After 22 Hours of Search: ୨୨ ଘଣ୍ଟା ପରେ ଉଦ୍ଧାର ହେଲେ ୩ ଯୁବକ , ପାହାଡ ଉପରେ ନିଖୋଜ ହୋଇଯାଇଥିଲେ

Jul 09, 2026 - 14:59
After 22 Hours of Search: ୨୨ ଘଣ୍ଟା ପରେ ଉଦ୍ଧାର ହେଲେ ୩ ଯୁବକ , ପାହାଡ ଉପରେ ନିଖୋଜ ହୋଇଯାଇଥିଲେ

ମାଲ୍ୟଗିରିରେ ପାହାଡ଼ ଉପରୁ ୨୨ ଘଣ୍ଟା ପରେ ଉଦ୍ଧାର ହେଲେ ଫସିଥିବା ପର୍ଯ୍ୟଟକ। ଅନୁଗୋଳ ପାଲଲହଡ଼ା ସ୍ଥିତ ମାଲ୍ୟଗିରି ପାହାଡ଼ରେ ୩ ଯୁବକ ଗତକାଲି ରାସ୍ତା ନପାଇ ନିଖୋଜ ହୋଇ ଯାଇଥିଲେ l ଗତକାଲି କେନ୍ଦୁଝର ଟାଉନ ଅଞ୍ଚଳରୁ ୭ ଜଣ ଯୁବକ ମାଲ୍ୟଗିରି ପାହାଡ଼ ଚଢ଼ିବା ପାଇଁ ଆସିଥିଲେ। 

୪ ଜଣ ଯୁବକ ସୁରକ୍ଷିତ ଭାବେ ଫେରି ଆସିଥିବା ବେଳେ, ୩ ଜଣ ଯୁବକ ନିଖୋଜ ହୋଇଥିଲେ। ଦୁର୍ଗମ ପାହାଡ଼ିଆ ଅଞ୍ଚଳ ଏବଂ ଖରାପ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟରେ କିଛିଟା ସମସ୍ୟା ସୃଷ୍ଟି ହେଉଥିଲେ ମଧ୍ୟ ଅଗ୍ନିଶମ ବାହିନୀ ଆପ୍ରାଣ ଚେଷ୍ଟା କରି ସେଠି ପହଞ୍ଚିଥିଲା। ପାହାଡ଼ ଉପରୁ ଜଣେ ଜଣେ କରି ତିନି ଜଣଙ୍କୁ ଉଦ୍ଧାର କରାଯାଇଥିଲା। 

ମାଲ୍ୟଗିରି ପାହାଡ଼ରୁ ୨୨ ଘଣ୍ଟା ପରେ ୩ ଯୁବକ ଉଦ୍ଧାର
କେନ୍ଦୁଝରର ୭ ଜଣିଆ ପର୍ଯ୍ୟଟକ ଦଳ ମାଲ୍ୟଗିରି ଚଢ଼ିଥିଲେ
ଖୁଲୁଡି ଶିବ ମନ୍ଦିର ନିକଟରୁ ଚଢ଼ିଥିଲେ ସମସ୍ତ ପର୍ଯ୍ୟଟକ
ଅଗ୍ନିଶମ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ୍ ପରେ ଉଦ୍ଧାର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।