Accident: ଖାଲି ହାଇୱାକୁ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଲା କୋଇଲା ବୋଝେଇ ଗାଡ଼ି, ୨ ଚାଳକ ଗୁରୁତର

Oct 24, 2026 - 09:31
Accident: ଖାଲି ହାଇୱାକୁ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଲା କୋଇଲା ବୋଝେଇ ଗାଡ଼ି, ୨ ଚାଳକ ଗୁରୁତର

ଛେଣ୍ଡିପଦା: ଅନୁଗୋଳ - ଛେଣ୍ଡିପଦା ୬୩ ନମ୍ବର ରାଜ୍ୟ ରାଜପଥରେ କଙ୍କରେଇ ନାଳ ନିକଟରେ ଦୁଇ ହାଇୱା ମୁହାଁମୁହିଁ ଧକ୍କା ରେ ଦୁଇ ଗାଡ଼ି ଚୁରମାର ହୋଇଥିବା ବେଳେ ଦୁଇ ଚାଳକ ଗୁରୁତର ଆହତ ହୋଇଛନ୍ତି।

ବିଳମ୍ବିତ ରାତିରେ କୋଇଲା ବୋଝେଇ ହାଇୱା ରାଇଝରଣ ଆଡୁ ଅନୁଗୋଳ ଆଡକୁ ଯାଉଥିଲା।

ବିପରୀତ ଆଡୁ ଅସୁଥିବା ଖାଲି ହାଇୱା ସହିତ କଙ୍କରେଇ ନାଳ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା।

ଧକ୍କାରେ କୋଇଲା ବୋଝେଇ ଗାଡ଼ି ଖାଲି ହାଇୱାକୁ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିବା ବେଳେ ଦୁଇଗାଡ଼ି ଚୁରମାର ହୋଇଛି।

ଦୁଇ ଗାଡିର ଚାଳକ ଗୁରୁତର ଆହତ ହୋଇଛନ୍ତି।

ସେମାନଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Advertisment ଅନେକ ସମୟରେ ଦୁର୍ଘଟଣା ଘଟୁଛି ନିଶା ପୁଲିସ ପହଞ୍ଚି ଦୁଇଗାଡ଼ିକୁ ଜବତ କରି ତଦନ୍ତ ଚଲେଇଛି।

ରାସ୍ତାରେ ନୋଏଣ୍ଟ୍ରି ନିୟମ ଯୋଗୁଁ ରାତି ୧୨ ଟାରୁ ସକାଳ ୫ ଟା ମଧ୍ୟରେ କୋଇଲା ଗାଡ଼ିକୁ ଯିବାକୁ ପଡୁଛି।

ଛେଣ୍ଡିପଦାରୁ ଅନୁଗୋଳ ଜାତୀୟ ରାଜପଥକୁ ପହଞ୍ଚିବାକୁ ଚାଳକଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଚାଲୁଛି।

ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟୁଛି।

ଗତ ୪୦ଦିନରେ ଏହି ରାସ୍ତାରେ ୧୪ଟି କୋଇଲା ଟ୍ରକ୍ ଦୁର୍ଘଟଣା ୧୫ରୁ ଅଧିକ ଗାଈଗୋରୁ ମୃତ୍ୟୁ ଅନେକ ଆହତ ହୋଇଥିବା ସୂଚନା ରହିଛି।

Cyclone: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା, ଜାଣନ୍ତୁ ଓଡ଼ିଶା ଉପରେ କି ପ୍ରଭାବ ପଡ଼ିପାରେ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)