ABVP Submits Memorandum ଭଦ୍ରକ କଲେଜର ବିଭିନ୍ନ ସମସ୍ୟା ସମାଧାନ ଦାବିରେ ଏବିଭିପି ପକ୍ଷରୁ ସ୍ମାରକପତ୍ର

Sep 02, 2026 - 18:38
ABVP Submits Memorandum ଭଦ୍ରକ କଲେଜର ବିଭିନ୍ନ ସମସ୍ୟା ସମାଧାନ ଦାବିରେ ଏବିଭିପି ପକ୍ଷରୁ ସ୍ମାରକପତ୍ର

"ଭଦ୍ରକ: ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ବିଭିନ୍ନ ଅସମାପ୍ତ ନିର୍ମାଣ କାର୍ଯ୍ୟ ଏବଂ ଛାତ୍ରସଂସଦ ନିର୍ବାଚନ କରାଇବାକୁ ଦାବି କରି ଆଜି (ବୁଧବାର) ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଜିଲ୍ଲା ନିର୍ବାହୀ ଯନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

Advertisment ABVP meet ଶିକ୍ଷାଗତ ବିକୃତି ଏବଂ ସହରୀୟ ନକ୍ସଲବାଦ ବିରୋଧରେ ଲଢ଼ିବ ଏବିଭିପି ଉକ୍ତ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି, କଲେଜରେ ଗଣତାନ୍ତ୍ରିକ ପରମ୍ପରା ବଜାୟ ରଖିବା ପାଇଁ ଶୀଘ୍ର ଛାତ୍ରସଂସଦ ନିର୍ବାଚନ ତାରିଖ ଘୋଷଣା କରାଯାଉ।

ଏହା ସହିତ କଲେଜ ପରିସରର ଜରୁରୀ ସମସ୍ୟାଗୁଡ଼ିକର ସମାଧାନ କରାଯାଉ ଯେପରି, କଲେଜ ଫାଟକରୁ କ୍ୟାଣ୍ଟିନ୍ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାମ ଶୀଘ୍ର ଆରମ୍ଭ କରିବା, ଆମ୍ବେଦକର ତଥା ପଶ୍ଚିମ ହଷ୍ଟେଲ ରାସ୍ତାର ଅସ୍ଥାୟୀ ସମାଧାନ କରିବା, କଲେଜ କ୍ୟାଣ୍ଟିନ୍ ପାଖରେ ପାଚେରୀ କାମ ଶେଷ କରିବା ଏବଂ କନିକା ହଷ୍ଟେଲ ତଥା ସେଣ୍ଟ୍ରାଲ୍ ହଷ୍ଟେଲର ଅଧାପନ୍ତରିଆ ମରାମତି କାମକୁ ତୁରନ୍ତ ସାରିବା।

ABVP Conference: ଭଦ୍ରକ ମାଟି ଐତିହାସିକ ବଳିଦାନ, ଦେଶଭକ୍ତିର ପ୍ରତୀକ: ମନ୍ତ୍ରୀ ସରକାର ଅନୁଦାନ ଦେଉଥିବା ସତ୍ତ୍ବେ ଭଦ୍ରକ କଲେଜର ରାସ୍ତା, ଗେଟ୍ ଓ ପାଚେରୀ ତିଆରି ପାଇଁ ପୂର୍ତ୍ତ ବିଭାଗ କାର୍ଯ୍ୟ ଆରମ୍ଭ କରୁ ନ‌ାହିଁ।

ତୁରନ୍ତ କାର୍ଯ୍ୟ ଆରମ୍ଭ ନହେଲେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି।

ଏହି ଅବସରରେ ଏବିଭିପିର ଜିଲ୍ଲା ସଂଯୋଜକ ଓମକାର ମହାନ୍ତି, ପ୍ରାନ୍ତ ଏସ୍‌ଏଫ୍‌ଡି ସହ-ସଂଯୋଜକ ଗୌରାଙ୍ଗ ବଳ, ଭଦ୍ରକ ନଗର ସହ-ସମ୍ପାଦକ ଶୁଭମ୍ ପାଢ଼ୀ, କ୍ୟାମ୍ପସ ୟୁନିଟ୍ ସଭାପତି ପ୍ରଜ୍ଞାନ ସାହୁ, ସମ୍ପାଦକ ଦିବ୍ୟରଞ୍ଜନ ଦାସ, ପ୍ରିୟବ୍ରତ ସାହୁ, ପ୍ରିୟଙ୍କା  ଦାସ, ଶୁଭସ୍ମିତା ଦାସ, ମହେଶ ପ୍ରଧାନ ପ୍ରମୁଖ କାର୍ଯ୍ୟକର୍ତ୍ତା ଏବଂ ବହୁ ଛାତ୍ରଛାତ୍ରୀ ସଦସ୍ୟ ଉପସ୍ଥିତ ଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)