Actor: ଦୁଇ ଦଶକରେ ନାୟକ-ନାୟିକା

Sep 12, 2026 - 08:43
Actor: ଦୁଇ ଦଶକରେ ନାୟକ-ନାୟିକା

"ଶିବଶଙ୍କର ଓଝା ଓଲିଉଡ୍‌ରେ ଦୁଇ ଦଶକ ପୂରଣ କରିଥିବା ଯେଉଁ କଳାକାରମାନେ ନିଜ କାମ ଜରିଆରେ ଲୋକପ୍ରିୟତା ହାସଲ କରିପାରିଛନ୍ତି, ସେମାନଙ୍କ ମଧ୍ୟରେ ଅରିନ୍ଦମ, ବୁଦ୍ଧାଦିତ୍ୟ, ସମରେଶ, ଜୀନା, ଚନ୍ଦନ ଓ ଦେବଯାନୀ ଉଲ୍ଲେଖ ଦାବି କରନ୍ତି।

Advertisment Annual function: "ବରିଷ୍ଠ ନାଗରିକ ସମାଜର ଅମୂଲ୍ୟ ସମ୍ପଦ" ଅରିନ୍ଦମ: ୨୦୦୬ରେ ମୁକ୍ତିଲାଭ କରିଥିବା ବ୍ରଜରାଜ ମୁଭିଜ୍‌ର "ପ୍ରେମଋତୁ ଆସିଲାରେ" ଜରିଆରେ ଓଲିଉଡ୍‌ରେ ନାୟକ ଭାବେ କ୍ୟାରିଅର ଆରମ୍ଭ କରିଥିଲେ ଅରିନ୍ଦମ ରାୟ।

ବିନୟ କୁମାର ନାୟକଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶୁ ‌ମୋହନ ସାହୁ।

ଏଥିରେ ତାଙ୍କ ବିପକ୍ଷରେ ନମ୍ରତା ଥପ୍ପାଙ୍କୁ ନାୟିକା ଭାବେ ଦେଖିବାକୁ ମିଳିଥିଲା।

ଫିଲ୍ମଟି ସୁପରହିଟ୍ ହେବା ପରେ ଅରିନ୍ଦମ ଆଉ ପଛକୁ ଫେରି ଚାହିଁନାହାନ୍ତି।

୨୦ ବର୍ଷ ଭିତରେ ସେ "ପ୍ରେମଋତୁ ଆସିଲାରେ" ବ୍ୟତୀତ "ତୋ ପାଇଁ ନେବି ଶହେ ଜନମ", "ମୁଁ ତତେ ଲଭ କରୁଚି", "ଏ ମନ ମାନେନା", "ମୁଁ ସପନର ସୌଦାଗର", "ରୋମିଓ ଦ ଲଭରବୟ", "ମିତରେ ମିତ", "ପର୍ଶୁରାମ", "ପ୍ରେମରେ ପ୍ରେମରେ", "ପାରିବେନି କେହି ଅଲଗା କରି", "ଭଉଁରୀ", "ତୁ ରାଜା ମୁଁ ରାଣୀ", "ଗୁଡ୍‌ବୟ", "ଅଶୋକ ସମ୍ରାଟ", "ହିରୋ", "କ୍ରିମିନାଲ", "କାଳୀଶଙ୍କର", "ଲାଲ ଟୁକୁଟୁକୁ ସାଧବ ବୋହୂ", "ତୁମେ ହିଁ ସାଥୀ ମୋର", "ତୋର ଦିନେକୁ ମୋର ଦିନେ", "ରୋମିଓ ଜୁଲିଏଟ୍", "ଇସ୍କ ତୁ ହି ତୁ", "ଇସ୍କ ପୁଣିଥରେ", "ଶିବା ନଟ୍‌ଆଉଟ୍", "କଳ୍‌କୀ", "ଡାଡି- ଦ ଲିଭିଙ୍ଗ ଗଡ୍", "ତୁ ମୋ ଗାର୍ଲଫ୍ରେଣ୍ଡ", "ରାଜା ଝିଅ ସାଙ୍ଗେ ହେଇଗଲା ଭାବ", "ଲଭ ୟୁ ହମେଶା", "ବାବୁ ଭାଇଜାନ" ଓ "ରାମ୍" ଆଦି ଓଡ଼ିଆ ଛବିରେ ନଜର ଆସିଛନ୍ତି।

ବୁଦ୍ଧାଦିତ୍ୟ: ପ୍ରଖ୍ୟାତ ଅଭିନେତ୍ରୀ ମାଳବିକା ରାୟଙ୍କ ସୁପୁତ୍ର ବୁଦ୍ଧାଦିତ୍ୟ ମହାନ୍ତିଙ୍କ ଅଭିନୀତି ପ୍ରଥମ ସିନେମା "ଆଇ ଲଭ ମାଇଁ ଇଣ୍ଡିଆ" ବି ୨୦୦୬ରେ ମୁକ୍ତିଲାଭ କରିଥିଲା।

ବିଭୂତି ରାଉତରାୟ ଥିଲେ ଏହାର ପ୍ରଯୋଜକ ଓ ସଂଗ୍ରାମ ବିଶ୍ବାଳ ନିର୍ଦ୍ଦେଶକ।

ନମ୍ରତା ଥପ୍ପା ଥିଲେ ବୁଦ୍ଧାଦିତ୍ୟଙ୍କର ନାୟିକା।

ଏହାପରେ ବୁଦ୍ଧାଦିତ୍ୟଙ୍କୁ "ନନ୍ଦିନୀ ଆଇ ଲଭ ୟୁ", "ପ୍ରେମରୋଗୀ", "ତୁ ଥିଲେ ମୋ ଡର କାହାକୁ", "ପାଗଳ କରିଚି ପାଉଁଜି ତୋର", "କେଉଁ ଦୁନିଆଁରୁ ଆସିଲ ବନ୍ଧୁ", "ଓମ୍ ସାଇ ରାମ୍", "ଲୋଫର୍", "ବାଏ ବାଏ ଦୁବାଇ", "ସଙ୍ଗମ୍", "ଜଗା ହାତରେ ପଘା", "ଶ୍ରୀମାନ ସୁରଦାସ", "ଡେଲିଭରି ବୟ" ଓ "ଡେଲିଭରି ବୟ-୨" ଆଦି ଓଡ଼ିଆ ସିନେମାରେ ଦେଖିବାକୁ ମିଳିଛି।

୨୦୨୬ରେ ଓଲିଉଡ୍‌ର କେତେଜଣ ନାୟକ ଓ ନାୟିକା ଦୁଇ ଦଶକ ପୂରଣ କରିଛନ୍ତି।

୨୦୦୬ରେ ସେମାନଙ୍କର ପ୍ରଥମ ଓଡ଼ିଆ ଛବି ମୁକ୍ତିଲାଭ କରିଥିଲା।

ସେମାନଙ୍କ ସଂପର୍କରେ ସଂକ୍ଷିପ୍ତ ସୂଚନା।

ଚନ୍ଦନ: ସୌମ୍ୟରଂଜନ ପଟ୍ଟନାୟକ ଓ ଅଜିତ୍ ମିଶ୍ରଙ୍କ ପ୍ରଯୋଜନା ଓ ବାଲୁଙ୍କେଶ୍ବର ଫିଲ୍ମସ୍ ବ୍ୟାନରରେ ନିର୍ମିତ ଓଡ଼ିଆ ସିନେମା "ବାବୁ ଆଇ ଲଭ ୟୁ"(୨୦୦୬) ଜରିଆରେ ଚନ୍ଦନ କର ନାୟକ ଭାବେ ଓଲିଉଡ୍‌ରେ ଏଣ୍ଟ୍ରି ନେଇଥିଲେ।

ଏହାର ନିର୍ଦ୍ଦେଶକ ଥିଲେ ସଞ୍ଜୟ ନାୟକ, ଆଉ ନାୟିକା ଥିଲେ ଅର୍ଚ୍ଚିତା।

ଏହି ସୁପରହିଟ୍ ସିନେମା ପରେ ଚନ୍ଦନ "ଦେ ମା" ଶକ୍ତି ଦେ", "ଛାତିରେ ଲେଖିଛି ତୋରି ନାଆଁ", "ରଙ୍ଗିଲା ବାବା", "କେଉଁ ଦୁନିଆଁରୁ ଆସିଲ ବନ୍ଧୁ", "ଟଙ୍କା ତତେ ସଲାମ୍", "ନିଝୁମ୍ ରାତିର ସାଥୀ" ଓ "ମହର୍ଷି" ଆଦି ଓଡ଼ିଆ ଛବିରେ ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି।

ସେ ଆଉ କେତେକ ସିନେମାରେ ଖଳନାୟକ ବି ବନିଛନ୍ତି।

Education: ସମାଜ ଆମ ଯୋଗାଯୋଗ ପଦ୍ଧତିକୁ ଆକାର ଦେଇଥାଏ: ଶ୍ରୀ ଅଖିଳ କୁମାର ମିଶ୍ର ସମ‌େରଶ: ଜ୍ଞାନ ପଟ୍ଟନାୟକଙ୍କ ପ୍ରଯୋଜିତ ତଥା ଜ୍ୟୋତି ପ୍ରକାଶଙ୍କ ନିର୍ଦ୍ଦେଶିତ ମା"-ପୁଅଙ୍କ କାହାଣୀକୁ ନେଇ ପ୍ରସ୍ତୁତ "ମୋ ସୁନାପୁଅ" ଥିଲା ଜଣାଶୁଣା ଅଭିନେତା ସମରେଶ ରାଉତରାୟଙ୍କ ପ୍ରଥମ ସିନେମା।

ଏହା ୨୦୦୬ରେ ପରଦାକୁ ଆସିଥିଲା।

ପରେ ଅବଶ୍ୟ ତାଙ୍କୁ ଅଧିକାଂଶ ଛବିରେ ନେଗେଟିଭ୍ ଚରିତ୍ର ଅଭିନୟରେ ଦେଖିବାକୁ ମିଳିଥିଲା।

ନାୟକ ଭାବେ ସମରେଶଙ୍କ ଅନ୍ୟ ଉଲ୍ଲେଖନୀୟ ସିନେମା ହେଲା "ଧଉଳି ଏକ୍ସପ୍ରେସ୍" ଓ "ନାମର୍ଦ"।

ଜୀନା: ୨୦୦୬ରେ ମୁକ୍ତିପ୍ରାପ୍ତ ସଞ୍ଜୟ କୁମାର ସାହୁଙ୍କ ପ୍ରଯୋଜିତ ତଥା ରଣଜିତ ମହାନ୍ତିଙ୍କ ନିର୍ଦ୍ଦେଶିତ "ଫେରିଆ ମୋ ସୁନାଭଉଣୀ" ଥିଲା ଆଲବମ୍‌ରୁ ସିନେମାକୁ ଆସିଥିବା ନାୟିକା ଜୀନା ସାମଲଙ୍କର ପ୍ରଥମ ଛବି।

ଏଥିରେ ବବି ମିଶ୍ରଙ୍କ ବିପକ୍ଷରେ ସେ ନଜର ଆସିଥିଲେ।

ପରେ "ସେ ଝିଅଟା ବିଗିଡ଼ିଗଲା", "ପ୍ରେମର ନିଶା ନିଆରା ନିଆରା", "ରଘୁ ସର୍ଦ୍ଦାର", "ଆଇଲାରେ ଓଡ଼ିଆପୁଅ", "ତୁ ଥା ମୁଁ ଯାଉଛି ରୁଷି", "ଶୁଭବିବାହ", "ଗଡ଼ବଡ଼", "ଭାଇନା କ"ଣ କଲା ସେ" ଆଦି ଛବିରେ ନଜର ଆସିଛନ୍ତି।

ଦେବଯାନୀ: ଦେବଯାନୀ ଦେଗୁରିଆ ପ୍ରଥମେ ସହନାୟିକା ଭାବେ ନଜର ଆସିଥିଲେ ୨୦୦୬‌ର ସିନେମା "ଆଇ ଲଭ ମାଇଁ ଇଣ୍ଡିଆ"ରେ।

ଏଥିରେ ପିଣ୍ଟୁ ନନ୍ଦଙ୍କ ବିପକ୍ଷରେ ତାଙ୍କୁ ଦେଖିବାକୁ ମିଳିଥିଲା।

ପରେ "ରଙ୍ଗିଲା ଟୋକା", "ଇନ୍ଦ୍ରଜାଲ", "ଡନ୍", "ପାଗଳ ପ୍ରେମୀ", "ସଲାମ୍ ସିନେମା", "ଖାସ୍ ତୁମରି ପାଇଁ" ଓ "ଭଗିଆ ଭାରିଯା"  ଆଦି ଛବିରେ ଦର୍ଶକ ତାଙ୍କୁ ଦେଖିବାକୁ ପାଇଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)