A dance by 151 robots: ଏକାବେଳେ ୧୫୧ ରୋବଟ୍‌ଙ୍କ ନୃତ୍ୟ

Nov 21, 2026 - 04:33
A dance by 151 robots: ଏକାବେଳେ ୧୫୧ ରୋବଟ୍‌ଙ୍କ ନୃତ୍ୟ

ଚୀନ୍‌ର ଟେକ୍ନୋଲୋଜି ହବ୍ ଭାବେ ପରିଚିତ ସେନଜେନ୍ ସହରରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି।

ଏଠାରେ ୧୫୧ଟି ହ୍ୟୁମାନଏଡ୍ ରୋବଟ୍ ମିଳିତ ଭାବେ ନୃତ୍ୟ ପ୍ରଦର୍ଶନ କରିଛନ୍ତି, ଯାହା ଏବେ ନୂତନ ଗିନିସ୍‌ ବିଶ୍ବ ରେକର୍ଡ ସ୍ଥାପନ କରିଛି।

ଏସିଆ-ପାସିଫିକ୍ ଇକୋନୋମିକ୍ କୋଅପରେସନ୍ ଶିଖର ସମ୍ମିଳନୀ ପୂର୍ବରୁ ଏହି ଐତିହାସିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଗୋଟିଏ ଘଣ୍ଟା ମଧ୍ୟରେ ସର୍ବାଧିକ ହ୍ୟୁମାନଏଡ୍ ରୋବଟ୍ ଏକାଠି ନାଚିବାର ଏହି ଚ୍ୟାଲେଞ୍ଜରେ ପ୍ରଥମେ ୧୧୦ଟି ରୋବଟ୍‌କୁ ସାମିଲ କରିବାର ଲକ୍ଷ୍ୟ ରଖାଯାଇଥିଲା।

କିନ୍ତୁ ସମସ୍ତ ୧୫୧ଟି ରୋବଟ୍ ସଫଳତାର ସହ ନିଜର ପ୍ରଦର୍ଶନ ଶେଷ କରି ରେକର୍ଡ ବୁକ୍‌ରେ ସ୍ଥାନ ପାଇଛନ୍ତି।

Advertisment Rahul Gandhi: ଭୂରାଜନୀତିରେ ଭାରତ ଏବେ ଗୌଣ ଖେଳାଳି: ରାହୁଲ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍‌ସ ବ୍ୟୁରୋ, ରୋବଟ୍ ୬ଏସ୍‌ ଷ୍ଟୋର୍ ଓ ଇଞ୍ଜିନ୍-ଏଆଇ ରୋବୋଟିକ୍ସ ଟେକ୍ନୋଲୋଜି ଭଳି ଅଗ୍ରଣୀ ସଂସ୍ଥା ମିଳିତ ଭାବେ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ।

ଏଥିରେ ଇଞ୍ଜିନ୍-ଏଆଇ କମ୍ପାନିର ୨୦ଟି ଟି-୮୦୦ ରୋବଟ୍ ସମେତ ୟୁନିଟ୍ ଜି୧ ଓ ଆଜିବଟ୍ ଏକ୍ସ୍‌୨ ରୋବଟ୍ ଦଳ ସାମିଲ ହୋଇଥିଲେ।

ପ୍ରାୟ ୧.୭୩ ମିଟର ଉଚ୍ଚତା ଓ ୭୫ କିଲୋଗ୍ରାମ୍ ଓଜନ ବିଶିଷ୍ଟ ଏହି ରୋବଟ୍‌ଗୁଡ଼ିକରେ ୪୫୦ ନ୍ୟୁଟନ୍-ମିଟରର ଉଚ୍ଚ ଟର୍କ କ୍ଷମତା ରହିଛି।

ଉଲ୍ଲେଖଯୋଗ୍ୟ ଯେ ଏତେ ସଂଖ୍ୟକ ରୋବଟକୁ ଗୋଟିଏ ସମୟରେ ସମାନ ଗତିରେ ଚଳାଇବା ବୈଷୟିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଜଟିଳ କାର୍ଯ୍ୟ, କାରଣ ଏଥିପାଇଁ ସମସ୍ତ ରୋବଟ୍‌ର ମୋସନ୍-କଣ୍ଟ୍ରୋଲ୍ ସିଷ୍ଟମ୍ ଓ ଟାଇମିଂ ମଧ୍ୟରେ ଠିକ୍‌ ସମନ୍ୱୟ ରଖିବାକୁ ପଡ଼ିଥାଏ।

Judgement: ଦୋଷୀର ମୃତ୍ୟୁଦଣ୍ଡାଦେଶ କାଏମ୍ ରଖିଲେ କଲିକତା ହାଇକୋର୍ଟ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)