Abhishek's century: ୩୦ ବଲ୍‌ରୁ ଅଭିଷେକଙ୍କ ଶତକ, ଭାରତ ୩-୦

Sep 18, 2026 - 04:46
Abhishek's century: ୩୦ ବଲ୍‌ରୁ ଅଭିଷେକଙ୍କ ଶତକ, ଭାରତ ୩-୦

"ନୂଆଦିଲ୍ଲୀ: ଅଭିଷେକ ଶର୍ମାଙ୍କ ଧୂଆଁଧାର ଶତକ ବଲ୍‌ରେ ଭାରତୀୟ ଦଳ ଆଫଗାନିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୩-୦ରେ ମୂଳପୋଛ ଭାବେ ଜିତିନେଇଛି।

ଗୁରୁବାର ଖେଳାଯାଇଥିବା ତୃତୀୟ ତଥା ଶେଷ ମ୍ୟାଚ୍‌ରେ ଶ୍ରେୟସ ଆୟରଙ୍କ ଦଳ ୧୨୭ ରନ୍‌ର ବଡ଼ ବିଜୟ ସହ ଏହି ଗୌରବ ଅର୍ଜନ କରିଛି।

ଆଫଗାନିସ୍ତାନ ଟସ୍‌ ଜିତି ପ୍ରଥମେ ‌କ୍ଷେତ୍ରରକ୍ଷଣ କରିଥିଲା।

ଭାରତ ପାଳିକୁ ପ୍ରଥମରୁ ହିଁ ଗତିଶୀଳ ରଖିଥିଲେ ଅଭିଷେକ ଶର୍ମା ଓ ସଂଜୁ ସାମସନ୍‌।

ପ୍ରଥମ ଓଭରରୁ ମାତ୍ର ୫ ରନ୍‌ ଆଦାୟ କରିଥିଲେ ମଧ୍ୟ ପାୱାର ପ୍ଲେ" ୬ ଓଭର ସୁଦ୍ଧା ଭାରତ କୌଣସି ୱିକେଟ୍‌ ନହରାଇ ଠିକ୍‌ ୧୦୦ ରନ୍‌ ପୂର୍ଣ୍ଣ କରିଥିଲା।

ଅଭିଷେକ ୧୬ ବଲ୍‌ରୁ ୫୦ ଏବଂ ୩୦ ବଲ୍‌ରୁ ଶତକ ପୂର୍ଣ୍ଣ କରିଥିଲେ।Advertisment Dcp Meena's job: ମୀନାଙ୍କ ଚାକିରିରେ ପୂର୍ଣ୍ଣଚ୍ଛେଦ: ଇସ୍ତଫା ଗ୍ରହଣ କଲେ ରାଷ୍ଟ୍ରପତି ତଥାପି ଦ୍ରୁତତମ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ଶତକ ହାସଲରୁ ବଞ୍ଚିତ ହୋଇଥିଲେ।

ଭାରତୀୟଙ୍କ ମଧ୍ୟରେ କିନ୍ତୁ ରୋହିତ ଶର୍ମାଙ୍କ ୩୫ ବଲ୍‌ ଶତକକୁ ଅତିକ୍ରମ କରିଯାଇଥି‌ଲେ।

ଅଭିଷେକ-ସଂଜୁ ପ୍ରଥମ ୱିକେଟ୍‌ ପାଇଁ ୯.୫ ଓଭରରେ ୧୪୨ ରନ୍‌ ଉଠାଇଥିଲେ।

ସଂଜୁ ଅର୍ଦ୍ଧଶତକ (୩୫ ବଲ୍‌ରୁ ୫୦) ହାସଲ କରିଥିଲେ।

ଅଭିଷେକ ୩୪ ବଲ୍‌ରୁ ୧୦୮ ରନ୍‌ କରିଥିଲେ।

ଏହା ପରେ ରନ୍‌ ଗତିକୁ ବଜାୟ ରଖିବା ଚକ୍କରରେ ତିଳକ ବର୍ମା, ଶ୍ରେୟସ ଆୟର, ଈଶାନ କିଶନ ରନ୍‌ ଆଉଟ୍‌ ହୋଇଯାଇଥିଲେ।

ତଥାପି ଭାରତ ୨୨୧ ରନ୍‌ ସଂଗ୍ରହ କରି ନେଇଥିଲା।

ଶେଷକୁ ନୀତୀଶ କୁମାର ରେଡ୍ଡୀ ଓ ରବି ବି‌ଷ୍ଣୋଇ ୩-୩ ୱିକେଟ୍‌ ଅକ୍ତିଆର କରି ଆଫଗାନିସ୍ତାନକୁ ୯୪ ରନ୍‌ରେ ଅଲ୍‌ଆଉଟ୍‌ କରି ଦେଇଥିଲେ।

ମହାରାଷ୍ଟ୍ର ଚାଲାଣ ହୋଇଥାନ୍ତେ: ହୋଟେଲ୍‌ ମାଲିକ ବାପପୁଅଙ୍କ ବ୍ୟାଙ୍କ ଆକାଉଣ୍ଟ ଓ କଲ୍‌ ରେକର୍ଡ ଯାଞ୍ଚ ସଂକ୍ଷିପ୍ତ ସ୍କୋର: ଭାରତ ୨୦ ଓଭରରେ-୨୨୧/୭ (ଅଭିଷେକ ଶର୍ମା-୧୦୮, ସଂଜୁ ସାମସନ୍‌-୫୦, ଶ୍ରେୟସ ଆୟର-୨୯, ଆଜମାତୁଲ୍ଲା ଓମାରଜାଇ-୨/୨୭)।

ଆଫଗାନିସ୍ତାନ ୧୪.୧ ଓଭରରେ-୯୪/୧୦ (ଇବ୍ରାହିମ୍‌ ଜଦ୍ରାନ-୨୫, ନୀତୀଶ କୁମାର ରେଡ୍ଡୀ-୩/୨୦, ରବି ବିଷ୍ଣୋଇ-୩/୨୬, ଅକ୍ଷର ପଟେଲ୍‌-୨/୯, ଯଶପ୍ରୀତ୍‌ ବୁମରା-୧/୧୬, ୟଶ ଠାକୁର-୧/୧୭)।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)