AIF ଜେଟ କ୍ରାସ ,ଉଦ୍ଧାର କାର୍ଯ୍ୟ ଜାରି

Jun 13, 2026 - 17:46
AIF ଜେଟ କ୍ରାସ ,ଉଦ୍ଧାର କାର୍ଯ୍ୟ ଜାରି

ଆସାମ : ଅବତରଣ ବେଳେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ । ଆସାମ ଜୋରହାଟ ଏୟାରବେସ ରେ AIF ଜେଟ କ୍ରାସ ହୋଇ ସମ୍ପୂର୍ଣ୍ଣ ଜାଳି ଯାଇଛି । AN-32 କାର୍ଗୋ ବିମାନରେ ଥିବା ପାଇଲଟ୍ଙ୍କ ବିଷୟରେ ବର୍ତ୍ତମାନ ସୁଦ୍ଧା ତଥ୍ୟ ମିଳିପାରି ନାହିଁ । ତେବେ ବିମାନଟିରେ ପାଇଲଟ ଏବଂ କୋ-ପାଇଲଟଙ୍କ ସହିତ ଆଉ ୫ ଜଣ କ୍ରିୟୁ ମେମ୍ବର ଥିବା କୁହାଯାଉଛି । ଲ୍ୟାଣ୍ଡିଙ୍ଗ ପରେ ବିମାନରେ ନିଆଁ ଲାଗିଥିବା କୁହାଯାଉଛି । ଆଉ କିଛି ସମୟ ପରେ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିବ....;. 

ଶେଷ ସୂଚନାନୁସାରେ, ଭାରତୀୟ ବାୟୁସେନା ବିମାନ AN-32 ଆସାମ ଜୋରହାଟରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଲ୍ୟଣ୍ଡିଂ ବେଳେ ତଳେ ପିଟି ହେବ ଯୋଗୁଁ ବିମାନଟି ଖଣ୍ଡ ବିଖଣ୍ଡିତ ହୋଇ ନିଆଁ ଲାଗି ଯାଇଥିଲା ଯେଉଁଥିରେ ପାଞ୍ଚ ଜଣ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ମୃତକ ମାନେ ହେଲେ ସ୍କ୍ୱାଡ୍ରନ୍ ଲିଆଡର ପ୍ରଶାନ୍ତ ସିଂହ, ଫ୍ଲାଏଟ ଲେଫ୍ଟନାଣ୍ଟ ଶୁଭମ କୁମାର, ସର୍ଜେଣ୍ଟ ଜିତେନ୍ଦ୍ର ଶର୍ମା, ଅଗ୍ନିବୀର ଭାୟୁ ଖେମାରାମ କୁମାୱତ ଏବଂ ଅଗ୍ନିବୀର ଭାୟୁ ଦାନିଶ୍ ଆଲାମ କର୍ତ୍ତବ୍ୟ ପାଳନ ସମୟରେ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି । ତେବେ ଦୁର୍ଘଟଣାରେ ସହ-ପାଇଲଟ ବଞ୍ଚିଯାଇଛନ୍ତି ଏବଂ ତାଙ୍କର ଚିକିତ୍ସା ଚାଲିଛି । ଦୁର୍ଘଟଣାର କାରଣ ନିର୍ଣ୍ଣୟ କରିବା ପାଇଁ ଭାରତୀୟ ବାୟୁସେନା କୋର୍ଟ ଅଫ୍ ଇନକ୍ୱାରୀ ନିର୍ଦ୍ଦେଶ ଦେଇଛି ।ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । IAF ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛି ଏବଂ ଏହି ଦୁଃଖର ମୁହୂର୍ତ୍ତରେ ସେମାନଙ୍କ ସହିତ ଦୃଢ଼ ଭାବେ ଠିଆ ହୋଇଛି, ବୋଲି ଭାରତୀୟ ବାୟୁସେନା ପକ୍ଷରୁ Xରେ ଏକ ପୋଷ୍ଟ ମାଧ୍ୟମରେ ସୂଚନା ଦିଆଯାଇଛି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।