AgriStack for Kharif Paddy ଖରିଫ୍‌ ପାଇଁ ଏଗ୍ରିଷ୍ଟାକ୍‌ ଜରିଆରେ ପଞ୍ଜୀକରଣ କଲେଣି ୮୫ହଜାର ଚାଷୀ

Aug 12, 2026 - 23:09
AgriStack for Kharif Paddy ଖରିଫ୍‌ ପାଇଁ ଏଗ୍ରିଷ୍ଟାକ୍‌ ଜରିଆରେ ପଞ୍ଜୀକରଣ କଲେଣି ୮୫ହଜାର ଚାଷୀ

"ଭୁବନେଶ୍ବର:  ଖରିଫ୍‌ ଋତୁରେ ଧାନ ସଂଗ୍ରହ ପାଇଁ ସରକାର ଏଗ୍ରିଷ୍ଟାକ୍‌ ଭଳି କଠୋର ପଞ୍ଜୀକରଣ ବ୍ୟବସ୍ଥା ଲାଗୁ କରିଛନ୍ତି।

ଜଟିଳ ପଞ୍ଜୀକରଣ ପ୍ରକ୍ରିୟା ପାଇଁ ଚାଷୀଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି।

ଏହାସତ୍ବେ ପଞ୍ଜୀକରଣ ନିମନ୍ତେ ଆଗ୍ରହ ବୃଦ୍ଧି ପାଉଛି, ବର୍ତ୍ତମାନସୁଦ୍ଧା ରାଜ୍ୟର ୮୫ହଜାର ଚାଷୀ ନିଜର ପଞ୍ଜୀକରଣ କରିଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି।Advertisment Farmer: ଚାଷୀ ରାଗିଲେ, ସରକାର ନରମିଲେ: ଏଗ୍ରିଷ୍ଟାକ୍‌ ବିନା ଧାନ ବିକିପାରିବେ, ବସିଲା ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକ ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ, ଅଗଷ୍ଟ ୬ତାରିଖରୁ ୩୧ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ ପ୍ରକ୍ରିୟା ଚାଲିବ।

ଚାଷୀମାନେ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ), ବୃହତ୍ ଆଦିବାସୀ ବହୁମୁଖୀ ସମବାୟ ସମିତି (ଲ୍ୟାମ୍ପସ୍‌) ଓ ପାଣି ପଞ୍ଚାୟତରେ ପଞ୍ଜୀକରଣ କରିପାରିବେ।

ମାଗଣାରେ ଚାଷୀଙ୍କୁ ପଞ୍ଜୀକରଣ ଫର୍ମ ପ୍ରଦାନ କରାଯିବ।

ଚାଷୀମାନେ ନିଜର ଆଧାର କାର୍ଡ, ବ୍ୟାଙ୍କ ପାସବୁକ, ଜମି ରେକର୍ଡ, ଆବଶ୍ୟକ ସ୍ଥଳେ ଜମି ମାଲିକଙ୍କ ସମ୍ମତିପତ୍ର ମଧ୍ୟ ଦାଖଲ କରିବେ।

ପଞ୍ଜୀକରଣର ସମୟରେ ସୋସାଇଟି ବା ସମିତ ଚାଷୀଙ୍କ ଆଧାର ନମ୍ବର ଓ ମୋବାଇଲ ନମ୍ବର ପି-ପିଏଏସ୍‌ରେ ଦାଖଲ କରିବେ।

ଖରିଫ ଧାନ ପାଇଁ ଚାଷୀ ପଞ୍ଜୀକରଣ: ୫୧ ହଜାର ୧୩୦ ଚାଷୀ କରିଛନ୍ତି ଆବେଦନ ସୋସାଇଟି ଆଇରିସ(ଚକ୍ଷୁ) ସ୍କାନର ମାଧ୍ୟମରେ ଇ- କେୱାଇସି ପ୍ରକ୍ରିୟା ଆରମ୍ଭ କରିବା ସହ ଚାଷୀଙ୍କ ପଞ୍ଜୀକରଣ କରିବେ।

ଭାଗଚାଷୀ ଜମି ମାଲିକଙ୍କ ଆଧାର ନମ୍ବର, ନାମ ଓ ମୋବାଇଲ ନମ୍ବର ସହ ଜମି ମାଲିକଙ୍କ ସମ୍ମତିପତ୍ରକୁ ପି-ପାସ୍‌ରେ ଅପଲୋଡ୍‌ କରାଯିବ।

ଏହି କ୍ଷେତ୍ରରେ ଜମି ମାଲିକଙ୍କ ଇ-କେୱାଇସି ମଧ୍ୟ ସମ୍ପନ୍ନ କରାଯିବ।

ଯଦି ନିଜ ବ୍ୟତୀତ ଅନ୍ୟ ଅଂଶୀଦାର ବା ଜମିର ପଞ୍ଜୀକରଣ କରୁଥା"ନ୍ତି ତେବେ ଅନ୍ୟ ଅଂଶୀଦାରଙ୍କ ଦ୍ୱାରା ପ୍ରଦତ୍ତ ସମ୍ମତି ପତ୍ରକୁ ମଧ୍ୟ ପି-ପାସରେ ଅପଲୋଡ୍‌ କରାଯିବ।

ଗଜପତିରେ ସରିଲା ଚାଷୀ ପଞ୍ଜୀକରଣ, ଚଳିତବର୍ଷ ୮ ପ୍ରତିଶତ ବଢ଼ିଲା ଜମି ପଞ୍ଜୀକରଣ ସମୟରେ ଯେଉଁ ଚାଷୀଙ୍କ ଏଗ୍ରିଷ୍ଟାକ ଆଇଡି ନମ୍ବର ନ ଥିବ, ସେମାନେ ପରବର୍ତ୍ତୀ ସମୟରେ କୃଷି ବିଭାଗରେ ଏଗ୍ରିଷ୍ଟାକ୍‌ ପଞ୍ଜୀକରଣ କରାଇପାରିବେ।

ଏଗ୍ରିଷ୍ଟାକ ଏକ ସମନ୍ୱିତ କୃଷକ ପ୍ଲାଟଫର୍ମ।

ଯେଉଁଥିରେ ଚାଷୀଙ୍କ ତଥ୍ୟ ଏକୀକୃତ ଭାବେ ରହିପାରିବ।

ଚଳିତ ପଞ୍ଜୀକରଣ ପ୍ରକ୍ରିୟା ରାଜ୍ୟ ଖାଦ୍ୟ ଯୋଗାଣ, ସମବାୟ, କୃଷି ଓ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମନ୍ଵୟରେ କରାଯିବ।

ଚାଷୀ ପଞ୍ଜୀକରଣ ବେଳେ ସଂପୃକ୍ତ ଅଞ୍ଚଳର ଭିଏଡବ୍ଲୁ ସମିତିରେ ଉପସ୍ଥିତ ରହିବେ।

ଏଥିସହ ରାଜସ୍ୱ ନିରୀକ୍ଷକ ମଧ୍ୟ ଉପସ୍ଥିତ ରହି ଆବେଦନକାରୀଙ୍କୁ ସହଯୋଗ କରିବେ।

ଯଥାଶୀଘ୍ର ପଞ୍ଜୀକରଣ କରିବା ପାଇଁ ସମସ୍ତ ଯୋଗ୍ୟ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media