ACF Soumya Ranjan Death Case: ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ନାମଞ୍ଜୁର ହେଲା ଜାମିନ, ଜେଲ୍‌ ଗଲେ ବିଦ୍ୟାଭାରତୀ

Nov 02, 2026 - 17:12
ACF Soumya Ranjan Death Case:  ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ନାମଞ୍ଜୁର ହେଲା ଜାମିନ, ଜେଲ୍‌ ଗଲେ ବିଦ୍ୟାଭାରତୀ

ପାରଳାଖେମୁଣ୍ଡି(ସୁଜିତ ବିଶୋୟୀ): ପାଞ୍ଚ ବର୍ଷ ଧରି ରାଜ୍ୟବ୍ୟାପୀ ଚର୍ଚ୍ଚାରେ ଥିବା ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଆଜି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି।

କୋର୍ଟ ଜାମିନ ଆବେଦନକୁ ଖାରଜ କରିବା ପରେ ତାଙ୍କୁ ୧୩ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଛି।

Advertisment Judgement: ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା: ବିଦ୍ୟାଭାରତୀଙ୍କୁ ଶକ୍ତ ଝଟକା ବିଦ୍ୟାଭାରତୀଙ୍କ ଓକିଲ ଶିଶିର କୁମାର ଜେନାଙ୍କ ସୂଚନାନୁସାରେ, ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଖାରଜ ହେବା ପରେ ସୋମବାର ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ ଅଦାଲତରେ ବିଦ୍ୟାଭାରତୀ ଆତ୍ମସମର୍ପଣ କରିଥିଲେ।

ଏହାପରେ ବିଦ୍ୟାଭାରତୀୟଙ୍କ ନିୟମିତ ଜାମିନ ଆବେଦନ ନାମଞ୍ଜୁର କରି କୋର୍ଟ ତାଙ୍କୁ ୧୩ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି।

ଏହାପରେ ପୁଲିସ ହେଫାଜତରେ ତାଙ୍କୁ ପାରଳାଖେମୁଣ୍ଡି ଉପ କାରାଗାରକୁ ନିଆଯାଇଛି।

ଏହି ମାମଲାର ଅନ୍ୟ ଦୁଇ ଅଭିଯୁକ୍ତ ତତ୍କାଳୀନ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭ ମଧ୍ୟ ଏହି କାରାଗାରରେ ଅଛନ୍ତି।

ACF Soumyaranjan Mahapatra death case ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁମାମଲା: ଶେଷରେ ଆତ୍ମସମର୍ପଣ କଲେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ସୂଚନାଯୋଗ୍ୟ, ୨୦୨୧ ଜୁଲାଇ ମାସରେ ପାରଳାଖେମୁଣ୍ଡିରେ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ଶରୀରରେ ନିଆଁ ଲାଗିବା ପରେ ସେ ଗୁରୁତର ହୋଇଥିଲେ।

ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ଘଟଣାକୁ ନେଇ ପାରଳାଖେମୁଣ୍ଡି ଥାନାରେ ହତ୍ୟା ଓ ଷଡ଼ଯନ୍ତ୍ର ଅଭିଯୋଗରେ ମାମଲା ରୁଜୁ ହୋଇଥିଲା।

ପରେ ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହୋଇଥିଲା।

କ୍ରାଇମବ୍ରାଞ୍ଚ ବିଦ୍ୟାଭାରତୀଙ୍କ ବିରୋଧରେ ଆଇପିସିର ଧାରା ୨୮୫ ଓ ୩୦୪-ଏ ଅନୁଯାୟୀ ଅଭିଯୋଗପତ୍ର ଦାଖଲ କରିଥିଲା।

ତତ୍କାଳୀନ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ ଏଥିରେ ଅଭିଯୁକ୍ତ କରାଯାଇ ନଥିଲା।

ତେବେ କ୍ରାଇମବ୍ରାଞ୍ଚର ତଦନ୍ତ ଓ ଅଭିଯୋଗପତ୍ରକୁ ନେଇ ଅସନ୍ତୋଷ ପ୍ରକାଶ କରି ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ ଅଦାଲତରେ ପ୍ରତିବାଦ ପିଟିସନ୍‌ ଦାଖଲ କରିଥିଲେ।

ଏହାର ଶୁଣାଣି କରି ଅଦାଲତ ୨୦୨୩ ଏପ୍ରିଲ ୧୨ ତାରିଖରେ ବିଦ୍ୟାଭାରତୀଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୩୦୨ ଓ ୧୨୦-ବି ଅନୁଯାୟୀ ସଂଜ୍ଞାନ ଗ୍ରହଣ କରିଥିଲେ।

ଏହି ଆଦେଶକୁ ବିଦ୍ୟାଭାରତୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

୨୦୨୫ ଜୁଲାଇ ୩ ତାରିଖରେ ହାଇକୋର୍ଟ ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଥିଲେ।

ଏହାସହ ନିମ୍ନ ଅଦାଲତରେ ଡିସ୍‌ଚାର୍ଜ ଆବେଦନ କରିବାର ଆଇନଗତ ସୁଯୋଗ ରହିଥିବା ଉଲ୍ଲେଖ କରିଥିଲେ।

ଏହାପରେ ନିମ୍ନ ଅଦାଲତରେ ବ୍ୟକ୍ତିଗତ ହାଜରରୁ ଛାଡ଼ ପାଇଁ ବିଦ୍ୟାଭାରତୀ କରିଥିବା ଆବେଦନ ଖାରଜ ହୋଇଥିଲା।

ଏହାକୁ ହାଇକୋର୍ଟ ୨୦୨୫ ସେପ୍ଟେମ୍ବର ୩ ତାରିଖରେ କାଏମ ରଖିଥିଲେ।

ପରେ ସୁପ୍ରିମକୋର୍ଟରେ ମଧ୍ୟ ତାଙ୍କ ଆବେଦନ ଖାରଜ ହୋଇଥିଲା।

ତେବେ ଆଗୁଆ ଜାମିନ ପାଇଁ ଆବେଦନ କରିବାକୁ ତାଙ୍କୁ ସୁଯୋଗ ମିଳିଥିଲା।

ଏହାପରେ ବିଦ୍ୟାଭାରତୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ।

ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଗତ ୩୧ ତାରିଖରେ ହାଇକୋର୍ଟ ତାଙ୍କ ଆବେଦନ ଖାରଜ କରିଥିଲେ।

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀ ଓକିଲଙ୍କ ରହିତାଦେଶ ଦସ୍ତାବିଜ ଦାଖଲ ଅନ୍ୟପକ୍ଷରେ ମାମଲାର ଅନ୍ୟ ଦୁଇ ଅଭିଯୁକ୍ତ ସଂଗ୍ରାମ କେଶରୀ ବେହେରା ଓ ମନ୍ମଥ କୁମ୍ଭଙ୍କ ଆଗୁଆ ଜାମିନ ଆବେଦନ ମଧ୍ୟ ପୂର୍ବରୁ ହାଇକୋର୍ଟରେ ଖାରଜ ହୋଇଥିଲା।

ପରେ ଉଭୟେ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିଥିଲେ।

ସେମାନଙ୍କ ନିୟମିତ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଉଭୟେ ପାରଳାଖେମୁଣ୍ଡି କାରାଗାରରେ ଅଛନ୍ତି।

ଏବେ ବିଦ୍ୟାଭାରତୀ ମଧ୍ୟ ସେହି କାରାଗାରକୁ ଯିବା ପରେ ମାମଲାର ତିନି ଅଭିଯୁକ୍ତ ଗୋଟିଏ ଜେଲ୍‌ରେ ରହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)