Accident: କାରକୁ ଧକ୍କା ଦେଲା ଟ୍ରେଲର୍, ଜଣେ ଗୁରୁତର

Jul 08, 2026 - 12:34
Accident: କାରକୁ ଧକ୍କା ଦେଲା ଟ୍ରେଲର୍, ଜଣେ ଗୁରୁତର

"ସୁନ୍ଦରଗଡ଼: ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ସୁନ୍ଦରଗଡ଼ ବିଜୁ ଏକ୍ସପ୍ରେସ ୱେ ଷଡ଼ଙ୍ଗୀ ପେଟ୍ରୋଲ ପମ୍ପ ନିକଟରେ ଏକ କାର୍ କୁ ଟ୍ରେଲର ପଛରୁ ଧକ୍କା ଦେଇଛି।

ଦୁର୍ଘଟଣାରେ କାର୍ ର ଜଣେ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।

ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛନ୍ତି।Advertisment ଟ୍ରେଲର ଚାଳକ ଗାଡ଼ି ଛାଡ଼ି ଫେରାର ଆଗପଛ ହୋଇ ଏକ କାର୍ (ଓଡି ୧୬ ଏଲ୍- ୨୪୮୦) ଓ ଏକ ଟ୍ରେଲର୍ (ଓଡି ୧୬ ଏମ୍- ୦୫୬୮) ଆସୁଥିବାବେଳେ ଷଡ଼ଙ୍ଗୀ ପେଟ୍ରୋଲ ପମ୍ପ ନିକଟରେ କାର୍ କୁ ଟ୍ରେଲର୍ ଧକ୍କା ଦେଇଥିଲା।

ଧକ୍କାରେ କାର୍ ବୁଲିଯାଇ ଡିଭାଇଡର୍ ରେ ଚଢ଼ି ଯାଇଥିବା ଦେଖିବାକୁ ମିଳିଛି।

ଦୁର୍ଘଟଣା ପରେ ଟ୍ରେଲର ଚାଳକ ଗାଡ଼ି ଛାଡ଼ି ଫେରାର ହୋଇଯାଇଛନ୍ତି।

ସୂଚନା ପାଇ ଟାଉନଥାନା ଓ ୧୧୨ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଆରମ୍ଭ କରିବା ସହ ଟ୍ରାଫିକ ନିୟନ୍ତ୍ରଣ କରିଛି।

Forest Land: ଜଙ୍ଗଲ ଜମି ଉଦ୍ଧାରକୁ ନେଇ ବନ ବିଭାଗ ଓ ଗ୍ରାମବାସୀ ମୁହାଁମୁହିଁ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।