52 kg of cannabis seized: ୫୨କେଜି ଗଞ୍ଜେଇ ଜବତ, ୭ ଗିରଫ

Sep 18, 2026 - 11:40
52 kg of cannabis seized: ୫୨କେଜି ଗଞ୍ଜେଇ ଜବତ, ୭ ଗିରଫ

"ଭୁବନେଶ୍ବର: ପଳାଶୁଣୀସ୍ଥିତ ପ୍ରାଚୀବିହାରରେ ଗଞ୍ଜେଇ କାରବାର କରୁଥିବା ୩ଭାଇଙ୍କ ସମେତ ୭ ନିଶାମାଫିଆଙ୍କୁ ମଞ୍ଚେଶ୍ବର ଥାନା ପୁଲିସ ଗିରଫ କରିଛି।

ଅଭିଯୁକ୍ତମାନେ ହେଲେ ରସୁଲଗଡ଼ର ପୃଥ୍ବୀରାଜ ଖଟୁଆ, ତାଙ୍କ ଭାଇ ପ୍ରିୟବ୍ରତ ଓ ଯୁବରାଜ, ଦୟାଶଙ୍କର ଜେନା, କଟକ ଅଢ଼ାଳିଆର ଚନ୍ଦନ ପୃଷ୍ଟି ଓ ପ୍ରକାଶ ସେଠୀ, ପାହାଳ ଜଗନ୍ନାଥପୁରର ମନୋଜ ଭଞ୍ଜ।

ଅଭିଯୁକ୍ତଙ୍କଠାରୁ ୫୨.୭କେଜି ଗଞ୍ଜେଇ ଜବତ କରାଯାଇଛି।

Advertisment Asian Games: ଏସିଆ କ୍ରୀଡ଼ା ‌ମଧ୍ୟରାତ୍ରରେ ଅବ୍ୟବସ୍ଥା: ଜିମ୍ନାଷ୍ଟ ପ୍ରଣତି ଓ ପୁରୁଷ ପ୍ରଶିକ୍ଷକ ଅଶୋକଙ୍କୁ ଗୋଟିଏ ରୁମ୍‌ ଜବତ ଗଞ୍ଜେଇର ବଜାର ମୂଲ୍ୟ ପ୍ରାୟ ସାଢ଼େ ୫ଲକ୍ଷ ଟଙ୍କା ହେବ ବୋଲି ପୁଲିସ ଆକଳନ କରିଛି।

ପ୍ରାଥମିକ ତଦନ୍ତ କରି ପୁଲିସ ସୂଚନା ଦେଇଥିଲା ଯେ ମଞ୍ଚେଶ୍ବର ଥାନା ପୁଲିସ ପଳାଶୁଣୀ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଗଞ୍ଜେଇ ବିକ୍ରି ହେଉଥିବା ଖବର ପାଇଥିଲା।

ସୂଚନା ପାଇ ପୁଲିସ ପ୍ରାଚୀବିହାରରେ ଚଢ଼ଉ କରି ପୃଥ୍ବୀରାଜ ଓ ସହଯୋଗୀ ଦୟାଶଙ୍କରକୁ ଧରିଥିଲା।

ପଚରାଉଚରା କରିବା ପରେ ଏକ ଘରେ ଗଚ୍ଛିତ ଥିବା ପ୍ରାୟ ଅଧ କ୍ବିଣ୍ଟାଲ୍‌ରୁ ଅଧିକ ଗଞ୍ଜେଇ ଜବତ କରିଥିଲା।

ଅଭିଯୁକ୍ତମାନେ କନ୍ଧମାଳରୁ ଗଞ୍ଜେଇ ଆଣି ଭୁବନେଶ୍ବରରେ ବେପାର କରୁଥିବା ପୁଲିସ ସ୍ପଷ୍ଟ କରିଛି।

ଏହି କାରବାର ପଛରେ ଆଉ କାହାର ହାତ ଅଛି ତା" ଜାଣିବା ପାଇଁ ତଦନ୍ତ ଚଳାଇଛି।

Four coal mines: ରାଜ୍ୟର ୪ କୋଇଲା ଖଣି ନିଲାମ ହେବ: ତାଳଚେରରେ ୩ଟି, ସୁନ୍ଦରଗଡ଼ରେ ୧"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)