Accident: ମାଡ଼ିଗଲା କୋଇଲା ବୋଝେଇ ଟ୍ରେଲର୍
"ସୁନ୍ଦରଗଡ଼ (ଡମ୍ବରୁଧର ନାୟକ): ସୁନ୍ଦରଗଡ଼ ଜିଲ୍ଲା ହେମଗିର ଥାନା ପୋଡ଼ାଜଲଙ୍ଗା ଛକରେ ଶନିବାର ରାତିରେ ଏକ କୋଇଲା ବୋଝେଇ ଟ୍ରେଲର ମାଡ଼ିଯିବାରୁ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ହୋଇଯାଇଛି।
ମୃତକ ହେଲେ ବିରେନ୍ଦର ଯାଦବ (୪୦) ସେ ଚାଳକ ବୋଲି ଜଣାପଡ଼ିଛି।
ରାତିରେ ସେ ଛକରେ ଥିବା ଅମ୍ଲାନ ଢାବା ପାଖରେ ରାସ୍ତା ପାର ହେଉଥିବା ବେଳେ ଦ୍ରୁତଗତିରେ ଟ୍ରେଲର୍ ଆସି ତାଙ୍କୁ ଧକ୍କା ଦେବା ସହ ଉପରେ ମାଡ଼ିଗଲା।Advertisment ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯିବା ସହ ତାଙ୍କ ଦେହ ଖଣ୍ଡବିଖଣ୍ଡିତ ହୋଇଗଲା।
ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି।
ଉପସ୍ଥିତ ଚାଳକମାନେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି।
ଯାହା ଫଳରେ ଏମ୍ସିଏଲ- ଛତିଶଗଡ଼ ରାସ୍ତାରେ କୋଇଲା ପରିବହନ ଓ ଅନ୍ୟ ଗାଡ଼ି ମାଟର ଯାତାୟତ ବନ୍ଦ ରହିଛି।
ଖବର ପାଇ ହେମଗିର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତଙ୍କୁ ବୁଝାଶୁଝା କରୁଥିବା ସୂଚନା ମିଳିଛି।
୩ ସାଙ୍ଗଙ୍କ ଶୋଚନୀୟ ମୃତ୍ୟୁ: ଗଛକୁ ଧକ୍କା ଦେଇ ଦୁଇଗଡ଼ ହୋଇଗଲା ବାଇକ୍ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
