Afspa: ଆସନ୍ତାବର୍ଷ ଗୋଟିଏ-ଦୁଇଟି ରାଜ୍ୟ ବ୍ୟତୀତ ସମଗ୍ର ଉତ୍ତର-ପୂର୍ବରୁ ଆଫ୍ସ୍ପା ହଟାଯିବ
"ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର ଉତ୍ତର-ପୂର୍ବ ଭାରତ ବିଷୟରେ ଦୁଇଟି ବଡ଼ ଘୋଷଣା କରିଛନ୍ତି।
ସେ କହିଛନ୍ତି ଯେ, ୨୦୨୭ ସୁଦ୍ଧା ଗୋଟିଏ କିମ୍ବା ଦୁଇଟି ରାଜ୍ୟ ବ୍ୟତୀତ ସମଗ୍ର ଉତ୍ତର-ପୂର୍ବ ଅଞ୍ଚଳରୁ ସଶସ୍ତ୍ର ବାହିନୀ (ସ୍ୱତନ୍ତ୍ର କ୍ଷମତା) ଅଧିନିୟମ (ଆଫ୍ସ୍ପା) ପ୍ରତ୍ୟାହାର କରାଯିବ।
ଶାହ କହିଛନ୍ତି ଯେ ଆଫ୍ସ୍ପା ପରିସରରେ କ୍ରମାଗତ ହ୍ରାସ ଏହି ଅଞ୍ଚଳରେ ଶାନ୍ତି ଫେରିବାର ସଙ୍କେତ ଦେଉଛି।Advertisment ଏହା ବ୍ୟତୀତ ଆସାମ ଓ ନାଗାଲାଣ୍ଡ ମଧ୍ୟରେ ବିବାଦୀୟ ସୀମା ଅଞ୍ଚଳରେ ତୈଳ ଓ ଗ୍ୟାସ ଉତ୍ପାଦନ ପୁଣି ଆରମ୍ଭ କରିବାକୁ କେନ୍ଦ୍ର ସରକାର ରାଜି ହୋଇଛନ୍ତି।
ଶାହ କହିଛନ୍ତି ଯେ, ଏହି ଚୁକ୍ତିନାମା ଦ୍ୱାରା ତୈଳ ଉତ୍ପାଦନ କ୍ଷମତା ବର୍ତ୍ତମାନର ଦୈନିକ ୧,୦୦୦-୧,୫୦୦ ବ୍ୟାରେଲରୁ ପ୍ରାୟ ୧୦ ଗୁଣ ବୃଦ୍ଧି ପାଇବ।
ଗୋଟିଏ ତୈଳ କ୍ଷେତ୍ରରୁ ୧୫,୦୦୦ କୋଟିରୁ ଅଧିକ ମୂଲ୍ୟର ତୈଳ ଓ ଗ୍ୟାସ ଉପଲବ୍ଧ ହେବ ବୋଲି ଆକଳନ କରାଯାଇଛି।
ଆହୁରି ପଢ଼ନ୍ତୁ: Amit Shah : ମମତାଙ୍କ ନାମରେ ଏତଲା: ଅମିତ ଶାହଙ୍କ ଉପରେ ଲଗାଇଥିଲେ ଅଭିଯୋଗ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।