Accident: କତରକେଲାରେ ମୁଖ୍ୟମନ୍ତ୍ରୀ ବସ୍ ଦୁର୍ଘଟଣା
"ଜମନକିରା: ଫାଶୀମାଲ - ଲାଡ ରାସ୍ତାର କତରକେଲା ବଜାର ଛକ ନିକଟରେ ପୂର୍ବାହ୍ନ ୧୦ଟା ୩୦ରେ ଏକ "ମୁଖ୍ୟମନ୍ତ୍ରୀ ବସ୍" ଦୁର୍ଘଟଣାଗ୍ରସ୍ତ ହୋଇଛି।
ଏହି ବସଟି ଜମନକିରାରୁ ଫାଶୀମାଲ, ଗୁଣ୍ଡୁରୁଚୁଆଁ ଦେଇ ଧୁଡ଼ିପାଲି ଯାଉଥିଲା।
ସ୍ଥାନୀୟ ବାସିନ୍ଦା କିଶୋର ପଟେଲ୍ ଙ୍କ ଘର ସମ୍ମୁଖରେ ହଠାତ୍ ବସ୍ ଟି ଭାରସାମ୍ୟ ହରାଇ ବାମ ପାର୍ଶ୍ଵ ଏକ ଆମ୍ବ ଗଛକୁ ବାଡ଼େଇ ହୋଇଥିଲା।
ବସଟି ଚାଲୁଥିବା ସମୟରେ ଚାଳକ ବୋତଲରେ ପାଣି ପିଇବାରୁ ବାମ ପାର୍ଶ୍ଵକୁ ଚାଲିଯିବା ସହ ହଠାତ୍ ଦ୍ରୁତ ଗତିରେ ଯାଇ ଆମ୍ବ ଗଛକୁ ବାଡ଼େଇ ହୋଇଥିଲା।Advertisment ଦୁର୍ଘଟଣା ସମୟରେ ବସରେ ସମୁଦାୟ ୨୦/୨୫ ଜଣ ଯାତ୍ରୀ ଥିଲେ ଦୁର୍ଘଟଣା ସମୟରେ ବସ୍ ସମୁଦାୟ ୨୦/୨୫ ଜଣ ଯାତ୍ରୀ ଥିଲେ।
ବସର ଚାଳକ ନରେଶ ଦେହୁରୀ,କଣ୍ଡକ୍ଟର ସମୀର ବେହେରା ଓ ଧୁଡ଼ିପାଲି ଗାଁର ଅନ୍ୟ ଜଣେ ଯାତ୍ରୀ ଭବାନୀ ଶଙ୍କର୍ ଷଣ୍ଢ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଯାତ୍ରୀମାନେ ସାମାନ୍ୟ ଆହତ ହୋଇଛନ୍ତି।
କିଛି ଦିନ ତଳେ କିଡନୀ ରୋଗରେ ପୀଡିତ ଭବାନୀ ବୁର୍ଲା ଡ଼ାକ୍ତରଖାନାରୁ ଚିକିତ୍ସା ହୋଇ ଫେରିଥିଲେ।
ଆଜି ବସ୍ ଦୁର୍ଘଟଣାରେ ତାଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିବା ଜଣାପଡ଼ିଛି।
ବସ୍ ଚାଳକ ନରେଶ ଦେହୁରୀଙ୍କ ଛାତି ଓ ମୁଣ୍ଡରେ ଆଘାତ ଲାଗିଛି।
କଣ୍ଡକ୍ଟର ସମୀର ବେହେରା ମଧ୍ୟ ଆହତ ହୋଇଛନ୍ତି।
କୁଚିଣ୍ଡା ଥାନା ଆଇଆଇସି ରାଧାକାନ୍ତ ବାରିକଙ୍କ ନେତୃତ୍ୱରେ ପୁଲିସ୍ ଟିମ୍ ଘଟଣା ସ୍ଥଳକୁ ପହଂଚି ଦୁର୍ଘଟଣାର ବିଭିନ୍ନ ଦିଗ ପଚାରି ତଦନ୍ତ କରିଛନ୍ତି।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଗୁରୁତରଙ୍କୁ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ କୁଚିଣ୍ଡା ଡ଼ାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଉଛି।
ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।
ଆହୁରି ପଢ଼ନ୍ତୁ:Awareness Camp: ଅନାଥାଶ୍ରମରେ ବିଶ୍ୱ ପରିବେଶ ଦିବସରେ ସଚେତନତା ଶିବିର ଆହୁରି ଦେଖନ୍ତୁ...
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।