Switzerland VS Algeria: ଆଲ୍‌ଜେରିଆ ନକ୍‌ଆଉଟ: ଆଗେଇଲା ସ୍ବିଜରଲାଣ୍ଡ

Jul 03, 2026 - 12:05
Switzerland VS Algeria: ଆଲ୍‌ଜେରିଆ ନକ୍‌ଆଉଟ: ଆଗେଇଲା ସ୍ବିଜରଲାଣ୍ଡ

"ଭାନ୍‌କୌଭର: ସ୍ବିଜରଲାଣ୍ଡ ଚଳିତ ଫିଫା ବିଶ୍ବକପ୍‌ର  ରାଉଣ୍ଡ-୧୬ରେ ପ୍ରବେଶ କରିଛି।

ଶୁକ୍ରବାର ସ୍ଥାନୀୟ ବିସି ପ୍ଲେସ୍‌ରେ ଖେଳାଯାଇଥିବ ରାଉଣ୍ଡ-୩୨ ମୁକାବିଲାରେ ଏହି ଦଳ ୨-୦ ଗୋଲ୍‌ରେ ଆଲ୍‌ଜେରିଆକୁ ପରାସ୍ତ କରି ବିଦାୟ ରାସ୍ତା ଦେଖାଇଛି।

ମ୍ୟାଚ୍‌ର ଦଶମ ମିନିଟ୍‌ରେ ବ୍ରିଲ ଏମ୍ବୋଲୋଙ୍କ ‌ଗୋଲ୍‌ରେ ସ୍ବିଜରଲାଣ୍ଡ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା।

ସେ ଜୋହାନ ମାଞ୍ଜାବିଙ୍କ ପାସ୍‌ରେ ଏହି ଗୋଲ୍‌ କରିଥିଲେ।

Advertisment Womens T20: ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌: ଫାଇନାଲ୍‌ରେ ଇଂଲଣ୍ଡ ଆଲ୍‌ଜେରିଆକୁ କୌଣସି ସୁଯୋଗ ଦେଇନଥିଲେ ଏହି ଗୋଲ୍‌ ବଳରେ ପ୍ରଥମାର୍ଦ୍ଧକୁ ନିଜ ନିୟନ୍ତ୍ରଣରେ ରଖିଥିଲା ସ୍ବିଜରଲାଣ୍ଡ।

ସେହିପରି ଦ୍ବିତୀୟାର୍ଦ୍ଧ ଆରମ୍ଭର ୪୭ ସେକେଣ୍ଡରେ ସ୍ବିଜରଲାଣ୍ଡ ଆଉ ଏକ ଗୋଲ୍‌ ଲଦି ୨-୦ରେ ଆଗୁଆ ହୋଇଯାଇଥିଲା।

ଏହି ଗୋଲ୍‌ଟି ଡାନ୍‌ ଏନ୍‌ଡୋୟ (୪୬ ମିନିଟ୍‌) ଦେଇଥିଲେ।

ଏହି ଦୁଇ ଗୋଲ୍‌ ପରେ ସ୍ବିଜରଲାଣ୍ଡ ରକ୍ଷଣାତ୍ମକ ଖେଳ ଖେଳି ଆଲ୍‌ଜେରିଆକୁ କୌଣସି ସୁଯୋଗ ନ ଦେଇ ବିଜୟ ମୁଣ୍ଡି ମାରିଥିଲା।

ବ୍ରିଲ ଏମ୍ବୋଲୋ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

"