Accident: ମଧ୍ୟପ୍ରଦେଶରେ ଟ୍ରକ୍କୁ ପଛରୁ ପିିଟିଲା ଏସ୍ୟୁଭି, ୫ ମୃତ
ଭୋପାଳ: ମଧ୍ୟପ୍ରଦେଶର ମୈହର ଜିଲ୍ଲାରେ ସୋମବାର ବିଳମ୍ବିତ ରାତିରେ ଘଟିଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଏକ ଏସ୍ୟୁଭି ଗାଡ଼ି ରାତି ଗୋଟାଏ ବେଳେ ଏକ ଜନ୍ମଦିନ ପାର୍ଟିରୁ ଫେରୁଥିବା ବେଳେ ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକ୍କୁ ପଛପଟୁ ପିଟି ଦେବାରୁ ଏହି ଦୁର୍ଘଟଣା ଘଟିଥିଲା। ଧକ୍କା ଏତେ ପ୍ରବଳ ଥିଲା ଯେ ଗାଡ଼ିର ସାମ୍ନା ଅଂଶ ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଥିଲା ଏବଂ ଯାତ୍ରୀମାନେ ଭିତରେ ଫସି ରହିଥିଲେ।
ପୁଲିସ ସୂଚନା ଅନୁସାରେ, ଦୁର୍ଘଟଣାଟି ମୈହର ଜିଲ୍ଲାର ଜାତୀୟ ରାଜପଥରେ ରିଗ୍ରା ଗ୍ରାମ ନିକଟରେ ଘଟିଥିଲା। ଏସ୍ୟୁଭିରେ ମୋଟ ୬ ଜଣ ଯାତ୍ରା କରୁଥିଲେ। ଗାଡ଼ିଟି ଦ୍ରୁତ ଗତିରେ ଯାଉଥିବା ବେଳେ ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଓ ଉଦ୍ଧାରକାରୀ ଦଳ ତୁରନ୍ତ ସେଠାରେ ପହଞ୍ଚି ଗାଡ଼ି ଭିତରେ ଫସିଥିବା ଯାତ୍ରୀମାନଙ୍କୁ ବାହାର କରିଥିଲେ। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ଡାକ୍ତରମାନେ ୫ ଜଣଙ୍କୁ ମୃତ ଘୋଷଣା କରିଥିବାବେଳେ ଜଣେ ଗୁରୁତର ଆହତଙ୍କ ଚିକିତ୍ସା ଚାଲିଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଇଛି।
Gas leaks: ତାମିଲନାଡ଼ୁ ଗ୍ୟାସ ଦୁର୍ଘଟଣାରୁ ବର୍ତ୍ତିଗଲେ ଗୁହିଆଶାଳର ଜୁଆଙ୍ଗ ଯୁବତୀ
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଦ୍ରୁତ ଗତି ଓ ଅସାବଧାନତା ଯୋଗୁଁ ଏହି ଦୁର୍ଘଟଣା ଘଟିଥାଇପାରେ। ତେବେ ଟ୍ରକ୍ଟି ରାସ୍ତା କଡ଼ରେ କାହିଁକି ଠିଆ ହୋଇଥିଲା ଏବଂ ତାହାର ପଛପଟେ ସୁରକ୍ଷା ସଙ୍କେତ ଦିଆଯାଇଥିଲା କି ନାହିଁ, ସେନେଇ ମଧ୍ୟ ପୁଲିସ ତଦନ୍ତ କରୁଛି। ପୁଲିସ ମୃତକମାନଙ୍କ ପରିଚୟ ସୁନିଶ୍ଚିତ କରିବା ସହ ସେମାନଙ୍କ ପରିବାରକୁ ଖବର ଦେଇଛି। ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।