58 candidates from Kotia: ନାଲିଆଖିକୁ ଡରିଲେନି: ଆନ୍ଧ୍ର ନିର୍ବାଚନରେ କୋଟିଆରୁ ୫୮ ପ୍ରାର୍ଥୀ

Nov 24, 2026 - 05:08
58 candidates from Kotia: ନାଲିଆଖିକୁ ଡରିଲେନି: ଆନ୍ଧ୍ର ନିର୍ବାଚନରେ କୋଟିଆରୁ ୫୮ ପ୍ରାର୍ଥୀ

କୋରାପୁଟ: କୋଟିଆରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ପାଇଁ ସୋମବାର ସରିଛି ନାମାଙ୍କନପତ୍ର ଦାଖଲ।

ଡିସେମ୍ବର ୨ରେ ହେବ ସରପଞ୍ଚ ଓ ୱାର୍ଡସଭ୍ୟ ନିର୍ବାଚନ।

ଏଥିଲାଗି କୋଟିଆରୁ ୫୮ ପ୍ରାର୍ଥୀ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ସରପଞ୍ଚ ପଦବି ପାଇଁ ୧୨, ୱାର୍ଡସଭ୍ୟ ପାଇଁ ୪୬ ପ୍ରାର୍ଥିପତ୍ର ଦାଖଲ ହୋଇଛି।

ଓଡ଼ିଶା ସରକାରଙ୍କ ନାଲିଆଖି, କଡ଼ା ସୁରକ୍ଷା ବଳୟକୁ ଭେଦି ଏତେ ପରିମାଣର ପ୍ରାର୍ଥିପତ୍ର ଦାଖଲ ପରେ ପ୍ରଶାସନିକ ଅଧିକାରୀଙ୍କ ଚିନ୍ତା ବଢ଼ିଛି।

Advertisment କୋଟିଆର ୨୧ଟି ବିବାଦୀୟ ଗାଁକୁ ଆନ୍ଧ୍ର ୩ଟି ପଞ୍ଚାୟତ ଗଞ୍ଜେଇପଦର, ଫାଟୁସିନେରୀ ଓ ଫଗୁଣସିନେରୀରେ ବିଭକ୍ତ କରିଛି।

ବାକି ଗାଁଗୁଡ଼ିକୁ କୁରୁକୁଟି ଓ ସାରିକି ପଞ୍ଚାୟତରେ ସାମିଲ କରିଛି।

ଗଞ୍ଜେଇପଦର ପଞ୍ଚାୟତ ପାଇଁ ଆନ୍ଧ୍ରର ଥୋନମ୍‌ରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ଫାଟୁସିନେରୀ ଓ ଫଗୁଣସିନେରୀ ପଞ୍ଚାୟତର ପ୍ରାର୍ଥୀ ମାଭୁଡି ପଞ୍ଚାୟତରେ ପ୍ରାର୍ଥିପତ୍ର ଦାଖଲ କରିଥିବା ସୂଚନା ମିଳିଛି।

ଗଞ୍ଜେଇପଦର ପଞ୍ଚାୟତକୁ ୧୦ଟି, ଫଗୁଣସିନେରୀ ପଞ୍ଚାୟତକୁ ୮ଟି ଓ ଫାଟୁସିନେରୀ ପଞ୍ଚାୟତକୁ ୮ଟି ୱାର୍ଡରେ ବିଭକ୍ତ କରିଛି ଆନ୍ଧ୍ର।

Action: ଚୀନ୍‌ରୁ ବାଂଲାଦେଶ ଯାଉଥିଲା ଜାହାଜରୁ ଇଣ୍ଡୋନେସିଆ ନୌସେନା ଜବତ କଲା ୪୦୫ ଟନ୍‌ ରାସାୟନିକ ପଦାର୍ଥ ସୂଚନା ମୁତାବକ, ଗଞ୍ଜେଇପଦର ପଞ୍ଚାୟତ ପାଇଁ ୩ ଜଣ ସରପଞ୍ଚ ପ୍ରାର୍ଥୀ, ୧୦ ୱାର୍ଡସଭ୍ୟ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଫଗୁଣସିନେରୀ ପଞ୍ଚାୟତ ପାଇଁ ୩ ସରପଞ୍ଚ ଓ ୧୧ ୱାର୍ଡସଭ୍ୟ ପ୍ରାର୍ଥୀ, ଫାଟୁସିନେରୀ ପଞ୍ଚାୟତ ପାଇଁ ୬ ସରପଞ୍ଚ ଓ ୨୫ ୱାର୍ଡସଭ୍ୟ ପଦବି ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ଓଡ଼ିଶା ପୁଲିସ ଫଗୁଣସିନେରୀ ଗାଁର ୨ ଆନ୍ଧ୍ର ଏଜେଣ୍ଟଙ୍କୁ ଗିରଫ କରିବା ପରେ ଓଡ଼ିଶାର ଉଦ୍ଦେଶ୍ୟମୂଳକ କାର୍ଯ୍ୟାନୁଷ୍ଠାନକୁ ନେଇ ସାଲୁର ବିଧାୟିକା ତଥା ଆନ୍ଧ୍ର ସରକାରଙ୍କ ଆଦିବାସୀ କଲ୍ୟାଣ ମନ୍ତ୍ରୀ ସନ୍ଧ୍ୟାରାଣୀ ପ୍ରତିକ୍ରିୟା ରଖିଥିଲେ।

ଓଡ଼ିଶା ଭଳି ଆନ୍ଧ୍ର ପ୍ରଶାସନ ଓ ପୁଲିସ ମଧ୍ୟ ନିର୍ବାଚନକୁ ସଫଳ କରିବା ପାଇଁ ରଣନୀତି ପ୍ରସ୍ତୁତ କରିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ଅନ୍ୟପଟେ ଆନ୍ଧ୍ର ଯୋଜନାକୁ ଭଣ୍ଡୁର କରିବା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ଓ ପୁଲିସ କୋଟିଆରେ ନିର୍ବାଚନ ନକରାଇ ଦେବାକୁ ପ୍ରସ୍ତୁତି ଚଳାଇଛି।

ଗତ ଦୁଇ ଦିନ ଧରି ଜଣେ ମାଜିଷ୍ଟ୍ରେଟ୍‌ ଓ ପୁଲିସ ଅଧିକାରୀ, ବ୍ଲକ କର୍ତ୍ତୃପକ୍ଷ ସୀମାନ୍ତ ନେରିଡ଼ିବାଲସା, ଫାଟୁସିନେରୀ, ଫଗୁଣସିନେରୀ, ତଳସେମ୍ବି, ଉପରସେମ୍ବି, ଗଞ୍ଜେଇପଦର ଗାଁକୁ ଗସ୍ତ କରି ଲୋକଙ୍କୁ ନକଲି ଭୋଟ, ଏକାଧିକ ସ୍ଥାନରେ ଭୋଟ ନଦେବା ଏବଂ ଆଧାର କାର୍ଡ ସମ୍ବନ୍ଧୀୟ ବିଷୟରେ ସଚେତନ କରିଛନ୍ତି।

India-Nepal relation: ନେପାଳ ପାଇଁ ୧୫ ହଜାର କୋଟିର ପ୍ୟାକେଜ୍‌ ଘୋଷଣା; ହାଇଦ୍ରାବାଦ ହାଉସ୍‌ରେ ଦ୍ବିପାକ୍ଷିକ ଆଲୋଚନା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)