Accident Halts Traffic: ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଯାତାୟତ ଠପ, ଫସି ରହିଛନ୍ତି ହଜାର ହଜାର ଯାତ୍ରୀ
Jun 27, 2026 - 10:48
ରାୟଗଡ଼ା ଜିଲ୍ଲା ସଦର ବ୍ଲକ ଗୁମା ଘାଟିରେ ଲୁହା ବୋଝେଇ ଟ୍ରେଲର ଦୁର୍ଘଟଣାଗ୍ରସ୍ତ। କୋରାପୁଟ–ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟତ ଠପ୍। ଗତକାଲି ରାତି ପ୍ରାୟ ୧୨ଟା ୩୦ ମିନିଟ୍ ରୁ ରାସ୍ତା ଜାମ ରହିଛି।
ଯେଉଁଥିପାଇଁ ଉଭୟ ପାର୍ଶ୍ୱରେ ଶତାଧିକ ବସ୍, ଟ୍ରକ୍ ଓ ଅନ୍ୟାନ୍ୟ ଯାନବାହନ ଅଟକି ରହିଛି। ଫଳରେ ହଜାର ହଜାର ଯାତ୍ରୀ ରାତି ସାରା ଘାଟି ଜଙ୍ଗଲ ମଧ୍ୟରେ ଫସି ରହିଛନ୍ତି। ଟ୍ରେଲରକୁ ହଟାଇ ଯାତାୟାତ ସ୍ୱାଭାବିକ କରିବାକୁ ଲୋକେ ଦାବି କରିଛନ୍ତି।