A ‘Stairway to Heaven’ for Mother: ମା’ଙ୍କ ପାଇଁ ‘ସ୍ୱର୍ଗକୁ ଶିଡ଼ି’
ସନ୍ତାନଙ୍କ ପ୍ରତି ମା' ସ୍ନେହର ତୁଳନା ନାହିଁ।
ହେଲେ ଯେତେବେଳେ ସନ୍ତାନ ମାନେ ମା'ର ଖୁସି ପାଇଁ ଅସମ୍ଭବକୁ ସମ୍ଭବ କରିଦେଖାନ୍ତି, ସେତେବେଳେ ତାହା ଏକ ଉଦାହରଣ ପାଲଟିଯାଏ।
ଚୀନର ଝେଜିୟାଙ୍ଗ ପ୍ରଦେଶ ଅନ୍ତର୍ଗତ ୟାନ୍ନାନ୍ ଗାଁରେ ଏଭଳି ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି।
୮୬ ବର୍ଷୀୟା ବୃଦ୍ଧା ମା' ପାହାଡ଼ରେ ଥିବା ତାଙ୍କ ପ୍ରିୟ ଘରକୁ ଯେମିତି ସୁରକ୍ଷିତ ଯାତାୟାତ କରିପାରିବେ ସେଥିପାଇଁ ପାଞ୍ଚ ଭାଇଭଉଣୀ ମିଶି ପାହାଡ଼ କାଟି ୪୩୦ ପାହାଚବିଶିଷ୍ଟ ଏକ ପକ୍କା ରାସ୍ତା ନିର୍ମାଣ କରିଛନ୍ତି।
Advertisment Constitution Day: ଏମ୍ସ ଭୁବନେଶ୍ୱରରେ 'ପ୍ରସ୍ତାବନା ପାଠ' ମାଧ୍ୟମରେ ସମ୍ବିଧାନ ଦିବସ ପାଳିତ ପ୍ରାୟ ଏକ ଦଶନ୍ଧି ତଳେ ସେହି ବୃଦ୍ଧାଙ୍କ ସ୍ୱାମୀ ମୃତ୍ୟୁବରଣ କରିବା ପରେ ପିଲାମାନେ ତାଙ୍କୁ ସହରକୁ ନେଇ ଆସିଥିଲେ।
ତେବେ ସାରା ଜୀବନ ପ୍ରକୃତି କୋଳରେ ବିତାଇଥିବା ବୃଦ୍ଧାଜଣକ ସହରର ଜୀବନଶୈଳୀ ସହ ଖାପ ଖୁଆଇ ପାରି ନଥିଲେ।
ଏହାଛଡ଼ା ପ୍ରତିବର୍ଷ 'ଟମ୍ବ ସ୍ୱିପିଂ ଫେଷ୍ଟିଭାଲ୍' ସମୟରେ ନିଜ ସ୍ୱାମୀ ଓ ପୂର୍ବପুରୁଷଙ୍କ ସମାଧିରେ ପୂଜା କରିବା ପାଇଁ ତାଙ୍କୁ ପାହାଡ଼ ଉପରକୁ ଯିବାକୁ ପଡ଼ୁଥିଲା।
ତେବେ ରାସ୍ତାଟି ଥିଲା ଦୁର୍ଗମ।
ମା'ଙ୍କ ସୁରକ୍ଷା ଓ ଇଚ୍ଛାକୁ ସମ୍ମାନ ଜଣାଇ ତାଙ୍କ ୫୮ ବର୍ଷୀୟା ଝିଅ ହୁଆଙ୍ଗ ଝୁଲିଆନ୍ ଏକ ନୂଆ ରାସ୍ତା ତିଆରି କରିବାକୁ ପ୍ରସ୍ତାବ ଦେଇଥିଲେ।
କାହାରି ସାହାଯ୍ୟ ନ ନେଇ ପରିବାର ସଦସ୍ୟମାନେ ନିଜେ ଏହି କାମ ହାତକୁ ନେଇଥିଲେ।
୨୦୨୬ ଅଗଷ୍ଟରୁ ଅକ୍ଟୋବର ତିନି ମାସ ଧରି ସେମାନେ ଅକ୍ଳାନ୍ତ ପରିଶ୍ରମ କରିଥିଲେ।
Judgement: ହାଇକୋର୍ଟରେ ହାଜର ହେବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ ୧୧ଟି ବୁଲାଣି ଓ ୪୩୦ଟି ପାହାଚବିଶିଷ୍ଟ ଏହି ରାସ୍ତାଟି ଏବେ କେବଳ ବୃଦ୍ଧା ମା'ଙ୍କ ପାଇଁ ନୁହେଁ, ସ୍ଥାନୀୟ ଗ୍ରାମବାସୀ ଓ ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ଆକର୍ଷଣର କେନ୍ଦ୍ର ପାଲଟିଛି।
ସାମାଜିକ ଗଣମାଧ୍ୟମରେ ଲୋକେ ଏହାକୁ 'ଫିଲିଆଲ୍ ପାଇଟି ସ୍କାଇ ଲ୍ୟାଡର୍' ବା 'ମାତୃଭକ୍ତିର ସ୍ୱର୍ଗକୁ ଶିଡ଼ି' ନାମକରଣ କରିଛନ୍ତି।
ଏନେଇ ହୁଆଙ୍ଗ କହନ୍ତି, “ପିଲାବେଳେ ମା' ଆମ ହାତ ଧରି ପାହାଡ଼ ତଳ ଦୁନିଆ ଦେଖାଇବାକୁ ଆଣିଥିଲେ।
ଆଜି ସେ ବୃଦ୍ଧା ହୋଇଯାଇଛନ୍ତି, ତେଣୁ ତାଙ୍କ ହାତ ଧରି ଘରକୁ ଫେରାଇନେବା ଆମର କର୍ତ୍ତବ୍ୟ।''
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
