Accident: ଶୋଇଥିବା ବେଳେ କାନ୍ଥ ପଡ଼ିଲା, ଅଳ୍ପକେ ବର୍ତିଲେ ମହିଳା

Aug 23, 2026 - 22:10
Accident: ଶୋଇଥିବା ବେଳେ କାନ୍ଥ ପଡ଼ିଲା, ଅଳ୍ପକେ ବର୍ତିଲେ ମହିଳା

"ରାୟଗଡ଼ା (ଶିବ ପ୍ରସାଦ ଦୋରା): ଲଗାଣ ବର୍ଷା ଫଳରେ ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ କଣ୍ଡାଜାମ ଗ୍ରାମରେ କାନ୍ଥ ଭୁଶୁଡ଼ି ଜଣେ ମହିଳା ଆହାତ ହୋଇଛନ୍ତିI ସୂଚନାରୁ ଜଣାପଡିଛି ଆଜି ସନ୍ଧ୍ୟାରେ ଦ୍ରୌପଦୀ ମଣ୍ଡାଙ୍ଗୀ ଶୋଇଥିବା ବେଳେ ହଠାତ କାନ୍ଥ ଭୁଷୁଡ଼ି ତାଙ୍କ ଉପରେ ପଡିଯାଇଥିଲାI କିନ୍ତୁ ସୌଭାଗ୍ୟବସତ ସାମାନ୍ୟ ଆହତ ହୋଉ ଅଳ୍ପକେ ବର୍ତ୍ତୀ ଯାଇଥିଲେI Advertisment ପରିବାର ବର୍ଗ ଓ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରିଥିଲେI ପ୍ରଶାସନ ପକ୍ଷରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ ପରେ ସେ ସୁସ୍ଥ ଥିବା ଜଣାପଡ଼ିଛିI ଜିଲ୍ଳାରେ ଆଜି ପ୍ରବଳ ବର୍ଷା ହୋଇଥିବା ବେଳେ ରାମନାଗୁଡ଼ା ବ୍ଲକରେ ମଧ୍ୟ ବ୍ୟାପକ କ୍ଷୟ କ୍ଷତି ହୋଇଛିI ବ୍ଲକର ବ୍ୟାପକ ଚାଷ ଅଞ୍ଚଳ ଜଳ ମଗ୍ନ ହୋଇଛିI  ସେହିପରି କଲ୍ୟାଣସିଂପୁର ବ୍ଲକରେ ମଧ୍ୟ କାନ୍ଥ ପଡି ଜଣେ ଯୁବତୀ ଆହତ ହୋଇଛନ୍ତିI ଜିଲ୍ଲାରେ ୩୦ରୁ ଉର୍ଧ୍ଵ ଗୃହ ଭାଙ୍ଗିଥିବାବେଳେ ଜନ ଜୀବନ ପ୍ରଭାବିତ ହୋଇଛିI ଗୁଣପୁର ଓ କାଶୀପୁର ବ୍ଲକରେ ବର୍ଷା ଜନିତ ନଷ୍ଟ ଅଧିକା ହୋଇଥିବା ସୂଚନା ମିଳିଛିI ତଦନ୍ତ ପରେ ପ୍ରକୃତ କ୍ଷକ୍ଷତି ରିପୋର୍ଟ ଜଣାପଡିବ ବୋଲି ଜରୁରୀ କାଳୀନ ଅଧିକାରୀ ସୂଚନା ଦେଇଛନ୍ତିI Wall Collapses: ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)