Cricket: ଦିନିକିଆ ମାନ୍ୟତା ଶୀର୍ଷରେ ଭାରତ
ଦୁବାଇ: ଆଇସିସି ଦିନିକିଆ ମାନ୍ୟତାରେ ଭାରତ ପ୍ରଥମ ସ୍ଥାନ ବଜାୟ ରଖିଛି।
ଭାରତ ୧୧୫ ରେଟିଂ ସହ ଶୀର୍ଷରେ ରହିଛି।
ଭାରତ ଜୁନ ମାସରେ ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ଶୃଙ୍ଖଳାକୁ ୩-୦ରେ ଜିତିଥିବାବେଳେ ଜୁଲାଇରେ ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାରେ ୧-୨ରେ ପରାସ୍ତ ହୋଇଥିଲା।
ନିକଟରେ ହୋଇଥିବା ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ଶୃଙ୍ଖଳାରେ ଭାରତ ୨-୧ରେ ବିଜୟୀ ହୋଇଥିଲା।
Advertisment କିନ୍ତୁ ଚଳିତ ବର୍ଷ ଜାନୁଆରିରେ ହୋଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳାକୁ ଭାରତ ୧-୨ରେ ହାରିଯାଇଥିଲା।
ବୁଧବାରଠାରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ଶୃଙ୍ଖଳା ଆରମ୍ଭ ହେଉଥିବାରୁ ତାହାକୁ ଜିତି ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଉଦ୍ୟମ କରିବ ଭାରତୀୟ ଦଳ।
ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ଶୃଙ୍ଖଳା ଆରମ୍ଭ ସୋମବାର ପ୍ରକାଶିତ ଆଇସିସି ଦିନିକିଆ ମାନ୍ୟତାରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ, ଦକ୍ଷିଣ ଆଫ୍ରିକା ତୃତୀୟ, ପାକିସ୍ତାନ ଚତୁର୍ଥ ଏବଂ ଅଷ୍ଟ୍ରେଲିଆ ପଞ୍ଚମ ସ୍ଥାନରେ ରହିଛି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆଫଗାନିସ୍ତାନ ଷଷ୍ଠ ସ୍ଥାନରେ ରହି ନିଜର ସର୍ବକାଳୀନ ଶ୍ରେଷ୍ଠ ମାନ୍ୟତା ହାସଲ କରିଛି।
ଆୟର୍ଲାଣ୍ଡ ବିପକ୍ଷରେ ୪-୦ରେ ଦିନିକିଆ ସିରିଜ୍ ବିଜୟ ଏବଂ ଜିମ୍ବାୱେ ଓ ବାଂଲାଦେଶକୁ ନେଇ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ସିରିଜ୍ରେ ଅପରାଜିତ ରହିବା ଆଫଗାନିସ୍ତାନର ଏହି ଉନ୍ନତିର ପ୍ରମୁଖ କାରଣ।
AFG vs ZIM: ଜିମ୍ବାୱେକୁ ୭୯ ରନ୍ରେ ପରାସ୍ତ କରି ଏକପାଖିଆ ବିଜୟ ହାସଲ କଲା; ଆଫଗାନିସ୍ତାନ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
