Accident: ସାଇକେଲ ଆରୋହୀକୁ ଚାପିଦେଲା ଦ୍ରୁତଗାମୀ ଟ୍ରକ୍, ବୃଦ୍ଧ ମୃତ
"ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ରାଞ୍ଚି-ବିଜୟୱାଡା ୨୨୦ ନମ୍ବର ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା।
ଆଜି ମୟୂରଭଂଜ ଜିଲ୍ଲାର ରାଇରାଙ୍ଗପୁର ଟାଉନ୍ ଥାନା ଅଞ୍ଚଳରେ ଏହି ଜାତୀୟ ରାଜପଥରେ ୩ଟି ଦୁର୍ଘଟଣା ଘଟିଛି।
ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬ ଜଣ ଗୁରୁତର ଅଛନ୍ତି।
ରାଇରଙ୍ଗପୁର ସହରର ଗଲେଇ ଛକରେ ଏକ ଟ୍ରକ୍ (ଏନ୍ଏଲ-୦୨ କ୍ୟୁ-୯୩୧୯) ସାଇକେଲ ଆରୋହୀ ଉପରେ ଚଢ଼ି ଯାଇଛି।
ଘଟଣାସ୍ଥଳରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି।
ମୃତକ ହେଲେ ଟାଉନ୍ ଥାନା ଅନ୍ତର୍ଗତ ଶିମିଳିନାଳି ଗ୍ରାମର ବୀର (୬୦)।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି।
ଟ୍ରକ୍ ଡ୍ରାଇଭର ସେଠାରୁ ଫେରାର ହୋଇଯାଇଛି।
ଏନେଇ ରାଇରାଙ୍ଗପୁର ଟାଉନ୍ ଥାନାରେ ଏକ ମାମଲା ରୁଜୁ ହୋଇଛି।Advertisment ସେହିପରି ଆଜି ସକାଳୁ ଟାଉନ୍ ଥାନା ଅନ୍ତର୍ଗତ ରାଇରଙ୍ଗପୁର କଲେଜ୍ ଛକ ନିକଟରେ ଏକ କିଆ କାର (ଓଡ଼ି୧୧-ଏଏ- ୧୮୨୪) ଓ ବୁଲେଟ୍ (ଓଡ଼ି୧୧ ଏଜି-୩୯୧୯) ମଧ୍ୟରେ ମୁହାମୁହିଁ ଧକ୍କା ହୋଇଛି।
ଭଳୁବସା ଗ୍ରାମର ବୁଲେଟ୍ ଆରୋହୀ ଦୀପକ ମହାନ୍ତ (୨୩) ଗୁରୁତର ଆହତ ହୋଇଥିଲେ।
ତେବେ କାର ଦୁର୍ଘଟଣାରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି।
ଉଭୟ ଯାନକୁ ପୁଲିସ ଜବତ କରିଛି।
ଟାଉନ୍ ଥାନା ଅନ୍ତର୍ଗତ ପୁରୁଣାପାଣି-ଦାଣ୍ଡବୋଷ ନିକଟରେ ଏକ ଟ୍ରକ୍ ସହିତ ଏକ କାର ମଧ୍ୟରେ ଧକ୍କା ହୋଇଥିବାରୁ ସେଥିରେ ଥିବା ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି।
ତେବେ ଗଳେଇ ଛକ ନିକଟରେ ବେସରକାରୀ ବ୍ୟାଙ୍କ, ମଲ୍, ଉଠା ଠେଲା ବ୍ୟବସାୟୀ, ଜଳ ଖିଆ ଦୋକାନ ପାଇଁ ବେଆଇନ ପାର୍କିଂ ସମସ୍ୟା ବଢୁଥିବା ବେଳେ ଅନେକ ଯାତ୍ରୀ ଓ ମାଲବାହୀ ଅଟୋ ରାସ୍ତା ଉପରେ ପାର୍କିଂ କରି ରାସ୍ତା ଅବରୋଧ କରିଥିବା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଛି।
ପ୍ରଶାସନ ଏ ଦିଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଥିବା ବେଳେ ସହର ମଧ୍ୟ ଦେଇ ଜାତୀୟ ରାଜପଥ ଯାଇଥିବାରୁ ପ୍ରତେକ ଦିନ ଏଭଳି ଘଟଣା ଘଟି ଲୋକଙ୍କ ଯାଉଛି ଜୀବନ,ତେଣୁ ମନ୍ଥର ଗତିରେ ଚାଲିଥିବା ବାଇପାସ ନିର୍ମାଣ ଦୃତ ଗତିରେ ନିର୍ମାଣ କରାଯାଉ ବୋଲି ଲୋକେ ପ୍ରକାଶ କରିଛନ୍ତି।
Gadkari: ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ଯାଞ୍ଚ କରିବେ ନୀତିନ ଗଡ଼କରୀ: ଦୌସା ଦୁର୍ଘଟଣା ପରେ ବଡ଼ ପଦକ୍ଷେପ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।