Abhishek Banerjee: ଅଭିଷେକ ବାନାର୍ଜୀଙ୍କ ଘରେ ଆକ୍ରମଣକୁ ନେଇ ବର୍ଷିଲେ ମମତା, କହିଲେ- ମୋ ଛାତି ଉପରେ ବୁଲଡୋଜର ଚଳାଇ ଦେଖ

Nov 07, 2026 - 17:32
Abhishek Banerjee: ଅଭିଷେକ ବାନାର୍ଜୀଙ୍କ ଘରେ ଆକ୍ରମଣକୁ ନେଇ ବର୍ଷିଲେ ମମତା, କହିଲେ- ମୋ ଛାତି ଉପରେ ବୁଲଡୋଜର ଚଳାଇ ଦେଖ

କୋଲକାତା: ପଶ୍ଚିମବଙ୍ଗ ରେ ରାଜନୈତିକ ଉତ୍ତେଜନା ମଧ୍ୟରେ ବିଜେପି କୁ ଟାର୍ଗେଟ କରି ବର୍ଷିଛନ୍ତି ମମତା ବାନାର୍ଜୀ ।

ତାଙ୍କ ପୁତୁରା ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସାଂସଦ ଅଭିଷେକ ବାନାର୍ଜୀଙ୍କ ବାସଭବନ ଉପରେ ଆକ୍ରମଣ ଓ କୋଲକାତାର କାଳୀଘାଟ ଅଞ୍ଚଳରେ କାଳୀପୂଜା ଆୟୋଜନରେ ବାଧା ଦିଆଯାଉଥିବା ଅଭିଯୋଗ କରି ସେ ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

Advertisment ଅଭିଷେକଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ସମ୍ବୋଧନ କରି ମମତା କହିଛନ୍ତି, ତୁମେ କେତେ ସାହସୀ ମୁଁ ଦେଖିବି, ମୋ ଛାତି ଉପରେ ବୁଲଡୋଜର ଚଳାଇ ଦେଖ।

ମୁଁ ତୁମ ସାମ୍ନାରେ ଠିଆ ହୋଇଛି।

ଏହି ମନ୍ତବ୍ୟ ଜରିଆରେ ସେ ବିଜେପିକୁ ସିଧାସଳଖ ଆହ୍ୱାନ ଦେଇଛନ୍ତି।

ଅଭିଷେକ ବାନାର୍ଜୀଙ୍କ ଅଭିଯୋଗ ଅନୁସାରେ, ନଭେମ୍ବର ୭ ତାରିଖ ରାତି ପ୍ରାୟ ୨ଟାରେ କାଳୀଘାଟ ରୋଡ୍‌ସ୍ଥିତ ତାଙ୍କ ବାସଭବନ ଉପରେ ବିଜେପି ସମର୍ଥିତ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିଲେ।

ଏହା ପୂର୍ବରୁ ଦୁଇ ଦିନ ଧରି ତାଙ୍କ ଘର ଉପରେ ନଜର ରଖାଯାଇଥିବା ସେ କହିଛନ୍ତି।

ଅଭିଷେକ ବାନାର୍ଜୀଙ୍କ ଅଭିଯୋଗ ଅନ୍ୟପକ୍ଷରେ, କାଳୀଘାଟ ଅଞ୍ଚଳରେ ପାରମ୍ପରିକ କାଳୀପୂଜା ଆୟୋଜନକୁ ବାଧା ଦିଆଯାଉଥିବା ମମତା ଅଭିଯୋଗ କରିଛନ୍ତି।

ଦୀର୍ଘଦିନ ଧରି ଆୟୋଜିତ ହୋଇଆସୁଥିବା କିଛି ପୂଜା ପାଇଁ ଅନୁମତି ରଦ୍ଦ କରାଯାଇଥିବା ବେଳେ ନୂଆ କରି ଆୟୋଜନ ହେଉଥିବା ଗୋଟିଏ ପୂଜାକୁ ମୁଖ୍ୟ ରାସ୍ତାରେ କରିବାକୁ ଅନୁମତି ମିଳିଥିବା ସେ କହିଛନ୍ତି।

ଏହାଦ୍ୱାରା ପାରମ୍ପରିକ ପୂଜା ଆୟୋଜନ ଓ ଶୋଭାଯାତ୍ରା ପ୍ରଭାବିତ ହେଉଥିବା ତାଙ୍କ ଅଭିଯୋଗ।

ସ୍ଥାନୀୟ କ୍ଲବ୍‌ଗୁଡ଼ିକୁ ମଧ୍ୟ ସେମାନଙ୍କ କାର୍ଯ୍ୟକ୍ରମ କରିବାରୁ ରୋକାଯାଉଥିବା ସେ କହିଛନ୍ତି।

କାଳୀପୂଜା ଓ ଦୀପାବଳି ପୂର୍ବରୁ ଏଭଳି ବାଧା ସୃଷ୍ଟି କରିବାର ଉଦ୍ଦେଶ୍ୟ କ'ଣ ବୋଲି ମମତା ପ୍ରଶ୍ନ କରିଛନ୍ତି।

ଅଭାବନୀୟ ଘଟଣା: ପାର୍କିଂ ବିବାଦକୁ ନେଇ ଫରିଦାବାଦରେ ପୂର୍ବତନ ଟେକ୍‌ ମହିନ୍ଦ୍ରା ମୁଖ୍ୟଙ୍କୁ ଗୁଳି କରି ହତ୍ୟା କଲା ପଡ଼ୋଶୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)