AI: କୃତ୍ରିମ ବୁଦ୍ଧିମତ୍ତା ସଞ୍ଚାଳିତ ରୋବଟିକ୍ ସୁରକ୍ଷା ପ୍ଲାଟଫର୍ମ ‘ଡିଏସ୍‌ସି ଅର୍ଜୁନ’ର ଶୁଭାରମ୍ଭ

Jul 22, 2026 - 23:32
AI: କୃତ୍ରିମ ବୁଦ୍ଧିମତ୍ତା ସଞ୍ଚାଳିତ ରୋବଟିକ୍ ସୁରକ୍ଷା ପ୍ଲାଟଫର୍ମ ‘ଡିଏସ୍‌ସି ଅର୍ଜୁନ’ର ଶୁଭାରମ୍ଭ

"ଭୁବନେଶ୍ୱର: ଉନ୍ନତ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ରେଳ ସୁରକ୍ଷାକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ପୂର୍ବତଟ ରେଳପଥର ରେଳ ସୁରକ୍ଷା ବଳ (ଆରପିଏଫ) "ଡିଏସସି ଅର୍ଜୁନ" (Dedicated Security Chassis Advanced Railway Junction Under Network Enabled Surveillance) ନାମକ ଏକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା (AI) ସଞ୍ଚାଳିତ ରୋବୋଟିକ୍ ନିରୀକ୍ଷଣ   ପ୍ଲାଟଫର୍ମର ଶୁଭାରମ୍ଭ କରିଛି।

ଏହି ଅତ୍ୟାଧୁନିକ ବ୍ୟବସ୍ଥା ଯାତ୍ରୀ ସୁରକ୍ଷା, ଷ୍ଟେସନ ସୁରକ୍ଷା ଏବଂ ରେଳ ପରିଚାଳନାର ଦକ୍ଷତାକୁ ଆହୁରି ବୃଦ୍ଧି କରିବ।Advertisment ପୂର୍ବତଟ ରେଳପଥର ମହାପ୍ରବନ୍ଧକ, ବରିଷ୍ଠ ରେଳ ଅଧିକାରୀ ଏବଂ ରେଳ ସୁରକ୍ଷା ବଳର ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ଏଆଇ-ସଞ୍ଚାଳିତ  ରୋବୋଟିକ୍ ସୁରକ୍ଷା ପ୍ଲାଟଫର୍ମ "ଡିଏସସି ଅର୍ଜୁନ"ର ଉନ୍ମୋଚନ କରାଯାଇଥିଲା।

ଡିଏସସି ଅର୍ଜୁନର ପ୍ରଚଳନ ପୂର୍ବତଟ ରେଳପଥର ସ୍ମାର୍ଟ ଏବଂ ପ୍ରଯୁକ୍ତିବିଦ୍ୟା-ସଞ୍ଚାଳିତ ସୁରକ୍ଷା ବ୍ୟବସ୍ଥା ଗଠନ ଦିଗରେ ଆଉ ଏକ ମାଇଲଖୁଣ୍ଟ ସୃଷ୍ଟି କରିଛି।

କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ  (ଏଆଇ), କମ୍ପ୍ୟୁଟର ଭିଜନ, ମେସିନ୍ ଲର୍ଣ୍ଣିଙ୍ଗ ଏବଂ ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ (ଆଇଓଟି) ଭଳି ଅତ୍ୟାଧୁନିକ ପ୍ରଯୁକ୍ତିରେ ସଜ୍ଜିତ ଏହି ବୁଦ୍ଧିମାନ ରୋବୋଟିକ୍ ପ୍ଲାଟଫର୍ମ ରେଳ ସୁରକ୍ଷା ବଳଙ୍କୁ ଅଧିକ ସକ୍ରିୟ, ଦକ୍ଷ ଏବଂ ତ୍ୱରିତ ସୁରକ୍ଷା ସେବା ପ୍ରଦାନରେ ସହାୟତା କରିବ।

କୋଭିଡ-୧୯ ମହାମାରୀ ସମୟରେ ଭାରତୀୟ ରେଳବାଇରେ ରୋବୋର୍ଟ ଦ୍ୱାରା ନିରୀକ୍ଷଣ ବ୍ୟବସ୍ଥା  ୨୦୨୦ ମସିହାରେ ଆରମ୍ଭ ହୋଇଥିଲା, ଯେତେବେଳେ ଫ୍ରଣ୍ଟଲାଇନ୍ ରେଳ କର୍ମଚାରୀମାନଙ୍କୁ ସୁରକ୍ଷା ଦେବାରେ ସହାୟତା କରିବା ପାଇଁ କେନ୍ଦ୍ରୀୟ ରେଳବାଇ ଦ୍ୱାରା କ୍ୟାପଟେନ୍ ଅର୍ଜୁନ ବିକଶିତ କରାଯାଇଥିଲା।

ଏହି ପଦକ୍ଷେପକୁ ଆଗକୁ ବଢ଼ାଇ ପୂର୍ବତଟ ରେଳପଥ ୨୩ ଜାନୁଆରୀ ୨୦୨୬ ତାରିଖରେ ବିଶାଖାପାଟଣା ରେଳ ଷ୍ଟେସନରେ 'ଏଏସସି ଅର୍ଜୁନ' ନାମକ ହ୍ୟୁମାନଏଡ୍ ରୋବୋଟ୍‌ର ବ୍ୟବହାର କରିଥିଲା ।

ନୂତନ ଭାବରେ ବିକଶିତ ଡିଏସ୍‌ସି ଅର୍ଜୁନ  ଏହି ବୈଷୟିକ ବିକାଶର ପରବର୍ତ୍ତୀ ପର୍ଯ୍ୟାୟର ପ୍ରତିନିଧିତ୍ୱ କରୁଛି।

ଏଥିରେ ଉନ୍ନତ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ  (ଏଆଇ) ସକ୍ଷମ ନିରୀକ୍ଷଣ ପ୍ରଣାଳୀ ଏବଂ ବିଶ୍ଳେଷଣାତ୍ମକ ପ୍ରଯୁକ୍ତିବିଦ୍ୟା କୁ ସମନ୍ୱିତ କରି ଏକ ଉନ୍ନତ ରେଳ ସୁରକ୍ଷା ପ୍ଲାଟଫର୍ମ ରୂପେ ବିକଶିତ କରାଯାଇଛି।

Indian Railways: ସୁଗମ ଟ୍ରେନ୍ ଚଳାଚଳ ସୁନିଶ୍ଚିତ କରିବା ପୂର୍ବତଟ ରେଳପଥର ଗୁରୁତ୍ୱାରୋପ ରେଳ ସୁରକ୍ଷା ବଳର କାର୍ଯ୍ୟକ୍ଷମତାକୁ ବହୁଗୁଣିତ କରିବା ଉଦ୍ଦେଶ୍ୟରେ ଡିଏସ୍‌ସି ଅର୍ଜୁନକୁ ବିକଶିତ କରାଯାଇଛି।

ଏହା ୨୪ ଘଣ୍ଟା ନିରନ୍ତର ନିରୀକ୍ଷଣ ଓ ବୁଦ୍ଧିମାନ ପର୍ଯ୍ୟବେକ୍ଷଣ କରିବାରେ ସକ୍ଷମ।

ଏହାର ଉନ୍ନତ ବୈଶିଷ୍ଟ୍ୟଗୁଡ଼ିକ ମଧ୍ୟରେ ଏଆଇ-ଆଧାରିତ ମୁହଁ ଚିହ୍ନଟ (Facial Recognition), ବାସ୍ତବ ସମୟ ବା  ଜନଗହଳି ବିଶ୍ଳେଷଣ (Real-time Crowd Analytics), ଯାତ୍ରୀ ସଂଖ୍ୟା ଗଣନା (Passenger Head Count), ଅସୁରକ୍ଷିତ ବ୍ୟାଗେଜ୍ ଚିହ୍ନଟ (Unattended Baggage Detection), ସନ୍ଦେହଜନକ କାର୍ଯ୍ୟକଳାପ ଚିହ୍ନଟ (Suspicious Activity Detection), ସାର୍ବଜନୀନ ଘୋଷଣା (Public Address Announcements), ଲାଇଭ୍ ଭିଡିଓ ଷ୍ଟ୍ରିମିଂ ଏବଂ ତତ୍କାଳ ସତର୍କ ସୂଚନା (Instant Alert Generation) ଅନ୍ତର୍ଭୁକ୍ତ।

ଏହି ସମସ୍ତ କ୍ଷମତା ପରିସ୍ଥିତି ସମ୍ପର୍କିତ ସଚେତନତାକୁ ଯଥେଷ୍ଟ ବୃଦ୍ଧି କରିବା ସହ ସମୟୋପଯୋଗୀ ନିଷ୍ପତ୍ତି ଗ୍ରହଣରେ ସହାୟକ ହୋଇଥାଏ ଏବଂ ପ୍ରତିରୋଧାତ୍ମକ ଓ ପ୍ରମାଣ-ଭିତ୍ତିକ ନିରୀକ୍ଷଣକୁ ଆହୁରି ସୁଦୃଢ଼ କରିଥାଏ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।