Accident: ପିପଲିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଷଣ୍ଢ ଓ ବରିଷ୍ଠ ନାଗରିକଙ୍କୁ ପିଟିଲା ଥାର୍, ଉଭୟଙ୍କର ଚାଲିଗଲା ଜୀବନ
"ପିପିଲି: ଆଜି ଭୋର୍ ୪ଟା ସମୟରେ ପିପିଲିଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।
ପୁରୀରୁ ଭୁବନେଶ୍ବର ଅଭିମୁଖେ ଆସୁଥିବା ଏକ ଥାର୍ ଗାଡ଼ି ପ୍ରଥମେ ଗୁଡ଼ିଆ ପୋଖରୀ ନିକଟରେ ଏକ ଷଣ୍ଢ ଉପରେ ଚଢ଼ିଯାଇଥିଲା।
ଫଳରେ ଘଟଣାସ୍ଥଳରେ ଷଣ୍ଢର ମୃତ୍ୟୁ ଘଟିଥିଲା।
ଏହାପରେ ଦ୍ରୁତ ଗତିରେ ଆସୁଥିବା ଥାର୍ ଗାଡ଼ିଟି ଭାରସାମ୍ୟ ହରାଇ ପିପଲି ଟୋଲ୍ ପ୍ଲାଜା ନିକଟରେ ବାଇକ୍ରେ ଯାଉଥିବା ଜଣେ ବରିଷ୍ଠ ନାଗରିକଙ୍କୁ ଧକ୍କା ଦେଇଥିଲା।
ସେ ବି ବାଇକ୍ ରୁ ଖସିପଡ଼ି ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ।Advertisment ଘଟଣାସ୍ଥଳରୁ ଦୁଇ ଗାଡ଼ି ଜବତ ମୃତ ବରିଷ୍ଠ ନାଗରିକଙ୍କ ନାମ ଅଶୋକ କୁମାର ଦାସ(୬୪)।
ତାଙ୍କ ଘର ଯାଜପୁର ଜିଲ୍ଲାରେ, ହେଲେ ସେ ସପରିବାର ନିକଟସ୍ଥ ହାଇଟେକ୍ ଏଭେନ୍ ଆପାର୍ଟମେଣ୍ଟରେ ରହୁଛନ୍ତି।
ସେ ଭୋର୍ ସମୟରେ ଫୁଲ ତୋଳିବାକୁ ବାହାରିଥିଲେ।
ପିପିଲି ପୁଲିସ୍ ଖବର ପାଇ ଘଟଣାସ୍ଥଳରୁ ଦୁଇ ଗାଡ଼ିକୁ ଜବତ କରିବା ସହ ଥର୍ ଗାଡ଼ିରେ ଥିବା ଜଣେ ଗୁରୁତର ଯୁବକଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି।
ତେଣେ ମୃତ ଅଶୋକ କୁମାର ଦାସଙ୍କ ମୃତଦେହକୁ ପୁଲିସ ଶବ ବ୍ୟବଚ୍ଛେଦ ଲାଗି ପଠାଇଛି।
ଦୁର୍ଘଟଣାକୁ ନେଇ ପୁଲିସ୍ ଅଧିକ ତଦନ୍ତ କରୁଛି।
ରିପୋର୍ଟ: ରାଜ କିଶୋର ସ୍ବାଇଁ High Court: ହାଇକୋର୍ଟରେ ୪ ବିଚାରପତି ପାଇଁ ସୁପାରିସ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
