Abhishek Mentors Sooryavanshi: ଅଭିଷେକଙ୍କୁ ସୂର୍ଯ୍ୟବଂଶୀ କହିଥିଲେ ‘ଭାଇ, ସେମିତି ହିଁ ଖେଳିବି’

Oct 28, 2026 - 15:18
Abhishek Mentors Sooryavanshi: ଅଭିଷେକଙ୍କୁ ସୂର୍ଯ୍ୟବଂଶୀ କହିଥିଲେ ‘ଭାଇ, ସେମିତି ହିଁ ଖେଳିବି’

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟ୍ବେଣ୍ଟି-୨୦ ପୂର୍ବରୁ ନେଟ୍ସରେ ଅଭିଷେକ ଶର୍ମା ଙ୍କୁ ନିର୍ଭୀକ ବ୍ୟାଟିଂ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ।

ଏହି ମ୍ୟାଚ୍‌ରେ ମଧ୍ୟ ନିଜ ପ୍ରତିଶ୍ରୁତି ରଖି ୧୯ ବଲ୍‌ରୁ ୪୫ (୪ ଚୌକା, ୪ ଛକା) ରନ୍‌ କରି ଭାରତକୁ ଦମ୍‌ଦାର ଆରମ୍ଭ ଦେଇଥିଲେ।

ମ୍ୟାଚ୍‌ ପରେ ବିସ୍ଫୋରକ ପାଳି ଖେଳିଥିବା ଅଭିଷେକ କହିଥିଲେ,''ନେଟ୍ସ ବେଳେ ବୈଭବ ମୋତେ କହିଥିଲେ, ବଲିଉଡ୍‌ ଚଳିଚ୍ଚିତ୍ର 'ଭାଗ୍‌ ମିଲ୍‌ଭା ଭାଗ୍‌'ର ସଂଳାପରେ 'ଭାଇ, ମୁଁ ଠିକ୍‌ ସେହିଭଳି ଖେଳିବି'।

Advertisment ୨୦୦ ରନ୍‌ର ପିଛା କରୁଥିଲା ବେଳେ ପ୍ରଥମ ଓଭରରେ ତାଙ୍କ ବିସ୍ଫୋରକ ବ୍ୟାଟିଂ ମୋ ଆତ୍ମବିଶ୍ବାସ ବଢ଼ାଇଥିଲା।

ତାଙ୍କ ବିଷୟରେ ମୋତେ ଆହୁରି କିଛି କହିବାକୁ ପଡ଼ିବ।

ଆଜି ସେ ଯେପରି ଖେଳିଲେ, ତାହା ଅତ୍ୟନ୍ତ ଗରୁତ୍ବପୂର୍ଣ୍ଣ ଥିଲା।

ତେଣୁ ଶ୍ରେୟ ତାଙ୍କ ପାଖକୁ ଯିବ।

ମୁଁ କ୍ରିଜ୍‌ରେ ଜଣେ ବଡ଼ ଭାଇ ଭଳି ତାଙ୍କୁ ପରାମର୍ଶ ଦେଇଥିଲି''।

ଅଭିଷେକ ଓ ବୈଭବ ମଙ୍ଗଳବାର ପାୱର ପ୍ଲେରେ ୧୧୮ ରନ୍‌ ସଂଗ୍ରହ କରି ନୂଆ ରେକର୍ଡ କରିଥିଲେ।

ଏପରିକି ୨.୨ ଓଭରରେ ୫୦ ରନ୍‌ ଏବଂ ୫ ଓଭରରେ ୧୦୦ ରନ୍‌ ବି ରେକର୍ଡରେ ଯୋଡ଼ି ହୋଇଥିଲା।

ଅଭିଷେକ (୩୮ ବଲ୍‌ରୁ ୧୧୩, ୯ ଚୌକା, ୧୧ ଛକା) ଶତକ ହାସଲ କରିଥିଲେ।

୧୯୯ ରନ୍‌ର ବିଜୟ ଲକ୍ଷ୍ୟକୁ ଭାରତ ୪ ୱିକେଟ୍‌ ହରାଇ ୪୦ ବଲ୍‌ ପୂର୍ବରୁ ହାସଲ କରିଥିଲା।

ଉପଗ୍ରହ ଚିତ୍ରରେ ବିଶାଳ ବାତ୍ୟା 'ଅର୍ଣ୍ଣବ', ଅଧା ଭାରତକୁ ଘୋଡ଼ାଇଲା ମେଘମାଳା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)