Aamir Khan: ଲଗାନ୍ ପରେ ଲଲକାର୍: ଦୀର୍ଘ ୨୫ ବର୍ଷ ପରେ ଏକାଠି ହେଲେ ଆମିର ଖାନ ଏବଂ ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକର

Jul 03, 2026 - 12:05
Aamir Khan: ଲଗାନ୍ ପରେ ଲଲକାର୍: ଦୀର୍ଘ ୨୫ ବର୍ଷ ପରେ ଏକାଠି ହେଲେ ଆମିର ଖାନ ଏବଂ ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକର

"ମୁମ୍ବାଇ: ୨୦୦୧ରେ ମୁକ୍ତିଲାଭ କରିଥିଲା "ଲଗାନ୍"।

ଏହାର ୨୫ ବର୍ଷ ପରେ, ମିଷ୍ଟର ପରଫେକସିନଷ୍ଟ ଆମିର ଖାନ ଏବଂ ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକର ଆଉ ଏକ ସ୍ପୋର୍ଟ୍ସ ଡ୍ରାମାରେ ଏକାଠି କାମ କରିବାକୁ ଯାଉଛନ୍ତି।

ଏହି ଚଳଚ୍ଚିତ୍ରଟି ଲାଲା ଅମରନାଥଙ୍କ ଜୀବନୀ ଉପରେ ଆଧାରିତ ଏବଂ ୧୯୪୭ ମସିହାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ବିଭାଜନର ପୃଷ୍ଠଭୂମି ଉପରେ ଆଧାରିତ।

ଏହି ଫିଲ୍ମଟିକୁ ରାଜକୁମାର ହିରାନୀ ଏବଂ ଅଭିଜାତ ଯୋଶୀ ଲେଖିଛନ୍ତି।

ଏକ୍ସେଲ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ହେବ ଏହି ସିନେମା।

Advertisment କ୍ରିକେଟ୍‌ ଉପରେ ଆଧାରିତ ଏହି ସିନେମାର ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ, ସୂତ୍ରରୁ ଜାଣିବାକୁ ମିଳିଛି ଯେ ଆମିର ଖାନ ଏବଂ ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକରଙ୍କ ଏହି ସିନେମାର ଟାଇଟଲ୍ ରହିଛି "ଲଲ୍‌କାର୍"।

ଏହାର କାହାଣୀ ବି କ୍ରିକେଟ୍‌ ଉପରେ ଆଧାରିତ ବୋଲି ଶୁଣିବାକୁ ମିଳୁଛି।

ନିର୍ମାତାମାନେ ଦ୍ୱିତୀୟ ନାୟକ ଭାବରେ ଅନ୍ୟ ଜଣେ ଅଭିନେତାଙ୍କୁ କାଷ୍ଟ କରିବାକୁ ଚାହୁଁଛନ୍ତି, ଏବଂ ଏହାର ଘୋଷଣା ଖୁବ୍ ଶୀଘ୍ର କରାଯିବ।

ଯାହା ଜଣାପଡ଼ୁଛି ଏହି ନୂଆ ସିନେମା ଚଳିତ ବର୍ଷ ଶେଷ ଭାଗରେ ଫ୍ଲୋରକୁ ଯିବ।

Khamenei: ତେହେରାନର ଗ୍ରାଣ୍ଡ ମୋସାଲ୍ଲାରେ ପହଞ୍ଚିଲା ସର୍ବୋଚ୍ଚ ନେତା ଖେମିନିଙ୍କ ପାର୍ଥିବ ଶରୀର: ଆସନ୍ତାକାଲି ହେବ ଶେଷକୃତ୍ୟ "