Accident: ମହେନ୍ଦ୍ରଗିରି ମେଳା: ୩ଦିନରେ ତିନି ଶ୍ରଦ୍ଧାଳୁ ମୃତ, ୫୦ରୁ ଊର୍ଦ୍ଧ୍ବ ଆହତ

Jun 10, 2026 - 05:10
Accident: ମହେନ୍ଦ୍ରଗିରି ମେଳା: ୩ଦିନରେ ତିନି ଶ୍ରଦ୍ଧାଳୁ ମୃତ, ୫୦ରୁ ଊର୍ଦ୍ଧ୍ବ ଆହତ

"ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ଗଜପତି ଜିଲ୍ଲାର ପ୍ରସିଦ୍ଧ ମହେନ୍ଦ୍ରଗିରି ମେଳାକୁ ନେଇ ବାରମ୍ବାର ଦୁର୍ଘଟଣାଜନିତ ଖବର ଆସୁଛି।

୩ ଦିନରେ ୩ଟି ଦୁର୍ଘଟଣା ଘଟିଛି।

ଏଥିରେ ୩ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି।Advertisment ମଙ୍ଗଳବାର ଦିନ ମେଳା ଦର୍ଶନ ସାରି ଫେରୁଥିବା ବେଳେ ମାଡବା ନିକଟରେ ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇ ୬ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଆହତମାନଙ୍କୁ ପ୍ରଥମେ କଇଁପୁର ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିବା ବେଳେ ପରେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଆହତମାନେ ହେଲେ ଅନୀତା ଘଣ୍ଟ (୩୫), ରାଜ୍ ଘଣ୍ଟ (୧୭), ବିନୋଦ କରବରିଆ (୧୩), ରାଙ୍ଗା ଘଣ୍ଟ (୫୫), ମିଥି ପାଣି (୨୧) ହୋଇଥିବା ବେଳେ  ସମସ୍ତ ଆହତ ରାୟଗଡ଼ ବ୍ଲକ୍‌ର ବୁରୁଜାଙ୍ଗ ଗ୍ରାମର ବୋଲି ଜଣାପଡ଼ିଛି।

ମହେନ୍ଦ୍ରଗିରି ମେଳାରେ ରେକର୍ଡ ସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ଘଟଣା ଚିନ୍ତା ବଢ଼ାଇଛି।

ଗତ ତିନି ଦିନ ମଧ୍ୟରେ  ପିକ୍‌ଅପ୍ ଭ୍ୟାନ୍‌, ବୋଲେରୋ ଓ ଏବେ ଅଟୋ ୩ ଦୁର୍ଘଟଣାରେ ୩ ମୃତ, ୫୦ରୁ ଅଧିକ ଆହତ ପରେ ମେଳା ପରିଚାଳନା ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

ଆହତଙ୍କ ପରିବାର ଲୋକେ ମେଳା ଆୟୋଜନରେ ରହିଥିବା ବିଭିନ୍ନ ତ୍ରୁଟିକୁ ଦାୟୀ କରିଛନ୍ତି।

ଆହୁରି ପଢ଼ନ୍ତୁ: Dubai: ଦୁବାଇରେ ବସ୍‌ ଦୁର୍ଘଟଣା: ୬ ଭାରତୀୟଙ୍କ ସମେତ ୮ ମୃତ ସେମାନଙ୍କ କହିବା ଅନୁଯାୟୀ, ମେଳା ସମ୍ପର୍କରେ ବ୍ୟାପକ ପ୍ରଚାର ପ୍ରସାର କରାଯାଇଥିଲେ ମଧ୍ୟ ଏତେ ବଡ଼ ଜନସମାଗମକୁ ଦୃଷ୍ଟିରେ ରଖି ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥା ଓ ଆମ୍ବୁଲାନ୍ସ ସେବା ପର୍ଯ୍ୟାପ୍ତ ଭାବେ ଉପଲବ୍ଧ ନଥିଲା।

ଦୁର୍ଘଟଣା ପରେ ଆହତମାନଙ୍କୁ ହସ୍ପିଟାଲ ନେବା ପାଇଁ ଦୀର୍ଘ ସମୟ ଧରି ଆମ୍ବୁଲାନ୍ସ ଅପେକ୍ଷା କରିବାକୁ ପଡ଼ିଥିଲା।

ଶେଷରେ ବାଧ୍ୟ ହୋଇ ପରିବାର ଲୋକେ ନିଜସ୍ୱ ଉଦ୍ୟମରେ ଭଡ଼ା ଗାଡ଼ି ବ୍ୟବସ୍ଥା କରି ଆହତମାନଙ୍କୁ ପାରଳାଖେମୁଣ୍ଡି ଆଣି ଚିକିତ୍ସା କରାଇଥିବା ସେମାନେ ଅଭିଯୋଗ କରିଛନ୍ତି।

"