Accident: କେନ୍ଦୁଝରରୁ ଭଦ୍ରକ ଯାଉଥିବାବେଳେ ଗଛକୁ ଧକ୍କା ଦେଲା ବସ

Jul 04, 2026 - 09:15
Accident: କେନ୍ଦୁଝରରୁ ଭଦ୍ରକ ଯାଉଥିବାବେଳେ ଗଛକୁ ଧକ୍କା ଦେଲା ବସ

ଘସିପୁରା: କେନ୍ଦୁଝରରୁ ଭଦ୍ରକ ଯାଉଥିବାବେଳେ ଗଛକୁ ଧକ୍କା ଦେଲା ବସ | କେନ୍ଦୁଝର ଜିଲ୍ଲା ଘସିପୁରା ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି | କେନ୍ଦୁଝରଠାରୁ ପାଣିକୋଇଲି ଓ ଭଦ୍ରକ ଅଭିମୁଖେ ସାଇରେନ୍ଦ୍ରି ନାମକ ଘରୋଇ ବସଟି ଯାଉଥିବାବେଳେ ଘସିପୁରା ଥାନା ଅନ୍ତର୍ଗତ ଭାରତ ପେଟ୍ରୋଲ ପମ୍ପ ସାମ୍ନାରେ ଦୁର୍ଘଟଣାଗ୍ରସ୍ତ ହୋଇଛି | ଏହି ଦୁର୍ଘଟଣା ଯୋଗୁଁ ସାତ ଜଣ ଯାତ୍ରୀ ଆହତ ହୋଇଛନ୍ତି l ସେମାନଙ୍କୁ ଉଦ୍ଧାର କରାଯାଇ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯାଉଛି |