Protest: ’ରାଜନୈତିକ ସ୍ବାର୍ଥ ପାଇଁ ଛାତ୍ରମାନଙ୍କୁ ବ୍ୟବହାର କରାଯାଉଛି’
"ନୂଆଦିଲ୍ଲୀ: ନିଟ୍ ପେପର୍ ଲିକ୍ ବିରୋଧରେ କକ୍ରୋଚ୍ ଜନତା ପାର୍ଟି ଦିଲ୍ଲୀରେ ଆନ୍ଦୋଳନ ଜାରି ରଖିଥିବାବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଏନେଇ ବିରୋଧୀ ଦଳ ନେତାଙ୍କୁ କଡ଼ା ସମାଲୋଚନା କରିଛନ୍ତି।
ଏକ୍ସରେ ଏକ ପୋଷ୍ଟ୍ କରି ରାଜନାଥ କହିଛନ୍ତି, ଦିଲ୍ଲୀରେ ଚାଲିଥିବା ଆନ୍ଦୋଳନ ଅତ୍ୟନ୍ତ ଚିନ୍ତାଜନକ।
ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ କିଛି ଲୋକ ସେମାନଙ୍କ ରାଜନୈତିକ ସ୍ବାର୍ଥ ପୂରଣ ପାଇଁ ଦେଶର ଛାତ୍ର ଏବଂ ଯୁବଗୋଷ୍ଠୀଙ୍କୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି।
ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଛାତ୍ର ଏବଂ ଯୁବଗୋଷ୍ଠୀଙ୍କ ଆକାଂକ୍ଷା ପୂରଣ କରିବାପାଇଁ ପ୍ରତିବଦ୍ଧ ବୋଲି ସେ କହିଛନ୍ତି।Advertisment ନିଟ୍ ଆନ୍ଦୋଳନକୁ ବିଜୟଙ୍କ ସମର୍ଥନନିଟ୍ ପରୀକ୍ଷାରେ ଅନିୟମିତତାକୁ ବିରୋଧ କରି ହୋଇଥିବା ଆନ୍ଦୋଳନକୁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ସି ଯୋସେଫ ବିଜୟ ସମର୍ଥନ କରିଛନ୍ତି।
କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ବିରୋଧୀ ନେତାଙ୍କ ଅଟକ ଘଟଣାକୁ ମଧ୍ୟ ସେ ନିନ୍ଦା କରିଛନ୍ତି।
ଏକ୍ସରେ ଏକ ପୋଷ୍ଟ୍ କରି ବିଜୟ କହିଛନ୍ତି, ଛାତ୍ରଙ୍କ ସମର୍ଥନରେ ବାହାରିଥିବା ନେତାମାନଙ୍କୁ ଅଟକ ରଖିବା ଅଗଣତାନ୍ତ୍ରିକ।
ଦିଲ୍ଲୀରେ ନିଟ୍ ପରୀକ୍ଷାରେ ଅନିୟମିତତା ବିରୋଧରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ କରି ଆଗକୁ ବାହାରିଥିବା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ନେତାମାଙ୍କୁ ପୁଲିସ ଅଟକ ରଖିବା ଅଗଣତାନ୍ତ୍ରିକ।
ସରକାରଙ୍କର ଏହି କାର୍ଯ୍ୟ ନିନ୍ଦନୀୟ।
Protest: ରାହୁଲ ଗାନ୍ଧୀଙ୍କ ଅଟକକୁ ବିରୋଧ କରି କଂଗ୍ରେସର ଦେଶବ୍ୟାପୀ ଆନ୍ଦୋଳନ ଗଣତନ୍ତ୍ରର ମୃତ୍ୟୁ: ଶଶି ଥରୁରଜନ୍ତର ମନ୍ତରରେ ଚାଲିଥିବା କକ୍ରୋଚ୍ ଜନତା ପାର୍ଟି ଆନ୍ଦୋଳନକୁ ସରକାର ଯେଉଁଭଳି ଭାବେ ମୁକାବିଲା କରୁଛନ୍ତି ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ତା"ର କଡ଼ା ସମାଲୋଚନା କରିଛନ୍ତି।
ଥରୁର କହିଛନ୍ତି, ସରକାରୀ କର୍ତ୍ତୃପକ୍ଷମାନେ ଛାତ୍ରଛାତ୍ରୀଙ୍କ ସହ କଥାବାର୍ତ୍ତା କରିବା ପରିବର୍ତ୍ତେ ଉତ୍ତେଜନାକୁ ବଢ଼ାଇ ଦେଇଛନ୍ତି।
ଥରୁର କହିଛନ୍ତି, ଦେଶ ଏବେ "ଗଣତନ୍ତ୍ରର ମୃତ୍ୟୁ" ଦେଖୁଛି।
କେନ୍ଦ୍ର ସରକାର ଆନ୍ଦୋଳନରତ ଛାତ୍ରଙ୍କ କଥା ଶୁଣିବାରେ ବିଫଳ ହୋଇଛନ୍ତି ବୋଲି ଥରୁର ଅଭିଯୋଗ କରିଛନ୍ତି ଏବଂ ସେମାନଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରିଛନ୍ତି।
୫ ବର୍ଷରେ ୩ଥର ନିଟ୍ ପ୍ରଶ୍ନପତ୍ର ଲିକ୍ ହେଲାଣି ପୂର୍ବତନ ବିଜେପି ନେତା କେ ଆନ୍ନାମଲାଇ କହିଛନ୍ତି, ଗତ ୫ ବର୍ଷ ମଧ୍ୟରେ ୩ ଥର ନିଟ୍ ପ୍ରଶ୍ନପତ୍ର ଲିକ୍ ହେଲାଣି।
କିନ୍ତୁ ଏଥିପାଇଁ କୌଣସି ଉତ୍ତରଦାୟିତ୍ବ ନାହିଁ।
ପରୀକ୍ଷା ପ୍ରକ୍ରିୟା ବିଫଳ ହେବା ଦ୍ବାରା ଯେଉଁ ଛାତ୍ରମାନେ ପୁଣିଥରେ ପରୀକ୍ଷା ଦେଉଛନ୍ତି ସେମାନଙ୍କ ଉପରେ କେତେ ଚାପ ପଡ଼ୁଛି ଚିନ୍ତା କରନ୍ତୁ।
ତଥାପି କୌଣସି ଉତ୍ତରଦାୟିତ୍ବ ନାହିଁ।
ଏହି କାରଣ ପାଇଁ ଛାତ୍ରମାନେ ସେମାନଙ୍କ ସ୍ବର ଉତ୍ତୋଳନ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି।
ଆନ୍ଦୋଳନ ଗଣତନ୍ତ୍ରରେ ଏକ ମୌଳିକ ଅଧିକାର ବୋଲି ଆନ୍ନାମଲାଇ ଗୁରୁତ୍ବାରୋପ କରିଛନ୍ତି ଏବଂ ସରକାର ଆନ୍ଦୋଳନକାରୀଙ୍କ ସହ କଥା ହେବାରେ ବିଳମ୍ବ କାହିଁକି କଲେ ବୋଲି ସେ ପ୍ରଶ୍ନ କରିଛନ୍ତି।
ଛାତ୍ରଙ୍କ ସହ ଆଲୋଚନା କରିବାପାଇଁ ଆନ୍ନାମଲାଇ ସରକାରଙ୍କୁ ଅନୁରୋଧ କରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।