Accident: ୩ଟି ହାଇଓ୍ବା ମଧ୍ୟରେ ମୁହାଁମୁହିଁ ଧକ୍କା; ଦୁଇ ଜଣ ଡ୍ରାଇଭରଙ୍କ ମୃତ୍ୟୁ

Aug 02, 2026 - 19:17
Accident: ୩ଟି ହାଇଓ୍ବା ମଧ୍ୟରେ ମୁହାଁମୁହିଁ ଧକ୍କା; ଦୁଇ ଜଣ ଡ୍ରାଇଭରଙ୍କ ମୃତ୍ୟୁ

"ଝାରସୁଗୁଡ଼ା (ଜ୍ଞାନବ୍ରତ ଭୋଇ): ଝାରସୁଗୁଡ଼ା ସହରର ସରବାହାଲ ବାଇପାସ୍ ନିକଟରେ ଆଜି ଏକ ଭୟଙ୍କର ଦୁର୍ଘଟଣା ଘଟିଛି।

୩ଟି ହାଇଓ୍ବା ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୨ ଟି ହାଇଓ୍ବାର ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।

ସେପଟେ, ଦୁର୍ଘଟଣା ପରେ ତିନୋଟି ଯାକ ହାଇଓ୍ବା ରାଜ୍ୟ ରାଜପଥର ତିନୋଟି ପାର୍ଶ୍ବରେ ଛିଟିକି ପଡିବା ଦ୍ବାରା ଦୀର୍ଘ ସମୟ ଧରି ଯାତାୟତ ବାଧାପ୍ରାପ୍ତ ହୋଇଛି।Advertisment ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସ ୱେ ନିଖିଲ ଢାବା ସମ୍ମୁଖରେ ଆଜି ମଧ୍ୟାହ୍ନରେ ବିଭିନ୍ନ ଦିଗରୁ ଆସୁଥିବା ୩ଟି ହାଇଓ୍ବା ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।

ପ୍ରଥମ ଦୁଇଟି ହାଇଓ୍ବା ଦୁଇ ବିପରୀତ ଦିଗରୁ ଆସି ପିଟି ହୋଇଥିବା ବେଳେ ଅନ୍ୟଟି ପଛ ପଟରୁ ଆସି ସମ୍ମୁଖ ଭାଗରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ହାଇଓ୍ବା ସହ ବାଡେଇ ହୋଇଥିଲା।

ଏଥିରେ ହାଇଓ୍ବାର କ୍ୟାବିନରେ ଚାପି ହୋଇ ୨ ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

Accident: ବାଇକ୍ ଦୁର୍ଘଟଣାରେ ୩ଯୁବକଙ୍କର ଶୋଚନୀୟ ମୃତ୍ୟୁ ସେପଟେ, ଅନ୍ୟ ହାଇଓ୍ବା ଟି ରାସ୍ତା ତଳକୁ ଖସି ଯାଇଥିବା ବେଳେ ତାହାର ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣାପଡିଛି।

ମୃତାହତଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପଠାଯାଇଥିବା ବେଳେ ସେଠାରେ ୨ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସେହିପରି ଆହତ ଡ୍ରାଇଭରଙ୍କ ଚିକିତ୍ସା ଚାଲିଛି।

ତେବେ, ବର୍ତ୍ତମାନ ସୁଦ୍ଧା ୨ ମୃତକ ଏବଂ ଅନ୍ୟ ଆହତଙ୍କ ପରିଚୟ ମିଳିପାରିନାହିଁ।

ସେପଟେ, ତିନୋଟି ଯାକ ହାଇଓ୍ବା ରାସ୍ତାର ଦୁଇ ପାର୍ଶ୍ବରେ ଛିଟିକି ପଡିଥିବାରୁ ବେଶ କିଛି ସମୟ ପାଇଁ ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା।

ପୁଲିସ କ୍ରେନ୍ ସହାୟତାରେ ଦୁର୍ଘଟଣାଗ୍ରସ୍ତ ହାଇଓ୍ବା ଗୁଡିକୁ ସ୍ଥାନାନ୍ତର କରିବା ପରେ ଯାତାୟତ ସ୍ବାଭାବିକ ହୋଇଛି।

ସମୟ ପାଇଁ ଟ୍ରାଫିକ ସମସ୍ୟା ଉପୁଜୁଥିଲା ପରେ ପୋଲିସ ଟ୍ରକ୍ କୁ ସାଇଡ କରିବା ପରେ ଟ୍ରାଫିକ ସମସ୍ୟା ସୁଧୁରିଚି।

ତେବେ ଡ୍ରାଇଭର ମାନଙ୍କର ପରିଚୟ ମିଳିପାରିନାହିଁ।

ପୋଲିସ ଆହତ ଡ୍ରାଇଭରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଅନ୍ୟ ମୃତ ଡ୍ରାଇଭରଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ପରିଚୟ ଖୋଜୁଛି।

Accident: ବାଇକ୍ ଦୁର୍ଘଟଣାରେ ୩ଯୁବକଙ୍କର ଶୋଚନୀୟ ମୃତ୍ୟୁ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।