Brush: ୪୮ହଜାର ଟଙ୍କିଆ ବ୍ରସ୍

Sep 18, 2026 - 04:30
Brush: ୪୮ହଜାର ଟଙ୍କିଆ ବ୍ରସ୍

"ସାଧାରଣ ଟୁଥ୍‌ବ୍ରସ୍‌ ହେଉ କି ଇଲେକ୍ଟ୍ରିକ୍‌ ବ୍ରସ୍‌, ଉଦ୍ଦେଶ୍ୟ ଗୋଟିଏ- ଦାନ୍ତକୁ ସଫା ଓ ସୁସ୍ଥ ରଖିବା।

ହେଲେ ଟେକ୍ନୋଲୋଜିର ଦ୍ରୁତ ବିକାଶ ସହ ଏହି ସାଧାରଣ କାମ ମଧ୍ୟ ଏବେ "ସ୍ମାର୍ଟ" ହୋଇଯାଇଛି।

ଲୋକପ୍ରିୟ ଟେକ୍‌ କମ୍ପାନି ଡାଇସନ୍‌ ଏକ ନୂଆ ଏଆଇ ଚାଳିତ ଇଲେକ୍ଟ୍ରିକ୍‌ ଟୁଥବ୍ରସ୍‌ ଆଣିଛି, ଯାହାର ମୂଲ୍ୟ ପ୍ରାୟ ୪୮ ହଜାର ଟଙ୍କା।

ଏହି ଟୁଥ୍‌ବ୍ରସ୍‌ର ବିଶେଷତ୍ବ ହେଉଛି ଏଥିରେ ଏକ ଛୋଟ କ୍ୟାମେରା ଲାଗିଛି।

ଏହା ଦାନ୍ତକୁ ଦେଖି ଦାନ୍ତ ମଧ୍ୟରେ ଥିବା ଖାଲି ସ୍ଥାନ ଚିହ୍ନଟ କରିଥାଏ।

ପରେ ଏଆଇ ସହାୟତାରେ ଦାନ୍ତର କେଉଁ ସ୍ଥାନରେ ଅଧିକ ଧ୍ୟାନ ଦେଇ ସଫା କରିବା ଆବଶ୍ୟକ, ଏହି ଟୁଥବ୍ରସ୍‌ ତାହା ଚିହ୍ନଟ କରିଥାଏ।

ଦାନ୍ତ ମଧ୍ୟରେ ମାଉଥୱାସ୍‌ ପହଞ୍ଚାଇବା ପାଇଁ ମଧ୍ୟ ଏଥିରେ ବ୍ୟବସ୍ଥା ରହିଛି।

ଏଥିରେ ମାଉଥୱାସ୍‌ ରଖିବା ପାଇଁ ଏକ ଛୋଟ ଟ୍ୟାଙ୍କ୍‌ ମଧ୍ୟ ରହିଛି।

ଡାଇସନ୍‌ ଏହି ପ୍ରଯୁକ୍ତିକୁ "ଗ୍ୟାପ୍‌ ଅପ୍ଟିକାଲ୍‌ ଟାର୍ଗେଟିଂ" ନାମ ଦେଇଛି।

Advertisment AFC Champions League 2: ଏଏଫ୍‌ସି ଚାମ୍ପିଅନ୍ସ ଲିଗ୍‌-୨: ଇଷ୍ଟ ବେଙ୍ଗଲକୁ ଐତିହାସିକ ପଏଣ୍ଟ୍‌ ଡାଇସନ୍‌ କମ୍ପାନିର କହିବା ଅନୁସାରେ, ଏହି ପ୍ରଯୁକ୍ତିକୁ ବିକଶିତ କରିବାକୁ ୬ ବର୍ଷ ସମୟ ଲାଗିଛି।

ଆମେରିକାରେ ଏହାର ମୂଲ୍ୟ ୪୯୯.୯୯ ଡଲାର।

ତେବେ ଭାରତରେ ଏହା କେବେ ଉପଲବ୍ଧ ହେବ ଏବଂ ଏହାର ମୂଲ୍ୟ କେତେ ରହିବ, ସେ ନେଇ ଏବେ ସ୍ପଷ୍ଟ ସୂଚନା ମିଳିନାହିଁ।

ତେବେ ଦାନ୍ତ ସଫା କରିବା ଭଳି ସାଧାରଣ କାମ ପାଇଁ ୪୮ହଜାର ଟଙ୍କାର ଏହି ସ୍ମାର୍ଟ ଟୁଥବ୍ରସ୍‌ କେତେ ଲୋକଙ୍କୁ ଆକର୍ଷିତ କରିବ, ତାହା ବଡ଼ ପ୍ରଶ୍ନ।

WSC: ଦକ୍ଷତା ବିକାଶର ମଡେଲ ଭାବେ "ବିଶ୍ୱ ଦକ୍ଷତା କେନ୍ଦ୍ର"କୁ ନୀତି ଆୟୋଗର ପ୍ରଶଂସା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)