୁ ଶେୟାର କରାଯାଇଛି।

ସଭାରେ ଓୱେସି କହିଛନ୍ତି, ଆମେ ପ୍ରତ୍ୟେକ ଭାଷଣରେ ଲୋକଙ୍କୁ ସେମାନଙ୍କ ସ୍ତ୍ରୀଙ୍କୁ 'ଆଇ ଲଭ୍ ୟୁ' କହିବାକୁ ପରାମର୍ଶ ଦେଇଥାଉ।

ହେଲେ ଯୁବକମାନେ ଯଦି କାହାକୁ ଭଲପାଉଛନ୍ତି, ତେବେ ପ୍ରଥମେ ସେମାନଙ୍କୁ ବିବାହ କରନ୍ତୁ ଏବଂ ତା''ପରେ 'ଆଇ ଲଭ୍ ୟୁ' କୁହନ୍ତୁ।

ବିବାହ କରିବା ଦ୍ୱାରା ଆପଣଙ୍କ ଧର୍ମର ଅଧା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥାଏ।

ପ୍ରଥମେ ବିବାହ ପରେ 'ଆଇ ଲଭ୍ ୟୁ' ଜଣେ ରାଜନେତାଙ୍କ ଘରକୁ ଯିବା ସମୟର ଏକ ସ୍ମୃତି ସେୟାର କରି ଓୱେସି କହିଛନ୍ତି ଯେ, ସେହି ରାଜନେତାଙ୍କ ପୁଅକୁ ବିବାହ କରିବା ପାଇଁ ସେ ପରାମର୍ଶ ଦେଇଥିଲେ, କିନ୍ତୁ ଯୁବକ ଜଣକ ପ୍ରଥମେ ନିଜ ଜୀବନରେ ସେଟଲ୍ ହେବାକୁ ଚାହୁଁଛନ୍ତି ବୋଲି କହିଥିଲେ।

ଏହାକୁ ନେଇ କଟାକ୍ଷ କରି ଓୱେସି କହିଥିଲେ, ମୋର ଦାଢ଼ି ପାଚି ଧଳା ହୋଇଗଲାଣି, କିନ୍ତୁ ମୁଁ ଆଜି ପର୍ଯ୍ୟନ୍ତ ସେଟଲ୍ ହୋଇପାରିନାହିଁ।

ପ୍ରଥମେ କେହି ସେଟଲ୍ ହୁଅନ୍ତି ନାହିଁ, ଆଗ ବିବାହ କର, ସବୁକିଛି ନିଜେ ନିଜେ ସ୍ଥିର ହୋଇଯିବ।

୧୦ଟି ପ୍ରମୁଖ ମନ୍ଦିରରେ ଦ୍ୱିଗୁଣିତ ହେଲା ଭୋଜନ ବ୍ୟବସ୍ଥା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)