Accident: ରାଞ୍ଚିରୋଡ୍ରେ ଟ୍ରକ୍କୁ ଧକ୍କା ଦେଲା ଘରୋଇ ବସ୍, ୧୨ ଯାତ୍ରୀ ଆହତ
କୁତ୍ରା: ରାଞ୍ଚିରୋଡ୍ ନିକଟସ୍ଥ ସନିଆଢାବା ସମ୍ମୁଖରେ ଆଜି ସକାଳେ ଏକ ଘରୋଇ ବସ୍ ଓ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି।
ଦୁର୍ଘଟଣାରେ ବସ୍ର ସମ୍ମୁଖ ଭାଗଟି ଭାଙ୍ଗି ଯାଇଥିବା ବେଳେ ଘଟଣାସ୍ଥଳରେ କିଛି ସମୟ ପାଇଁ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା।
Advertisment ସୂଚନା ଅନୁଯାୟୀ, ସୁନ୍ଦରଗଡ଼ରୁ ରାଉରକେଲା ଅଭିମୁଖେ ଯାଉଥିବା ଷଡ଼ଙ୍ଗୀ ନାମକ ଏକ ଘରୋଇ ବସ୍ ସନିଆ ଢାବା ସମ୍ମୁଖ ବୁଲାଣି ନିକଟରେ ପହଞ୍ଚିଥିଲା।
ଏହି ସମୟରେ ଓଡି ୧୬ସି ୭୭୫୦ ନମ୍ବର ବିଶିଷ୍ଟ ଏକ ଟ୍ରକ୍ ରାସ୍ତା ପାର୍ ହେଉଥିଲା।
ଏତିକିବେଳେ ଓଡି ୧୬ କେ ୬୩୩୬ ନମ୍ବର ବିଶିଷ୍ଟ ବସ୍ଟି ଟ୍ରକ୍କୁ ଧକ୍କା ଦେଇଥିଲା।
ବସ୍ର ସମ୍ମୁଖ ଭାଗଟି କ୍ଷତିଗ୍ରସ୍ତ ଏହି ଧକ୍କାରେ ବସ୍ର ସମ୍ମୁଖ ଭାଗଟି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା।
ବସ୍ରେ ଥିବା ୧୨ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।
ତେବେ ଏହି ଦୁର୍ଘଟଣାରେ କାହାରି ଗୁରୁତର ଆହତ ହେବା ସମ୍ପର୍କରେ ସୂଚନା ମିଳିନାହିଁ।
ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି।
ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।
High School: ଜଗମୋହନ ହାଇସ୍କୁଲ ପରିସରରେ ମଇଁଷି ଗୋଠ, ପାଠପଢ଼ା ବାଧାପ୍ରାପ୍ତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
