Abhinandan Varthaman: ବାୟୁସେନା ଛାଡ଼ି ଘରୋଇ ଏୟାରଲାଇନ୍ସରେ ଯୋଗ ଦେଲେ ଅଭିନନ୍ଦନ ବର୍ଦ୍ଧମାନ

Sep 03, 2026 - 11:56
Abhinandan Varthaman: ବାୟୁସେନା ଛାଡ଼ି ଘରୋଇ ଏୟାରଲାଇନ୍ସରେ ଯୋଗ ଦେଲେ ଅଭିନନ୍ଦନ ବର୍ଦ୍ଧମାନ

"ନୂଆଦିଲ୍ଲୀ: ୨୦୧୯ ମସିହାରେ ବାଲାକୋଟ ଏୟାରଷ୍ଟ୍ରାଇକ ସମୟରେ ପାକିସ୍ତାନକୁ କଡ଼ା ଜବାବ ଦେଇଥିବା ସାହସୀ ପାଇଲଟ ଅଭିନନ୍ଦନ ବର୍ଦ୍ଧମାନ ଭାରତୀୟ ବାୟୁସେନାରୁ ବିଦାୟ ନେଇଛନ୍ତି।

ବୀରଚକ୍ରରେ ସମ୍ମାନିତ ହୋଇଥିବା ଗ୍ରୁପ୍‌ କ୍ୟାପ୍‌ଟେନ୍ ଅଭିନନ୍ଦନ ବର୍ଦ୍ଧମାନ ଭାରତୀୟ ବାୟୁସେନା ଛାଡ଼ି ଏକ ଘରୋଇ ବିମାନ ସେବାରେ ଯୋଗ ଦେଇଛନ୍ତି।

ସେ ମାର୍ଚ୍ଚ ୩୧ ତାରିଖରେ ଆଇଏଏଫ୍‌ ଛାଡିଥିଲେ ଓ ପରେ ଏକ ଆଞ୍ଚଳିକ ବାହକ ଫ୍ଲାଏ୯୧ ରେ ଯୋଗ ଦେଇଥିଲେ।

ତେବେ ଆଧିକାରିକ ଭାବେ ଏ ସମ୍ପର୍କରେ କିଛି କୁହାଯାଇ ନାହିଁ।Advertisment ଅଭିନନ୍ଦନଙ୍କ ଏହି ସଫଳତାକୁ ବିରଳ ବୋଲି କୁହାଯାଇଥିଲା ବାୟୁସେନା ମଧ୍ୟ ଏହା ଏପର୍ଯ୍ୟନ୍ତ ଘୋଷଣା କରିନାହିଁ।

୨୦୧୯ ମସିହାରେ ବାଲାକୋଟ ଏୟାରଷ୍ଟ୍ରାଇକ ସମୟରେ ଅଭିନନ୍ଦନଙ୍କୁ ୩୫ ବର୍ଷ ବୟସ ହୋଇଥିଲା। ‌ଫେବ୍ରୁଆରି ୨୭ ତାରିଖରେ ଅଭିନନ୍ଦନ ଏକ ମିଗ୍‌-୨୧ ବାଇସନ ଲଢ଼ୁଆ ବିମାନ କ୍ଷେପଣାସ୍ତ୍ର ଦ୍ବାରା ଆଘାତ ପାଇବାର କିଛି ସେକେଣ୍ଡ ପୂର୍ବରୁ ଏକ ଏଫ୍‌-୧୬ ଲଢ଼ୁଆ ବିମାନକୁ ଖସାଇ ଦେଲେ।

ଅଭିନନ୍ଦନଙ୍କ ଏହି ସଫଳତାକୁ ସାମରିକ ବିମାନ ଚଳାଚଳ ଇତିହାସରେ ବିରଳ ବୋଲି କୁହାଯାଇଥିଲା।

ବିଶେଷଜ୍ଞମାନେ ଏହାକୁ ଦୁଇଟି ଭିନ୍ନ ପିଢ଼ିର ଲଢ଼ୁଆ ବିମାନ, ମିଗ୍‌-୨୧ ବାଇସନ ଦ୍ୱାରା ଏକ ଏଫ୍‌-୧୬ କୁ ଖସାଇ ଦେବାର ପ୍ରଥମ ଘଟଣା ବୋଲି କହି ପ୍ରଶଂସା କରିଥିଲେ।

ଅଭିନନ୍ଦନ ନିଜକୁ ସୁରକ୍ଷିତ ରଖିବାକୁ କ୍ଷତିଗ୍ରସ୍ତ ମିଗ୍‌-୨୧ ବିମାନରୁ ବାହାରି ଆସିବା ପରେ ତାଙ୍କୁ ବନ୍ଦୀ କରାଯାଇଥିଲା।

ତେବେ ପାକିସ୍ତାନ ତାଙ୍କୁ ପ୍ରାୟ ୬୦ ଘଣ୍ଟା ଧରି ବନ୍ଦୀ ରଖିବା ପରେ ୧ ମାର୍ଚ୍ଚ, ୨୦୧୯ ରେ ଭାରତକୁ ଫେରାଇ ଦେଇଥିଲା।

Trump: "ମୁଁ ଖୁସି, ମୁଁ ସେମାନଙ୍କର ପ୍ରଶଂସକ ନଥିଲି": ପ୍ରିନ୍ସ ହ୍ୟାରି ଏବଂ ମେଘାନଙ୍କ ଆମେରିକା ଛାଡିବା ନେଇ ଟ୍ରମ୍ପଙ୍କ ମନ୍ତବ୍ୟ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)