Accident: କୁଶଭଦ୍ରାରେ ବୁଡ଼ିଗଲେ ଛାତ୍ର: ୩ଜଣଙ୍କୁ ସୁଅ ମୁହଁରୁ ଟାଣିଆଣିଲେ, ସ୍କୁଲ୍‌ ନ ଯାଇ ଭୋଜି କରିବା କାଳ ହେଲା

Sep 01, 2026 - 04:38
Accident: କୁଶଭଦ୍ରାରେ ବୁଡ଼ିଗଲେ ଛାତ୍ର: ୩ଜଣଙ୍କୁ ସୁଅ ମୁହଁରୁ ଟାଣିଆଣିଲେ, ସ୍କୁଲ୍‌ ନ ଯାଇ ଭୋଜି କରିବା କାଳ ହେଲା

"ବାଲିଅନ୍ତା ବଜାର: ସୋମବାର ଅପରାହ୍ଣରେ କୁଶଭଦ୍ରା ନଦୀ ରାମଚନ୍ଦ୍ରପୁର ପଠାରେ ଘଟିଛି ଏକ ଅଭାବନୀୟ ଘଟଣା।

ଭରା ନଈର ପ୍ରଖର ସୁଅରେ ଭାସି ବୁଡ଼ିଯିବାରୁ ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି।

ମୃତ ଛାତ୍ରଜଣକ ହେଲେ ଭିଙ୍ଗାରପୁର ବକ୍ରେଶ୍ବର ହାଇସ୍କୁଲ୍‌ରେ ପଢ଼ୁଥିବା ସ୍ଥାନୀୟ ଜିତିକାର ସୁଆଁଲୋ କାଣ୍ଡିସାହିର ସନ୍ତୋଷ କାଣ୍ଡିଙ୍କ ପୁଅ ସୌମ୍ୟରଞ୍ଜନ(୧୫)।

ବଡ଼ କଥା ହେଉଛି, ସୌମ୍ୟଙ୍କ ସହ ଅନ୍ୟ ତିନିଜଣ ନାବାଳକ ବି ଭାସିଯାଉଥିଲେ, କିନ୍ତୁ ନଦୀପଠାରେ ଗାଈ ଚରାଉଥିବା ଜଣେ ଗୋପାଳକ ଓ ଗାଧୋଇବାକୁ ଆସିଥିବା କିଛି ମହିଳା ସାହସ ଜୁଟାଇ ସୁଅ ମୁହଁରୁ ୩ ଜଣଙ୍କୁ ଟାଣିଆଣିବାରେ ସକ୍ଷମ ହୋଇଛନ୍ତି।

ଫଳରେ ତିନି ତିନିଟି ଜୀବନ ରକ୍ଷା ହୋଇଯାଇଛି।

ସେମାନେ ସୌମ୍ୟଙ୍କୁ ମଧ୍ୟ ଉଦ୍ଧାର କରିବାରେ ସଫଳ ହୋଇଥିଲେ।

କିନ୍ତୁ ଡାକ୍ତରଖାନା ଯିବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଛି।

Advertisment Droupadi Murmu: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ଗଞ୍ଜାମର ୯୧ ଜଣ କଳାକାର ଖବର ଅନୁସାରେ ସ୍କୁଲ୍‌କୁ ଯିବା ପାଇଁ ସୌମ୍ୟ ଆଜି ସକାଳ ସାଢ଼େ ୯ଟାରେ ଘରୁ ବାହାରିଥିଲେ।

କିନ୍ତୁ ସ୍କୁଲ୍‌କୁ ନଯାଇ ସେ ଅନ୍ୟ ତିନିଜଣ ସାଙ୍ଗଙ୍କ ସହ ମିଶି ଭୋଜିଭାତ କରିଥିଲେ।

ଅପରାହ୍ଣ ପ୍ରାୟ ସାଢ଼େ ଗୋଟାଏରେ ସେମାନଙ୍କ ସରିଥିଲା।

ଖାଇସାରିବା ପରେ ସେମାନେ ବାସନକୁସନ ଧୋଇବା ପାଇଁ କୁଶଭଦ୍ରା ନଦୀକୁ ଯାଇଥିଲେ।

ରାମଚନ୍ଦ୍ରପୁର ପଠାସ୍ଥିତ ଗାଧୁଆ ତୁଠରେ ବାସନକୁସନ ଧୋଇସାରି ସେମାନେ ଗାଧୋଇବା ପାଇଁ ମନବଳାଇ ନଦୀ ଭିତରକୁ ପଶିଥିଲେ।

ସେହି ତୁଠ ସହ ଅଭ୍ୟସ୍ତ ନଥିବା ପିଲାମାନେ ସେଠାରେ ପାଣି ସୁଅର ପ୍ରଖରତା ଜାଣିପାରି ନଥିଲେ।

ତେଣୁ ପ୍ରଖର ସୁଅ ସେମାନଙ୍କୁ ନଦୀ ଭିତରକୁ ଟାଣି ନେଇଥିଲା।

୪ ସାଙ୍ଗ ଭାସିଯାଉଥିବା ବେଳେ ନିକଟରେ ଗାଧୋଉଥିବା କିଛି ମହିଳାଙ୍କ ନଜର ପଡ଼ିଥିଲା।

ସେମାନେ "ବୁଡ଼ିଗଲେ, ବୁଡ଼ିଗଲେ" ବୋଲି ଚିତ୍କାର କରି ଆଖାପାଖର ଲୋକଙ୍କୁ ଡାକ ପକାଇଥିଲେ।

ସେମାନଙ୍କ ଚିତ୍କାର ଶୁଣି ନଦୀପଠାରେ ଗାଈ ଚରାଉଥିବା ଜଣେ ଗୋପାଳକ ଧାଇଁ ଆସିଥିଲେ ଏବଂ ନଦୀକୁ ଡେଇଁପଡ଼ିଥିଲେ।

ମହିଳାମାନଙ୍କ ସହାୟତାରେ ଗୋପାଳକଜଣକ ଜଣ ଜଣକରି ୩ଜଣଙ୍କୁ ପାଣିସୁଅରୁ ଭିଡ଼ି ଆଣିବାରେ ସଫଳ ହୋଇଥିଲେ।

କିନ୍ତୁ ସେତେବେଳକୁ ସୌମ୍ୟ ପାଣିରେ ବୁଡ଼ିଯାଇଥିଲେ।

Climate change: ବିଧାୟକ ସନାତନ ବିଜୁଳିଙ୍କ ଉପସ୍ଥିତିରେ ୫୦୦ରୁ ଊର୍ଦ୍ଧ୍ୱ ଚାରା ରୋପଣ ଓ ବଣ୍ଟନ ତଥାପି ଗୋପାଳକଜଣକ ସାହସର ସହ ପାଣି ସୁଅରେ ଖୋଜିଖୋଜି ତାଙ୍କୁ ପାଇଥିଲେ ଏବଂ ସଂଜ୍ଞାହୀନ ଅବସ୍ଥାରେ ତାଙ୍କୁ ପାଣି ଉପରକୁ ନେଇ ଆସିଥିଲେ।

ସେତେବେଳକୁ ନଦୀପଠାରେ ଅନେକ ସ୍ଥାନୀୟ ଲୋକ ଜମା ହୋଇସାରିଥିଲେ।

ସେମାନେ କାଳବିଳମ୍ବ ନକରି ସୌମ୍ୟଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲକୁ ନେଇଯାଇଥିଲେ।

କିନ୍ତୁ ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର ତୁରନ୍ତ ସୌମ୍ୟଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଦେଇଥିଲେ।

କ୍ୟାପିଟାଲ ହସ୍ପିଟାଲ୍‌ରେ ପହଞ୍ଚିବା ବେଳକୁ ସବୁ ସରିଯାଇଥିଲା।

ଡାକ୍ତର ସୌମ୍ୟଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ବାଲିଅନ୍ତା ଥାନା ପୁଲିସ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲା।

ସେହିଭଳି ମୃତ ସୌମ୍ୟଙ୍କ ବାପାମାଆ ଓ ଆତ୍ମୀୟମାନେ ପହଞ୍ଚିଥିଲେ।

ପରିବାର ଲୋକଙ୍କ କାନ୍ଦବୋବାଳିରେ ବ୍ୟବଚ୍ଛେଦ କକ୍ଷ ନିକଟ ଅଞ୍ଚଳ ଫାଟି ପଡ଼ିଥିଲା।

ଆଜି ବ୍ୟବଚ୍ଛେଦ ହୋଇ ନପାରିବାରୁ ମୃତଦେହକୁ ମର୍ଗରେ ରଖାଯାଇଛି ଏବଂ ଆସନ୍ତାକାଲି ବ୍ୟବଚ୍ଛେଦ କରାଇ ପୁଲିସ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିବ ବୋଲି ସୂଚନା ମିଳିଛି।

ପଢ଼ିବା ପାଇଁ ସ୍କୁଲ୍‌ ଯିବାକୁ ଘରୁ ବାହାରିଥିବା ପିଲା ବାଟରେ ଏମିତି ଅଘଟଣର ଶିକାର ହେବା ଘଟଣା ଆଜି ସ୍ଥାନୀୟ ଅଞ୍ଚଳରେ ଗଭୀର ଆଲୋଡନ ସୃଷ୍ଟି କରିଛି।

ସୌମ୍ୟଙ୍କ ମୃତ୍ୟୁ ଭିଙ୍ଗାରପୁରରେ ଶୋକର ଛାୟା ଖେଳାଇଦେଇଛି।

ତେବେ ତିନି ତିନିଟି ପିଲାଙ୍କୁ ନିଶ୍ଚିତ ମୃତ୍ୟୁ ମୁଖରୁ ଭିଡ଼ି ଆଣିଥିବା ଗୋପାଳକ ଓ ମହିଳାମାନଙ୍କୁ ଲୋକେ ବହୁ ପ୍ରଶଂସା କରିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)